ETV Bharat / bharat

3.26 କୋଟି ଟଙ୍କାର ସୁନା ଜବତ, 2 ଗିରଫ

author img

By

Published : Nov 23, 2020, 7:49 PM IST

ଦିଲ୍ଲୀ ରେଳ ଷ୍ଚେସନରୁ 3.26 କୋଟି ଟଙ୍କାର ସୁନା ଜବତ ହେବା ସହ 2 ଜଣଙ୍କୁ ଗିରଫ କଲା କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

3.26 କୋଟି ଟଙ୍କାର ସୁନା ଜବତ, 2 ଗିରଫ
3.26 କୋଟି ଟଙ୍କାର ସୁନା ଜବତ, 2 ଗିରଫ

ନୂଆଦିଲ୍ଲୀ: ବେଧଡ଼କ ଚାଲିଛି ସୁନା ଚୋରା ଚାଲାଣ । ଦିଲ୍ଲୀର ରେଳଷ୍ଟେସନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ରେଳଷ୍ଚେସନରୁ 3.26 କୋଟି ଟଙ୍କାର ସୁନା ଜବତ ହେବା ସହ 2 ଜଣଙ୍କୁ ଗିରଫ କଲା କଷ୍ଟମ ବିଭାଗ । ଯାହା ଦିଲ୍ଲୀ କଷ୍ଟମ ବିଭାଗକୁ ବଡ଼ ସଫଳତା ମିଳିଛି । ଡେପୁଟି କମିଶନର କଷ୍ଟମ ଦ୍ୱାରା ପ୍ରକାଶିତ ଖବର ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କୁ 14 ଦିନିଆ ରିମାଣ୍ଡରେ ନିଆଯାଇଛି ।

ସୂଚନା ଅନୁସାରେ ଗୁଇନ୍ଦା ସୂଚନା ପାଇ କଷ୍ଟମ ଅଧିକାରୀମାନେ ନଭେମ୍ବର 19 ଅପରାହ୍ନରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ ଦେଇ କୋଲକାତାର ହାୱଡାରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ଥିଲେ । ପରେ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରିବା ପରେ ତାଙ୍କ ନିକଟରୁ ପ୍ରାୟ 6.3 କିଲୋଗ୍ରାମର ସୁନା ଯାହାର ମୂଲ୍ୟ ପ୍ରାୟ 3.26 କୋଟି ଟଙ୍କା ଉଦ୍ଧାର କରାଯାଇଥିଲା । ତେବେ ଜବତ ହୋଇଥିବା ଉକ୍ତ ସୁନା ଗୁଡିକ ବିସ୍କୁଟ ଆକାରରେ ଥଲା । ଉତ୍ତର-ପୂର୍ବ ସ୍ଥଳ ସୀମା ଦେଇ ଦେଶକୁ ଚୋରା ଚାଲାଣ କରାଯାଇଥିବା ଜଣାପଡିଛି ।

ଉକ୍ତ ବ୍ୟକ୍ତିଙ୍କୁ ଏହି ସୁନା ସମ୍ପର୍କରେ ରସିଦ ମଗାଯାଇଥିଲା, କିନ୍ତୁ ସେ କୌଣସି ରସିଦ ନଦେବାରୁ ସମସ୍ତ ସୁନାକୁ ଜବତ କରିଛି କଷ୍ଟମ ବିଭାଗ । କଷ୍ଟମ ଆକ୍ଟ 1962 ର ନିୟମ ଉଲ୍ଲଂଘନ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି 14 ଦିନିଆ ରିମାଣ୍ଡରେ ନିଆଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.