ନୂଆଦିଲ୍ଲୀ : ସୁନା ଚୋରା ଚାଲାଣବେଳେ ଧରାପଡିଲେ 3 ଆଫଗାନିସ୍ତାନ ଯାତ୍ରୀ । ସେମାନଙ୍କଠାରୁ 2 କୋଟି 26 ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରାଯାଇଛି । କଷ୍ଟମ ଅଧିକାରୀମାନେ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି ।
କଷ୍ଟମ୍ ମୁଖପାତ୍ରଙ୍କ କହିବାନୁସାରେ, ଗ୍ରୀନ ଚ୍ୟାନେଲ ଅତିକ୍ରମ କରୁଥିବା ସମୟରେ କଷ୍ଟମ ଅଧିକାରୀମାନେ ଏହି ତିନିଜଣଙ୍କୁ ସନ୍ଦେହ କରିଥିଲେ । ପରେ ସେମାନଙ୍କୁ ଯାଞ୍ଚ ପାଇଁ ଅଟକାଯାଇଥିଲା । ପ୍ରଥମ ଯାତ୍ରୀଙ୍କଠାରୁ 1 କୋଟି 32 ଲକ୍ଷ ଟଙ୍କା ସୁନା, ଦ୍ବିତୀୟ ଯାତ୍ରୀଙ୍କ ଠାରୁ 82 ଲକ୍ଷ 44 ହଜାର ଟଙ୍କା ଏବଂ ତୃତୀୟ ଯାତ୍ରୀଙ୍କଠାରୁ ପ୍ରାୟ 12 ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା । ସେହି ତିନିଜଣ ଆଫଗାନିସ୍ତାନରୁ ଗୋଟିଏ ବିମାନରେ କାବୁଲରୁ ଦିଲ୍ଲୀ ଆସିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ