ଭୁବନେଶ୍ବର: ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ପ୍ରାୟ ତିନି ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଗୋପାଳପୁର-କଳିଙ୍ଗପଟନମ୍ ମଝିରେ କରୁଛି ଲ୍ୟାଣ୍ଡଫଲ୍ । ଏନେଇ କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
ଲ୍ୟାଣ୍ଡଫଲ ପ୍ରକ୍ରିୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସମୁଦାୟ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ ଠାରୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଗୁଲାବ । ସେପଟେ ଓଡିଶାକୁ ଏହାର ବିଶେଷ ପ୍ରଭାବ ନଥିବା ଜଣାପଡିଛି ।
ବାତ୍ୟା ନେଇ ଓଡିଶାକୁ କୌଣସି ଅସୁବିଧା ନଥିବା ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (SRC) ପ୍ରଦୀପ ଜେନା । ବାତ୍ୟା ନେଇ ଓଡିଶାକୁ କୌଣସି ଅସୁବିଧା ନଥିବା ସ୍ପଷ୍ଟ କରିଛନ୍ତି ଏସଆରସି । SRC ପ୍ରଦୀପ ଜେନା କହିଛନ୍ତି, ଆନ୍ଧ୍ର ପ୍ରଦେଶ କଳିଙ୍ଗ ପାଟନମ୍ ଉତ୍ତରକୁ 25 କିମି ଦୁର ମୁରିଗୁଡ଼ା ଟେକାଲି ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରୁଛି ବାତ୍ୟା। ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି ରେ ଅଧିକ ବର୍ଷା ନାହିଁ କି ପବନ ନାହିଁ। କାଁଭାଁ କେତୋଟି ସ୍ଥାନରେ ବର୍ଷା ହେଉଥିବାବେଳେ ପବନର ବେଗ 30 କିମି ରହିଛି ।
ଦିନ 12ଟା ପରେ ବାତ୍ୟାର ବେଗ ବଢିଥିଲା ଯାହା ଫଳରେ 3 ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ ହେଲା । ବାତ୍ୟାର ଡ଼ାହାଣ ପ୍ଵାର୍ଶ୍ଵରେ ଅଧିକ ବର୍ଷା ହୁଏ ତେଣୁ ଏହି ଜିଲ୍ଳା ଗୁଡ଼ିକରେ ବର୍ଷା ରହିବ। ପରେ ବାତ୍ୟା କୋରାପୁଟରେ ପଶିବ। 8 ଜିଲ୍ଲାକୁ ଅଧିକ ସତର୍କତା କରାଯାଇଛି। ଏବେସୁଧା 16 ହଜାର ଲୋକଙ୍କ ସମେତ 600ରୁ ଅଧିକ ଦିବ୍ୟାଙ୍ଗ ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ରାତିରେ ବି ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିବ। ଗଜପତିର ଅଧିକା ଭୂ-ସ୍ଖଳନ ହେବାର ଆଶଙ୍କା ଥିବାରୁ ପଞ୍ଚାୟତରେ ଅଧିକାରୀଙ୍କୁ ଆଲର୍ଟରେ ରହିଛନ୍ତି।
ସେପଟେ ଆନ୍ଧ୍ର ପ୍ରଦେଶ କଳିଙ୍ଗପାଟନମ୍ ଉତ୍ତରକୁ 25 କିମି ଦୁର ମୁରିଗୁଡ଼ା ଟେକାଲି ମଧ୍ୟରେ ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରୁଥିବା ଜଣାପଡିଛି । ଗୁଲାବ ପ୍ରଭାବରେ କିଛି ସ୍ଥାନରେ କାଁଭାଁ ବର୍ଷା ହେଉଛି । ଓଡିଶାର ଗଜପତିରେ ପ୍ରବଳ ବର୍ଷା ଜାରି ରହିଛି । ଗଛଭାଙ୍ଗି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି ।
ଆଗାମୀ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ବାତ୍ୟା ଗୁଲାବର ଲ୍ୟାଣ୍ଡ୍ଫଲ ଯୋଗୁଁ ପ୍ରବଳ ବର୍ଷା ପବନ ଲାଗିରହିଛି । ଆଗାମୀ 2 ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ପବନର ବେଗ ଘଣ୍ଟାପ୍ରତି 90ରୁ 100 କିଲୋମିଟର ରହିବା ନେଇ ଆଶଙ୍କା ରହିଛି | NDRF ର ଦୁଇଟି ଟିମ୍ ଏବଂ SDRFର 4 ଟିମ ଶ୍ରୀକାକୁଲମରେ ପହଞ୍ଚିଛନ୍ତି | ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ, ଯାହା ଏକ ଚ୍ୟାଲେଞ୍ଜ ସୃଷ୍ଟିକରିପାରେ ବୋଲି ଜିଲ୍ଲାପାଳ ସୁମିତ କୁମାର ସୂଚନା ଦେଇଛନ୍ତି ।
ସପଟେ ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ବଡ ଅଘଟଣ ଘଟିଛି । ରହିବାର ସନ୍ଧ୍ୟାରେ ସମୁଦ୍ରରୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ପାଞ୍ଚ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ଭାସିଯାଇଛନ୍ତି । ମଣ୍ଡାସା ଉପକୂଳରେ ପବନ ଯୋଗୁଁ ଡଙ୍ଗାରୁ ତଳକୁ ଖସିପଡିଛନ୍ତି ମତ୍ୟଜୀବୀ । ପୋଲିସ ଓ ଅନ୍ୟ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ