ETV Bharat / bharat

ଶହୀଦଙ୍କ ଭଉଣୀ ବିବାହରେ ପହଞ୍ଚିଲେ CRPF ଭାଇ, ଭାବବିହ୍ବଳ ହେଲେ ପରିବାର

author img

By

Published : Dec 16, 2021, 1:28 PM IST

ଭଉଣୀ ବାହାଘରରେ ଭାଇର ଅନୁପସ୍ଥିତି ପୂରଣ କଲେ ଭାଇର ସାଙ୍ଗ । ଦେଶସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେନା ଅଧିକାରୀ ଶୈଳେନ୍ଦ୍ର ପ୍ରତାପ ସିଂଙ୍କ ସେନା ସାଥୀ ତାଙ୍କ ଉଭଣୀ ବାହାଘରରେ ପହଞ୍ଚି ଭାଇର କର୍ତ୍ତବ୍ୟ କରିଛନ୍ତି (crpf jawans reach slain soldiers home)। ସିଆରପିଏଫ ସେନା ବର୍ଦ୍ଧି ପିନ୍ଧି ଶୈଳେନ୍ଦ୍ରଙ୍କ ଭଉଣୀ ବିବାହରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଶହୀଦଙ୍କ ଭଉଣୀ ବିବାହରେ ପହଞ୍ଚିଲେ CRPF ଭାଇ
ଶହୀଦଙ୍କ ଭଉଣୀ ବିବାହରେ ପହଞ୍ଚିଲେ CRPF ଭାଇ

ଲକ୍ଷ୍ନୌ: ଭଉଣୀ ବାହାଘରରେ ଭାଇର ଅନୁପସ୍ଥିତି ପୂରଣ କଲେ ଭାଇର ସେନା ସାଙ୍ଗ । ଦେଶସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେନା ଅଧିକାରୀ ଶୈଳେନ୍ଦ୍ର ପ୍ରତାପ ସିଂଙ୍କ ସେନା ସାଥୀ ତାଙ୍କ ଉଭଣୀ ବାହାଘରରେ ପହଞ୍ଚି ଭାଇର କର୍ତ୍ତବ୍ୟ କରିଛନ୍ତି (crpf jawans reach slain soldiers home) । ସିଆରପିଏଫ ସେନା ବର୍ଦ୍ଧି ପିନ୍ଧି ଶୈଳେନ୍ଦ୍ରଙ୍କ ଭଉଣୀ ବିବାହରେ ଯୋଗ ଦେଇଛନ୍ତି । ଏହା ଦେଖି ପରିବାର ଲୋକଙ୍କ ଆଖିରେ ଲୁହ ଆସିଯାଇଛି । ଉତ୍ତରପ୍ରଦେଶର ରାୟବରେଲିରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଶହୀଦଙ୍କ ଭଉଣୀ ବିବାହରେ ପହଞ୍ଚିଲେ CRPF ଭାଇ
ଶହୀଦଙ୍କ ଭଉଣୀ ବିବାହରେ ପହଞ୍ଚିଲେ CRPF ଭାଇ

ସେନା ପୋଷାକରେ ଯେତେବେଳେ ସମସ୍ତ ବିବାହ ମଣ୍ଡପରେ ପହଞ୍ଚିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ଭାଇକୁ ହରାଇ ୧୮ ଜଣ ଭାଇକୁ ପାଇଥିଲେ ଶୈଳେନ୍ଦଙ୍କ ଭଉଣୀ ଜ୍ୟୋତି । ଭଉଣୀକୁ ବୋହୂ ବେଶରେ ସଜେଇ ଓଢଣୀ ପକାଇ ବିବାହ ମଣ୍ଡପକୁ ନେଇଯାଇଥିଲେ । ଭାଇ ଭଳି ସମସ୍ତ ରୀତିନୀତି ସମ୍ପର୍ଣ୍ଣ କରିଥିଲେ ୧୮ ସିଆରପିଏଫ ଯବାନ । ଉଭୟ ବର କନ୍ୟାକୁ ଦାମି ଉପହାର ମଧ୍ୟ ଦେଇଥିଲେ ।

ଜ୍ୟୋତିଙ୍କ ଭାଇ ଶୈଳେନ୍ଦ୍ର ୨୦୦୮ରେ ସିଆରପିଏଫରେ ଭର୍ତ୍ତି ହୋଇଥିଲେ । ୨୦୨୦ ଜମ୍ମୁକାଶ୍ମୀର ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିଲେ ଶୈଳେନ୍ଦ୍ର । ଜ୍ୟୋତି ଶୈଳେନ୍ଦ୍ରଙ୍କର ସାନ ଭଉଣୀ ଥିଲେ । ଶୈଳେନ୍ଦ୍ରଙ୍କ ସେନାବନ୍ଧୁଙ୍କ ଏପରି କାର୍ଯ୍ୟ ସମସ୍ତଙ୍କୁ ଭାବ ବିହ୍ବଳ କରିଥିଲା । ଶହୀଦ ଶୈଳେନ୍ଦ୍ରଙ୍କ ସ୍ଥାନ ପୂରଣ କରିଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି । ଶୈଳେନ୍ଦ୍ରଙ୍କ ବାପା କହିଛନ୍ତି ମୋ ପୁଅ ଏ ଦୁନିଆରେ ନାହିଁ ହେଲେ ସିଆରପିଏଫ ଯବାନଙ୍କ ଭଳି ଅନେକ ପୁଅ ପାଇଛି ଯେଉଁମାନେ ମୋ ସୁଖଦଃଖରେ ଛିଡା ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.