ETV Bharat / bharat

ଯୋଧପୁରରୁ ୪କେଜି ସୁନା ଜବତ, ୨ ଗିରଫ

author img

By

Published : Nov 11, 2022, 11:05 PM IST

ଯୋଧପୁରରୁ ୪କେଜି ସୁନା ଜବତ । ରାଜସ୍ଥାନ ଯୋଧପୁର ବିମାନ ବନ୍ଦରରୁ ୪ କେଜି ସୁନା ସହ ୨ ଜଣଙ୍କୁ ଗିରଫ କଲା କଷ୍ଟମ ବିଭାଗ । ବିମାନ ସିଟ୍‌ ତଳେ ଲୁଚାଇ କରୁଥିଲେ ଚୋରା ଚାଲାଣ । ଅଧିକ ପଢନ୍ତୁ

ଯୋଧପୁରରୁ ୪କେଜି ସୁନା ଜବତ, ୨ ଗିରଫ
ଯୋଧପୁରରୁ ୪କେଜି ସୁନା ଜବତ, ୨ ଗିରଫ

ଜୟପୁର: ରାଜସ୍ଥାନର ଯୋଧପୁରରୁ ୪କେଜି ସୁନା ଜବତ ହୋଇଛି (Gold Smuggler Caught) । ଏହି ବିପୁଳ ମାତ୍ରାର ସୁନା ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଏମାନେ ୨୧ ଥର ସିଙ୍ଗାପୁରରୁ ଭାରତକୁ ସୁନା ଚାଲାଣ କରିଥିବା ଜଣାପଡ଼ିଛି । କଷ୍ଟମ ବିଭାଗର ସୂଚନା ଅନୁସାରେ ଯୋଧପୁର ଏୟାରପୋର୍ଟରେ ଏମାନଙ୍କ ଯାଞ୍ଚ ସମୟରେ ଏହି ବିପୁଳ ମାତ୍ରାର ମୂଲ୍ୟବାନ ପଦାର୍ଥକୁ ଜବତ କରିଥିଲା ବିଭାଗ ।

ଏହି ୨ ଅଭିଯୁକ୍ତଙ୍କ ନିକଟରୁ ନକଲି ଆଧାର କାର୍ଡ ଜବତ କରିଛି କଷ୍ଟମ ବିଭାଗ । ସୁନା ଚୋରା ଚାଲାଣ ସମ୍ପର୍କରେ ଯୋଧପୁର କଷ୍ଟମ୍ସ ଟିମ୍ ବିମାନରେ ଯାଞ୍ଚ କରିଥିଲା । ଏହାପରେ୪ କିଲୋଗ୍ରାମ ସୁନା ଜବତ ହୋଇଛି । ବର୍ତ୍ତମାନ ଉଭୟ ଚୋରା ଚାଲାଣକାରୀ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଛନ୍ତି । ଏସିପି ଇଷ୍ଟ ଦେରାୱର ସିଂ କହିଛନ୍ତି ଯେ ମଙ୍ଗଳବାର ମୁମ୍ବାଇରୁ ଯୋଧପୁର ବିମାନବନ୍ଦରରେ ପହଞ୍ଚିଥିବା ଏୟାର ଇଣ୍ଡିଆ ବିମାନରେ ବିଦେଶରୁ ବେଆଇନ ସୁନା ଅଣାଯାଉଥିବା ସୂଚନା ମିଳିଛି । ଯୋଧପୁରରେ ବିମାନ ପହଞ୍ଚିବା ପରେ ଷ୍ଟମ ବିଭାଗ ଯାଞ୍ଚ କରିଥିଲା, କିନ୍ତୁ ସେଥିରେ କିଛି ମିଳି ନଥିଲା ।

ଏହା ବି ପଢନ୍ତୁ- ଚୋରି କରିବାରୁ ଯୁବକଙ୍କୁ ତାଲିବାନୀ ଦଣ୍ଡ, ବୋରିଙ୍ଗ ଲିଫ୍ଟରେ ଟଙ୍ଗାଇ ନିର୍ଦ୍ଧୁମ ମାଡ

ଏହାପରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସନ୍ଦେହଜନକ ଭାବେ ହେପାଜତକୁ ନେଇଥିଲା ବିଭାଗ । କଷ୍ଟମ ବିଭାଗର ସୂଚନା ଅନୁସାରେ ଏହି ୨ ଅଭିଯୁକ୍ତ ଅନେକ ଥର ସିଙ୍ଗାପୁରରୁ ସୁନା ଆଣି ଭାରତକୁ ଆସିଥିଲେ । ତେବେ ମୁମ୍ବାଇ ଏୟାରପୋର୍ଟରେ ସେମାନେ କଡ଼ାକଡ଼ି ବ୍ୟବସ୍ଥା ଅଧିକ ଥିବାରୁ ବିମାନ ମଧ୍ୟରେ ଥିବା ସିଟରେ ସେମାନେ ସୁନାକୁ ଲୁଚାଇଥିଲେ । ଏହାପରେ ସେଠାରୁ ସେହି ସିଟ୍‌କୁ ବୁକ୍‌ କରି ସେଥିରୁ ସୁନାକୁ ନେଉଥିଲେ । ତେବେ ଯୋଧପୁରରେ ମଧ୍ୟ ଏହି ପ୍ଲାନ କରିଥିଲେ । ମାତ୍ର ଯୋଧପୁରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସମ୍ପର୍କରେ ସେମାନେ ଜାଣିବା ପରେ ବିମାନରେ ହିଁ ସୁନାକୁ ଛାଡି ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.