ETV Bharat / bharat

ଦେଶ ପାଳିବ 77ତମ ସ୍ବାଧୀନତା ଦିବସ: ଚମକୁଛି ଐତିହାସିକ ଲାଲକିଲ୍ଲା, ଏଥର 1800 ସ୍ବତନ୍ତ୍ର ଅତିଥି - Independence Day preparation at delhi

ଆସନ୍ତାକାଲି (ମଙ୍ଗଳବାର) 77ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ଦିଲ୍ଲୀରୁ ପଲ୍ଲୀ ଯାଏ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି । ଐତିହାସିକ ଲାଲକିଲ୍ଲାରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ଲାଲକିଲ୍ଲାରେ ଫୁଲ ଡ୍ରେସ ରିହର୍ସାଲ ଶେଷ ହୋଇଛି । ଅପେକ୍ଷା ସେ ମୁହୂର୍ତ୍ତକୁ ।

Independence Day 2023
Independence Day preparation at Red Fort
author img

By

Published : Aug 14, 2023, 8:54 AM IST

ନୂଆଦିଲ୍ଲୀ: ଦେଶ ପ୍ରସ୍ତୁତ । ଦେଶବାସୀ ବି ପ୍ରସ୍ତୁତ । ଅପେକ୍ଷା କେବଳ ସେହି ମୁହୂର୍ତ୍ତକୁ । ସକାଳର ସୂର୍ଯ୍ୟ ଉଦୟକୁ । ରାତି ପାହିଲେ ଦେଶ ପାଳିବ 77ତମ ସ୍ବାଧୀନତା ଦିବସ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସମ୍ବୋଧିତ କରିବେ । ଏହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସ୍ବାଧୀନତା ଦିବସ ଅବସରରେ ସମ୍ବୋଧନ କରିବେ । ଏନେଇ ଲାଲକିଲ୍ଲାରେ ତିନି ସେନା ସମେତ ବିଭିନ୍ନ ସଶସ୍ତ୍ର ବଳ କଣ୍ଟେନଜେଣ୍ଟର ଫୁଲ ଡ୍ରେସ ରିହର୍ସାଲ ଶେଷ କରିଛନ୍ତି । କର୍ତ୍ତବ୍ୟ ପଥରେ ଭାରତର ଶକ୍ତିଶାଳୀ ସେନା ବିଶ୍ବକୁ ଦେଖାଇବେ ସ୍ବଦେଶୀ ଜ୍ଞାନର ପରକାଷ୍ଠା । ଜାତୀୟ ପତାକା ଉତ୍ତୋଳନ ସମୟରେ ଆକାଶ ମାର୍ଗରୁ ପୁଷ୍ପବୃଷ୍ଟି କରିବ ବାୟୁସେନାର ଦୁଇ ଲାଇଟ ହେଲିକାପ୍ଟର ମାର୍କ-3 ଧ୍ରୁବ । 77ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ସ୍ବତନ୍ତ୍ର ଅତିଥି ସାମିଲ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

77ତମ ସ୍ବାଧୀନତା ଦିବସର ସ୍ବତନ୍ତ୍ର ଅତିଥି: ଏଥର ଜାତୀୟ ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ସାମିଲ ହେବେ 1800 ସ୍ବତନ୍ତ୍ର ଅତିଥି । କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ପ୍ରୟାସର ପ୍ରତୀକ ଭାବେ ଏହି ସ୍ବତନ୍ତ୍ର ଅତିଥି ସାମିଲ ହେବେ । 1800 ଅତିଥିଙ୍କ ମଧ୍ୟରେ ରହିଛନ୍ତି 400 ସରପଞ୍ଚ, 250 କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି, 50 ଜଣ ପିଏମ କିଷାନ ସମ୍ମାନ ନିଧି ଓ ପିଏମ କୌଶଳ ବିକାଶ ଯୋଜନାର ହିତାଧିକାରୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନିର୍ମାଣ ନିଯୋଜିତ 50 ଶ୍ରମଯୋଗୀ, 50 ଖଦି କାରିଗର, 50 ପ୍ରାଥମିକ ସ୍କୁଲ ଶିକ୍ଷକ, ନର୍ସ ଓ ମତ୍ସ୍ୟଜୀବୀ ସାମିଲ ହେବେ । ଏହାସହ ସୀମାରେ ସଡକ ପଥ ନିର୍ମାଣ, ଅମୃତ ସରୋବର ଖନନ ଶ୍ରମିକ ଏବଂ ହର ଘର ଜଳ ଯୋଜନାରେ ନିୟୋଜିତ କର୍ମଚାରୀ ପ୍ରମୁଖ ସାମିଲ ହେବେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 75 ଯୋଡି ସେମାନଙ୍କ ପାରମ୍ପରିକ ପୋଷାକରେ 77ତମ ସ୍ବାଧୀନତା ଦିବସରେ ସାମିଲ ହେବ ।

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ ପ୍ରତିରକ୍ଷା ମନ୍ତ୍ରୀ: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ସ୍ବାଗତ କରିବେ । ସାଥିରେ ଡେପୁଟି ଅଜୟ ଭଟ୍ଟ, ପ୍ରତିରକ୍ଷା ସଚିବ ଗିରିଧର ଆରା ଉପସ୍ଥିତ ରହିବେ । ପ୍ରତିରକ୍ଷା ସଚିବ ଜେନେରାଲ ଅଫିସର କମାଣ୍ଡଙ୍କ ପରିଚୟ ପ୍ରଦାନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଗାର୍ଡ ଅଫ ଅନର କଣ୍ଟିନଜେଣ୍ଟ ମଧ୍ୟରେ ଜଣେ ଅଫିସର ଓ 3 ସେନାରୁ 25 ଅଧିକାରୀ ରହିଛନ୍ତି । ଏହାପରେ ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ସ୍କୁଲର 1100 ଏନସିସି କାଡେଟସ୍‌ର ବାଳକ ଓ ବାଳିକା ଏଥିରେ ଅଶଂଗ୍ରହଣ କରିବେ । ଏହା ସହିତ 2021 ମାର୍ଚ୍ଚ 12ରୁ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିବା 'ଆଜାଦୀ କା ଅମୃତ ମହୋତ୍ସବ'ର ସମାପ୍ତି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...77th I-Day: ଲାଲକିଲ୍ଲାରେ ଫୁଲ୍‌ ଡ୍ରେସ୍‌ ରିହର୍ସଲ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

12ଟି ସ୍ଥାନରେ ରହିଛି ସେଲ୍ଫି ପଏଣ୍ଟ: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସେଲଫି ପଏଣ୍ଟ କରାଯାଇଛି । କେନ୍ଦ୍ରୀୟ ଯୋଜନା ସମ୍ପର୍କିତ ସେଲଫି ପଏଣ୍ଟ ରହିଛି । ଦିଲ୍ଲୀର 12ଟି ସ୍ଥାନରେ ଏହି ସେଲଫି ପଏଣ୍ଟ ରହିଛି । ଜାତୀୟ ଯୁଦ୍ଧ ସ୍ମାରକୀ, ଇଣ୍ଡିଆ ଗେଟ, ବିଜୟ ଚୌକ, ନୂଆଦିଲ୍ଲୀ ରେଳ ଷ୍ଟେସନ, ପ୍ରଗତୀ ମୈଦାନ, ରାଜଘାଟ, ଜାମା ମସଜିଦ ମେଟ୍ରା ଷ୍ଟେସନ, ରାଜୀବ ଚୌକ ମେଟ୍ରୋ ସେଷ୍ଟନ, ଦିଲ୍ଲୀ ଗେଟ ମେଟ୍ରୋ ଷ୍ଟେସନ, ଆଇଟିଓ ମେଟ୍ରୋ ଗେଟ, ନାଉବାତ ଖାନା ଏବଂ ଶିଶ ଗଞ୍ଜ ଗୁରୁଦ୍ବାରରେ ସେଲଫି ପଏଣ୍ଟ ରହିଛି ।

ଦିଲ୍ଲୀ ପୋଲିସର ଟ୍ରାଫିକ ଆଡଭାଇଜରି: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହିତ ଟ୍ରାଫିକ ଆଡଭାଇଜରି ଜାରି କରିଛି ଦିଲ୍ଲୀ ପୋଲିସ । ଲାଲକିଲ୍ଲା ପଟେ ଯାନବାହାନ ଚଳାଚଳ ଉପରେ ନିଷିଦ୍ଧାଦେଶ ଜାରି ହୋଇଛି । ନିଜାମୁଦିନ ଖାତା ଏବଂ ୱାଜିରାବାଦ ରାସ୍ତା ମଧ୍ୟରେ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଛି । ଆଜି (ସୋମବାର) ଅପରାହ୍ନ 12ଟାରୁ ମଙ୍ଗଳବାର ପୂର୍ବାହ୍ନ 11ଟା ଯାଏ ରିଙ୍ଗ ରୋଡ ଓ ଆଇଏସବିଟି କାଶମେରେ ଗେଟ ମଧ୍ୟରେ ସିଟି ବସ ଚଳାଚଳ ବନ୍ଦ ରହିଛି । ମହାରାଣା ପ୍ରତାପ ଆଇଏସବିଟି ଏବଂ ସାରାଇ କାଲେ ଖାନ ରୋଡରେ ଅନ୍ତରାଜ୍ୟ ବସକୁ ଅନୁମତି ନାହିଁ । ମଙ୍ଗଳବାର ପୂର୍ବାହ୍ନ 11ଟା ପରେ ଲାଲକିଲ୍ଲା ଆଡକୁ ସାଧାରଣ ବସ ଚଳାଚଳ ସ୍ବାଭାବିକ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.