ETV Bharat / bharat

Chhattisgarh Polls: ମତଦାନ ବେଳେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; CRPF ଯବାନ ଆହତ - ଆଇଇଡି ବିସ୍ଫୋରଣରେ ଯବାନ ଆହତ

ଛତିଶଗଡରେ ମତଦାନ ବେଳେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଜଣେ CRPF ଯବାନ ଆହତ । ଅଧିକ ପଢନ୍ତୁ

ଛତିଶଗଡରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ
ଛତିଶଗଡରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ
author img

By ETV Bharat Odisha Team

Published : Nov 7, 2023, 10:39 AM IST

ରାୟପୁର: ଛତିଶଗଡରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ମତଦାନ ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ସୁକମା ଜିଲ୍ଲାର ତୋଣ୍ଡମାରକା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏଥିରେ CRPFର ଜଣେ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣ ବେଳେ ଯବାନ ଜଣକ ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ । ଏନେଇ ସୁକମା ଏସପି କିରନ ଚଭନ ସୂଚନା ଦେଇଛନ୍ତି ।

ପୋଲିସ ମୁତାବକ, CRPF ଓ କୋବ୍ରାର ୨୦୬ବି ବାଟାଲିୟନର ମିଳିତ ଟିମ୍ ତୋଣ୍ଡମାରକା କ୍ୟାମ୍ପ୍‌ରୁ ଏଲମାଗୁଣ୍ଡା ଗାଁ ଅଭିମୁଖେ ଯାଉଥିଲେ । ପାଟ୍ରୋଲିଂ ବେଳେ କୋବ୍ରା ୨୦୬ବି ବାଟାଲିୟନର ଇନ୍ସପେକ୍ଟର ଶ୍ରୀକାନ୍ତଙ୍କ ପାଦ ଅଜଣାତରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ଉପରେ ପଡି ଯାଇଥିଲା । ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ଏବଂ ଏଥିରେ ଯବାନ ଆହତ ହୋଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ଏବେ ବିପଦମୁକ୍ତ ଅଛନ୍ତି । ତେବେ ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି ତାହା କୋଣ୍ଟା ବିଧାନସଭା କ୍ଷେତ୍ରରେ ମଧ୍ୟରେ ଆସୁଛି । କୋଣ୍ଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମତଦାନ ହେଉଥିବା ବେଳେ ଏଠାରୁ ଛତିଶଗଡ ମନ୍ତ୍ରୀ କବାସୀ ଲଖମା ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଜାରି

ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ଲଗାତାର ନକ୍ସଲମାନେ ଉତ୍ପାତ ମଚାଇ ଚାଲିଛନ୍ତି । ଗତକାଲି କାଙ୍କେର ଅଞ୍ଚଳରେ ମଧ୍ୟ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥିରେ ବିଏସଏଫର ଜଣେ କନେଷ୍ଟବଳଙ୍କ ସମେତ ଦୁଇ ଜଣ ପୋଲିଂ ଅଧିକାରୀ ଆହତ ହୋଇଥିଲେ । ଆହତ କନେଷ୍ଟବଳ ପ୍ରକାଶ ଚାନ୍ଦ ବୋଲି ଜଣାପଡ଼ିଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ କେଇ ଘଣ୍ଟା ନପୁରୁଣ ପୁଣିଥରେ ସୁକମାରେ ନକ୍ସଲ ଆଉ ଏକ ବିସ୍ଫୋରଣକୁ ରୂପ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ବିଧାନସଭା ନିର୍ବାଚନ ମତଦାନ ହେଉଛି । ଏହି ଆସନଗୁଡ଼ିକ ମଧ୍ୟରୁ ଅନେକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ରହିଛି । ରାଜନାନ୍ଦଗାଓଁ ପରେ ବସ୍ତର ଡିଭିଜନରେ ସର୍ବାଧିକ ନକ୍ସଲ ପ୍ରଭାବିତ ଅଞ୍ଚଳ ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ନଭେମ୍ବର ୧୭ରେ ବାକି ୭୦ଟି ଆସନରେ ଭୋଟ ଗ୍ରହଣ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.