ETV Bharat / bharat

ଶ୍ରୀନଗର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ CRPF ଯବାନ, ୧୨ ଆହତ

author img

By

Published : Apr 19, 2022, 2:48 PM IST

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଗାଡି ଓ ଟ୍ରକ୍‌ ଦୁର୍ଘଟଣାରେ ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀଙ୍କ ଗାଡିକୁ ଧକ୍କା ଦେଲେ ଟ୍ରକ, ଜଣେ ଯବାନ ମୃତ ୧୨ ଆହତ

ଶ୍ରୀନଗର: ଶ୍ରୀନଗରରେ ସଡକ ଦୁର୍ଘଟଣା । ସୁରକ୍ଷାକର୍ମୀଙ୍କ ଗାଡିକୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ହାଇଡ୍ରୋପୋରାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗାଡିକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ କମ୍ପୋଜିଟ ହସ୍ପିଟାଲ BSF ଏସଟିସି ହୁମହାମାକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ତେବେ ଆହତ ଟ୍ରକ୍‌ ହେଲ୍‌ପର ଜଣଙ୍କୁ ଚିକିତ୍ସା ପାଇଁ SMHS ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.