ETV Bharat / bharat

ନକ୍ସଲ ସହ ଗୁଳି ବିନିମୟରେ ଯବାନ ଶହୀଦ, ଜଣେ ଗୁରୁତର - ସୁରକ୍ଷାକର୍ମୀ ନକ୍ସଲ ଗୁଳି ବିନିମୟ

Chhattisgarh Naxal Encounter: ଛତିଶଗଡରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ଶହୀଦ । ଆଉ ଜଣେ ଗୁରୁତର । ଅଧିକ ପଢନ୍ତୁ

ଛତିଶଗଡରେ ଏନକାଉଣ୍ଟର
ଛତିଶଗଡରେ ଏନକାଉଣ୍ଟର
author img

By ETV Bharat Odisha Team

Published : Dec 17, 2023, 12:03 PM IST

Updated : Dec 17, 2023, 12:40 PM IST

ରାୟପୁର: ଛତିଶଗଡ଼ ସୁକମାରେ ଆଜି (ରବିବାର) ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କମ୍ବିଂ ଅପରେସନ ବେଳେ ନକ୍ସଲଙ୍କ ସହ ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି ଏବଂ ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସିଆରପିଏଫ ୧୬୫ ବାଟାଲିୟନର ସବ-ଇନ୍ସପେକ୍ଟର ସୁଧାକର ରେଡ୍ଡି । ଆହତ କନେଷ୍ଟବଳଙ୍କ ନାମ ରାମୁ । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥିବା ସୂଚନା ରହିଛି ।

ସୂଚନା ମୁତାବକ, ଆଜି ସକାଳେ ଏହି ଏନକାଉଣ୍ଟର ହୋଇଛି । ସିଆରପିଏଫ ୧୬୫ ବାଟାଲିୟନର ଟିମ୍ ସକାଳେ ସୁକମା ଜାଗରଗୁଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧି ଅପରେସନ ଚଳାଇଥିଲେ । ସକାଳ ୭ଟାରେ ଉରସାଙ୍ଗଲ ଗାଁରୁ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ନକ୍ସଲମାନେ ଅଚାନକ ସିଆରପିଏଫ ଟିମ୍ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟ ମଧ୍ୟରେ ସିଆରିପିଏ ୧୬୫ ବାଟାଲିୟନର ସବ-ଇନ୍ସପେକ୍ଟର ସୁଧାରକ ରେଡ୍ଡିଙ୍କ ଦେହରେ ଗୁଳି ବାଜିଥିଲା । ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗୁଳିମାଡରେ କନେଷ୍ଟବଳ ରାମୁ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଛତିଶଗଡରେ ନକ୍ସଲଙ୍କ IED ବିସ୍ଫୋରଣ: ଜଣେ BSF ଯବାନ ଶହୀଦ

ଗୁରୁତର କନେଷ୍ଟବଳକୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରୁ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଛି । ସେପଟେ ଏହି ଏନକାଉଣ୍ଟର ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇ ୪ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି । ସିଆରପିଏଫ, କୋବ୍ରା ୟୁନିଟ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ଜାଗରଗୁଣ୍ଡ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ସମ୍ପୃକ୍ତ ୪ ଜଣଙ୍କୁ ଅଟକ ରଖିଛନ୍ତି । ସେମାନଙ୍କୁ ପଚାରଉଚରା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ : ପୋଲିସ ସାମ୍ନାରେ କଏଦୀକୁ ଗୁଳି କରି ହତ୍ୟା, ବିହାର କୋର୍ଟ କ୍ୟାମ୍ପସରେ ହଇଚଇ

ଛତିଶଗଡ଼ରେ ବାରମ୍ବାର ନକ୍ସଲ ଆକ୍ରମଣରେ ଯବାନ ଆଖି ବୁଜୁଛନ୍ତି । କିଛି ଦିନ ତଳେ କାଙ୍କେରରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଶହୀଦ ହୋଇଯାଇଥିଲେ । ପ୍ରତାପପୁର-ଟେକେରାପାରା ପାହାଡି କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଥିଲ । ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ସେଠାରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.