ETV Bharat / bharat

ଦୁଇଟି କାରରୁ ୫ କୋଟି ଜବତ, ତଥାପି ସରିନି ଗଣତି - ସିରୋହୀରେ ବେଆଇନ ଟଙ୍କା ଜବତ

ସୋରୋହୀ ଜିଲ୍ଲାରେ ଦୁଇଟି କାର୍‌ରୁ ପ୍ରାୟ ୫ କୋଟି ଟଙ୍କା ଜବତ । ଏହା ହାୱାଲା ଟଙ୍କା ବୋଲି ସନ୍ଦେହ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

crores of cash recovered from two cars in Sirohi of Rajsthan
ସିରୋହୀରେ ଦୁଇଟି କାର୍‌ରୁ ଜବତ ହେଲାଣି ୫ କୋଟି, ଏବେ ବି ଗଣତି ଜାରି
author img

By

Published : Oct 12, 2022, 10:02 PM IST

ଜୟପୁର: ରାଜସ୍ଥାନର ସୋରୋହୀ ଜିଲ୍ଲାରେ ଦୁଇଟି କାର୍‌ରୁ ପ୍ରାୟ ୫ କୋଟି ଟଙ୍କା ଜବତ କରିବାରେ ସଫଳ ହୋଇଛି ରିକୋ ପୋଲିସ । ବର୍ତ୍ତମାନ ବି ଟଙ୍କା ଗଣତି ଜାରି ରହିଛି । ଏହି ଘଟଣାରେ ବର୍ତ୍ତମାନ ଦୁଇ କାର୍‌ ଚାଳକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।

ବୁଧବାର ରାଜସ୍ଥାନ-ଗୁଜରାଟ ସୀମାରେ ଥିବା ମାବଲ ନାକାରେ ଗାଡ଼ି ଯାଞ୍ଚ କରାଯାଉଥିଲା । ଏହି ସମୟରେ ଦୁଇଟି କାର୍‌ ଯାଞ୍ଚ ବେଳେ ସିଟ୍‌ ତଳେ କାଗଜ ଗୁଡା ହୋଇଥିବା ଅନେକ ନୋଟ ବଣ୍ଡଲ ମିଳିଥିଲା । ଏହି ଟଙ୍କା ବାବଦରେ ସବିଶେଷ ତଥ୍ୟ ଦେଇ ପାରିନଥିଲେ ଗିରଫ ଅଭିଯୁକ୍ତ । ନୋଟର ପରିମାଣ ଏତେ ଥିଲା ଯେ, ପୋଲିସ ଟଙ୍କା ଗଣତି ମେସିନ ମଗାଇ ଗଣିବା ଜାରି ରଖିଛି । ପୋଲିସ ଏହି ମାମଲାରେ ଜୋଧପୁର ଆୟକର ବିଭାଗକୁ ସୂଚନା ଦେଇଥିଲା । ଆୟକର ବିଭାଗ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚରେ ଲାଗିଛନ୍ତି ।

ଏହା ହାୱାଲା ଟଙ୍କା ବୋଲି ସନ୍ଦେହ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ । ଗତ ୭ ଘଣ୍ଟା ହେଲେ ନୋଟ ଗଣତି ଜାରି ରହିଛି । ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଠାରେ ଗାଡ଼ି ଯାଞ୍ଚ କରାଯାଉଥିଲା । ଗିରଫ ହୋଇଥିବା ଅଭୁଯୁକ୍ତ ଅହମ୍ମଦାବାଦର ସାହିଲ ପ୍ରଜାପତି, ପ୍ରବୀଣ ରବାରୀ, ଛଗନଲାଲ ପ୍ରଜାପତ ଓ ଦଲାମର ପ୍ରଜାପତ ବୋଲି ଜଣାପଡ଼ିଛି । ଏହି ଟଙ୍କାକୁ ଗୁଜରାଟ ନିଆଯାଉଥିବା ନେଇ ସନ୍ଦେହ କରୁଛି ପୋଲିସ । ସେପଟେ ଏହାକୁ ନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.