ETV Bharat / bharat

ନାବାଳକକୁ ଗିଳି ଦେଇଥିଲା କୁମ୍ଭୀର, ଡାକ୍ତରଖାନାରେ ହେଲା ଏକ୍ସରେ - ଉତ୍ତରାଖଣ୍ଡରେ ନାବାଳକକୁ ଟାଣିନେଲା କୁମ୍ଭୀର

କୁମ୍ଭୀର ଜଣେ ନାବାଳକଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଗ୍ରାମବାସୀ କ୍ରୋଧଭର ହୋଇ ବନ ବିଭାଗର ସହାୟତାରେ କୁମ୍ଭୀରକୁ ଧରିଥିଲେ । କୁମ୍ଭୀରଟି ନାବାଳକକୁ ଗିଳି ଦେଇଥିବା ନେଇ ତାର ଏକ୍ସ-ରେ କରାଯାଇଛି । ଅଧିକ ପଢ଼ନ୍ତୁ

crocodile attacked on minor boy in khatima
ନାବାଳକକୁ ଟାଣିନେଲା କୁମ୍ଭୀର: ଏକ୍ସରେ କଲା ବନ ବିଭାଗ
author img

By

Published : Jul 4, 2022, 2:48 PM IST

ଡେରାଡୁନ: ଉତ୍ତରାଖଣ୍ଡର ଖଟିମା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁମ୍ଭୀର ଜଣେ ନାବାଳକଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ଗ୍ରାମବାସୀ କ୍ରୋଧଭର ହୋଇ ବନ ବିଭାଗର ସହାୟତାରେ କୁମ୍ଭୀରକୁ ଧରିଥିଲେ। କୁମ୍ଭୀରଟି ନାବାଳକୁ ଗିଳି ଦେଇଥିବା ନେଇ ତାର ଏକ୍ସ-ରେ କରାଯାଇଛି ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ସୁନପହର ଗ୍ରାମରେ ଜଣେ 13 ବର୍ଷୀୟ ନାବାଳକ ମଇଁଷି ଚରାଉଥିବାବେଳେ ନଦୀ ପାର ହେଉଥିଲା। ସେହି ସମୟରେ ହଠାତ କୁମ୍ଭୀରଟି ନାବାଳକକୁ ପାଣି ଭିତରକୁ ଟାଣି ନେଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ପିଲାଟିର ପତ୍ତା ମିଳିନଥିଲା। କୁମ୍ଭୀର ଗିଳି ଦେଇଥିବା ଅନୁମାନ କରି ବନ ବିଭାଗଙ୍କ ସହାୟତାରେ ଗ୍ରାମବାସୀ କୁମ୍ଭୀରକୁ ନଦୀରୁ ବାହାର କରିଥିଲେ। ଏହାପରେ ତାକୁ ଚିକିତ୍ସାଳୟ ନେଇ ଏକ୍ସ-ରେ କରାଇଥିଲେ। କିନ୍ତୁ କୁମ୍ଭୀର ପେଟରେ କିଛିନଥିଲା। ଏହାପରେ ତାର ଚିକିତ୍ସା ହୋଇଥିଲା। ତେବେ କୁହାଯାଇଛି ଯେ, ନଦୀରେ ଅନେକ କୁମ୍ଭୀର ଥାଇପାରେ, କିନ୍ତୁ ଗ୍ରାମବାସୀ ଗୋଟିଏକୁ ଧରିଥିଲେ। କିନ୍ତୁ ତା ପାଟି ଖାଲିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.