ETV Bharat / bharat

Sri Lanka violence: ଅସମ୍ଭାଳ ଶ୍ରୀଲଙ୍କା, ରାଜପଥରେ ସେନା - ଶ୍ରୀଲଙ୍କା ରାଜପଥରେ ସେନା

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ ପରେ ରାଜରାସ୍ତାରେ ସେନା । ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେଲେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଦେଶବ୍ୟାପୀ ଦେଖାଯାଇଥିଲା ହିଂସା । ସାଂସଦଙ୍କ ସମେତ ପ୍ରାଣ ହରାଇଥିଲେ ମୋଟ 8 ଜଣ । ଏବେ ସେନା ବଳୟରେ ସମଗ୍ର ଦେଶ । ଅଧିକ ପଢନ୍ତୁ

ରାଜପଥରେ ସେନା
ରାଜପଥରେ ସେନା
author img

By

Published : May 11, 2022, 5:42 PM IST

Updated : May 11, 2022, 6:15 PM IST

କଲମ୍ବୋ: ଆର୍ଥିକ ସଙ୍କଟରୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଫଳରେ ଶ୍ରୀଲଙ୍କାରେ ସ୍ଥିତି ଅଣାୟତ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା ପରେ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 8ଜଣ ପ୍ରାଣ ହରାଇବା ପରେ ସେନା ଛାଉଣୀରେ ପରିଣତ ହୋଇଛି ସମଗ୍ର ଦେଶ । ରାଜରାସ୍ତାରେ ଶ୍ରୀଲଙ୍କା ସେନାର ଯବାନ ପଇଁତରା ମାରୁଛନ୍ତି । କୌଣସି ପ୍ରକାର ଅପ୍ରିତିକର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଂସାକାରୀଙ୍କ ଉପରେ ଅବିଳମ୍ବେ ଗୁଳି ଚଳାଇବା ପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

Sri Lanka violence: ଅସମ୍ଭାଳ ଶ୍ରୀଲଙ୍କା, ରାଜପଥରେ ସେନା

ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା ପରେ ମୁହାଁମୁହିଁ ହୋଇଥିଲେ ସରକାର ବିରୋଧୀ ଓ ସପକ୍ଷବାଦୀ । ରାଜଧାନୀ କଲମ୍ବୋ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ପରିବାର ସମେତ ମେୟର ଓ ସାଂସଦମାନେ ମଧ୍ୟ ଆକ୍ରମଣରୁ ରକ୍ଷା ପାଇନଥିଲେ । ଜଣେ ସାଂସଦଙ୍କ ସମେତ ମୋଟ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 200 ଆହତ ମଧ୍ୟ ହୋଇଥିଲେ । ଇସ୍ତଫା ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ପରିବାରକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏକ ନାଭାଲ ବେସରେ ରଖିବାକୁ ପଡିଥିଲା ।

ଦେଶରେ ଆର୍ଥିକ ସଙ୍କଟକୁ ରାଜନୈତିକ ଅସ୍ଥିରତା ଓ ହିଂସା ବଳିଯିବା ପରେ ସେନା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ରାଜଧାନୀ କଲମ୍ବୋ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସେନା ମୁତୟନକୁ ବ୍ୟାପକ କରାଯାଇଛି । ରାଜଧାନୀ ରାଜରାସ୍ତାରେ ସେନାର ଗାଡି ଯବାନଙ୍କୁ ନେଇ ଯାଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲାଗିଛି । କୌଣସି ପରିସ୍ଥିତିରେ ହିଂସା ଦେଖାଗଲେ ସୁରକ୍ଷା ବଳ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ମଧ୍ୟ ପାଇ ସାରିଛନ୍ତି । ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଗତିବିଧି ପାଇଁ ଚେକିଂ ମଧ୍ୟ କଡାକଡି କରାଯାଇଛି । ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ଲୋକଙ୍କ ଏକାଠି ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।

ତେବେ ସେନା ବର୍ତ୍ତମାନ ଶ୍ରୀଲଙ୍କାର ଶାସନ କ୍ଷମତାକୁ ହାତକୁ ନେଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳର ଜଣେ ବରିଷ୍ଠ ଅଧିକାରୀ ଏପରି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଖବର ବୋଲି ଦର୍ଶାଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେନା ମୁତୟନ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କାରେ ସାମରିକ ଶାସନର ଆବଶ୍ୟକତା ନଥିବା ମଧ୍ୟ ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର କିଛି ଶୀର୍ଷ ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଭାରତକୁ ପଳାୟନ କରିଛନ୍ତି ବୋଲି ସୋସିଆଲ ମିଡିଆରେ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ଭାରତ । ସେହିପରି ସ୍ଥିତି ନିୟନ୍ତ୍ରଣ ପାଇଁ ଭାରତ ମଧ୍ୟ ସେନା ପଠାଉଥିବା ଖବରକୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଓ କଲମ୍ବୋରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅସ୍ୱୀକାର କରିଛି । ଏହି ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଭାରତ 3.5 ବିଲିୟନ ଡଲାରର ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଛି ବୋଲି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

ଗତ କିଛି ମାସ ହେବ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଜାରି ରହିଛି । ଦେଶରେ ଖାଦ୍ୟ ସାମଗ୍ରୀ, ଇନ୍ଧନ, ଶକ୍ତି ଓ ଔଷଧ ପରି ଜରୁରୀ ସାମଗ୍ରୀର ଘୋର ଅଭାବ ଲାଗି ରହିଛି । ଏହାରି ମଧ୍ୟରେ ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିଥିଲା । ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା ପରେ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ସରକାର ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡ ପରେ ଦେଶରେ ସେନା ମୁତୟନ ହେବା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 6:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.