ETV Bharat / bharat

କୋଲକାତାରେ ଥମୁନି ହିଂସା, ବିଜେପି କାର୍ଯ୍ୟାଳୟ ନିକଟରୁ 54 ଅଫୁଟା ବୋମା ଉଦ୍ଧାର

author img

By

Published : Jun 6, 2021, 7:02 AM IST

କୋଲକାତା ବିଜେପି କାର୍ଯ୍ୟାଳୟ ନିକଟରୁ 54ଟି ଅଫୁଟା ବୋମା ଠାବ କରାଯାଇଛି । ଅଧିକ ପଢନ୍ତୁ...

କୋଲକାତାରେ ଥମୁନି ହିଂସା, ବିଜେପି କାର୍ଯ୍ୟାଳୟ ନିକଟରୁ 54 ଅଫୁଟା ବୋମା ଠାବ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ମଧ୍ୟ ଥମୁନି ହିଂସା । ରାଜନୀତିକୁ ନେଇ ପ୍ରାୟ ଅଧିକାଂଶ ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କୋଲକାତା ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରୁ 54ଟି ବୋମାକୁ ଆଣ୍ଟି ରାଉଡି ସେକ୍ସନ(ARS) ଠାବ କରିଛି ।

ନିର୍ବାଚନ ସମୟରେ ରାଜ୍ୟର ଅଧିକାଂଶ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ । ଏଥିଲାଗି ଏହି ସମୟରେ ବୋମା ଠାବ ହୋଇଥାଏ । କିନ୍ତୁ ନିର୍ବାଚନ ପରେ ମଧ୍ୟ ରାଜ୍ୟରେ ଥମୁନି ହିଂସା । ତେବେ ବିଜେପି କାର୍ଯ୍ୟାଳୟଠାରୁ ପ୍ରାୟ 20 ମିଟର ଦୂରରୁ ମିଳିଛି । ଏହି ବୋମାଗୁଡିକ ଫଳ ପ୍ୟାକ କରିବା ପାଇଁ ବ୍ୟବହାର ହେଉଥିବା ପ୍ରାୟ 4ଟି ବସ୍ତାରୁ ମିଳିଛି । ହେଷ୍ଟିଙ୍ଗ ପୋଲିସ ଷ୍ଟେସନରେ ବୋମା ରହିଥିବା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ବୋମାଗୁଡିକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା ।

ଏହି ବୋମାଗୁଡିକ ବିସ୍ଫୋରଣ ହୋଇଥିଲେ ଭୟଙ୍କର କ୍ଷୟକ୍ଷତି ହୋଇଥାନ୍ତା ବୋଲି ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି । ତେବେ ବୋମାଗୁଡିକ ସେଠାକୁ କିପରି ଆସିଲା ଓ କିଏ ଆଣିଲା ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । କାର୍ଯ୍ୟାଳୟ ନିକଟରେ ଥିବା ସିସିଟିଭି କ୍ୟାମେରାର ଫୁଟେଜ ଆଧାରରେ ଘଟଣାର ତଦନ୍ତ କରାଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.