ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ମହାନିର୍ଦ୍ଦେଶକ କୁଲଦୀପ ସିଂ । ଶନିବାର ତାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ବରେ ଅବସ୍ଥାପିତ କରାଯାଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ।
1986 ମସିହାର ବ୍ୟାଚ୍ ପଶ୍ଚିମବଙ୍ଗର କ୍ୟାଡର ଅଧିକାରୀ ସିଂ ଚଳିତ ବର୍ଷ ମାର୍ଚ୍ଚ 16ରୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସିଂ ତାଙ୍କର ଦୁଇ ବର୍ଷର ସିନିୟର 1984-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଓ୍ବାଇ ସି ମୋଦିଙ୍କ ସ୍ଥାନରେ ଅବସ୍ଥାପିତ ହେବାକୁ ଯାଉଛନ୍ତି । ଓ୍ବାଇ ସି ମୋଦି ମେ 31ରେ ଅବସର ନେବାକୁ ଯାଉଛନ୍ତି । ଆଇପିଏସ ସିଂଙ୍କୁ CRPF ଡିଜି ଭାବରେ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ