ETV Bharat / bharat

ପଢାରେ ପଛୁଆ ରହିବେନି ଉପାନ୍ତ ପିଲା, ଆଶାର କିରଣ ସାଜିଛି CRY - ଆଶା କିରଣ ସେଣ୍ଟର

କୋରୋନା ସମୟରେ ପାଠପଢାରେ ପଛୁଆ ରହିଯାଇଥିବା ଉପାନ୍ତ ଅଞ୍ଚଳ ପିଲାଙ୍କୁ ଶିକ୍ଷା ସହ ଯୋଡିବାକୁ ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ଅଭିନବ ପ୍ରୟାସ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳ ପିଲାଙ୍କ ଶିକ୍ଷାଦାନ ପାଇଁ CRYର ଅଭିବନ ପ୍ରୟାସ

author img

By

Published : Jun 18, 2023, 11:50 AM IST

Updated : Jun 18, 2023, 1:11 PM IST

ହାଇଦ୍ରାବାଦ: ସନା(ଛଦ୍ମନାମ), ପଶ୍ଚିମବଙ୍ଗ ଜଲପାଇଗୁଡି ଚାମୁର୍ଚି ଚା' ବଗିଚା ଅଞ୍ଚଳରେ ନିଜ ବାପାମାଆ ଓ ବଡ ଭାଇ ସହ ବସବାସ କରେ । ପିଲାଟିର ପରିବାରର ଆର୍ଥିକ ସ୍ଥିତି ଖୁବ୍ ଦୁର୍ବଳ । ସନାର ବାପାମାଆ ଚା' ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ବଡ କଷ୍ଟରେ ପରିବାର ଚଳେ । ବାପା ଯାହା ରୋଜଗାର କରନ୍ତି, ସବୁ ମଦ୍ୟପାନରେ ଉଡାଇ ଦିଅନ୍ତି । ସେପଟେ ମାଆ ମଧ୍ୟ ଶ୍ରମିକ ଥିବାରୁ ଷଷ୍ଠ ଶ୍ରେଣୀରେ ପଢୁଥିବା ଦୁଇ ପିଲାଙ୍କ ଉପରେ ଯଥେଷ୍ଟ ଧ୍ୟାନ ଦେଇପାରିନଥାନ୍ତି । ମାଆ ସକାଳୁ କାମରେ ବାହାରି ଯାଉଥିବାରୁ କୁନି ଝିଅ ସନା ସବୁ ଘର କାମ କରେ । ଯେଉଁଥିପାଇଁ ପାଠ ପଢିବାକୁ କମ୍ ସମୟ ମିଳେ । ଏପରି ସ୍ଥଳେ କୋଭିଡ୍ ଆସିବା ପରେ ଉପାନ୍ତ ଅଞ୍ଚଳରେ ରହୁଥିବା ଏହି ଆର୍ଥିକ ଅନଗ୍ରସର ପିଲାର ପାଠପଢା ଆହୁରି ବ୍ୟାହତ ହେଲା ।

କୋଭିଡ୍ ଯୋଗୁଁ ଲମ୍ବା ସମୟ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଲା । ସନା ଭଳି ଦେଶର ଦୁର୍ଗମ ଅଞ୍ଚଳର ଲକ୍ଷ ଲକ୍ଷ ପିଲା ପାଠପଢାରେ ପଛୁଆ ରହିଗଲେ । ସେମାନଙ୍କ ଶିକ୍ଷାରେ ବଡ ଅନ୍ତରାଳ ସୃଷ୍ଟି ହେଲା । ଡ୍ରପ୍ ଆଉଟ ସଂଖ୍ୟା ବୃଦ୍ଧି ପାଇଲା । ଏହିଭଳି ପିଲାମାନଙ୍କୁ ଶିକ୍ଷା ସହ ଯୋଡି ରଖିବାକୁ ଏବଂ କୋଭିଡ କାଳରେ ସେମାନଙ୍କ ପାଠପଢା କ୍ଷତି ଭରଣା କରିବାକୁ ଅଣ ସରକାରୀ ସଂଗଠନ Child Rights and You(ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ) ମହତ୍ ପଦକ୍ଷେପ ହାତକୁ ନେଇଛି । ରୋଟାରୀ ଇଣ୍ଡିଆ ଲିଟେରାସି ମିଶନ(RILM) ସହ ହାତ ମିଳାଇ ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ସଂଗଠନ ପିଲାଙ୍କ ପାଠପଢା କ୍ଷତିର ଆକଳନ କରି ୭ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ 'ଆଶା କିରନ ସେଣ୍ଟର' କାର୍ଯ୍ୟକାରୀ କରିଛି । ବର୍ତ୍ତମାନ ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଣିପୁର ଓ ଜମ୍ମୁ କାଶ୍ମୀରର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସମୁଦାୟ ୩୯ଟି ଆଶା କିରନ ସେଣ୍ଟର କାର୍ଯ୍ୟ କରୁଛି । ଯାହାର ଉଦ୍ଦେଶ୍ୟ, କୋଭିଡ କାଳରେ ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ।

ଏହି ପରିପ୍ରେକ୍ଷୀରେ CRY ଓ RILM ପ୍ରଥମେ ଜଲପାଇଗୁଡି ଜିଲ୍ଲା ବନାରହଟ ଅଞ୍ଚଳର ୪ଟି ପଞ୍ଚାୟତରେ ଆସେସମେଣ୍ଟ ଷ୍ଟଡି କରିଥିଲେ । ଏହାପରେ CRYର ସହଯୋଗୀ ସଂସ୍ଥା ଡୁଆର୍ସ ଜାରୋନ ଜରିଆରେ ଏଠାରେ ଏକ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ବର୍ତ୍ତମାନ ୧୫ଟି ଆଶା କିରନ ସେଣ୍ଟର ସ୍ଥାନୀୟ ଚା' ବଗିଚା ଅଞ୍ଚଳରେ କାର୍ଯ୍ୟ କରୁଛି । ଯେଉଁଠି ଏବେ ସନାଙ୍କ ସମେତ ୧୭୩୫ ଜଣ ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି ।

ଗତ ଜୁଲାଇରେ ସନା ଏହି କେନ୍ଦ୍ରକୁ ଆସିଥିଲା । ସେ ସମୟରେ ପିଲାଟିର ଶିକ୍ଷାଗ୍ରହଣ କ୍ଷମତା ଅତ୍ୟନ୍ତ ଦୁର୍ବଳ ଥିବା ଦେଖାଯାଇଥିଲା । ସନା ଭଳି ଅଧିକାଂଶ ପିଲା ବହି ପଢିବା, ମିଶାଣ ଫେଡାଣ ଭଳି ସହଜ ହିସାବ କରିବାକୁ ଅସମର୍ଥ ରହିଥିଲେ । ତେଣୁ ପିଲା ଯେମିତି ଭଲ ଭାବେ ପାଠ ବୁଝିପାରିବ, ସେଥିପାଇଁ ଶିକ୍ଷକମାନେ କୌଣସି ବିଷୟକୁ ବାରମ୍ବାର ପଢାଇବା ସେମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ।

ଗତ ୮ ମାସ ହେଲା ଜଲପାଇଗୁଡି ଜିଲ୍ଲାର ଆଶା କିରଣ ସେଣ୍ଟରର ଶିକ୍ଷକମାନେ ନିୟମିତ କ୍ଲାସ କରିବା ସହ ଅଭିନବ ଶିକ୍ଷାଦାନ, ଚିତ୍ରାଙ୍କନ, ଖେଳ ଭଳି ବିଭିନ୍ନ ପଦ୍ଧତିରେ ପିଲାଙ୍କ ପାଇଁ ଶିକ୍ଷାନୁକୂଳ ବାତାବରଣ ଫେରାଇ ଆଣିବାରେ ସଫଳତା ହାସଲ କରିଛନ୍ତି । ଶ୍ରେଣୀ ଗୃହ ଶିକ୍ଷାଦାନ ବ୍ୟତୀତ ଶିକ୍ଷକମାନେ ସ୍ଥାନୀୟ ସ୍କୁଲ ଶିକ୍ଷକ, ପଞ୍ଚାୟତ ସଦସ୍ୟ, ଅଭିଭାବକ ଓ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ପିଲାଙ୍କୁ ମୁଖ୍ୟସ୍ରୋତ ଶିକ୍ଷାରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ୪ଟି ରାଜ୍ୟରେ ଏହି ସେଣ୍ଟର କାର୍ଯ୍ୟ କରୁଛି ।

Last Updated : Jun 18, 2023, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.