ETV Bharat / bharat

ଓଡିଶାରେ ଅପରାଧ, ମହାରାଷ୍ଟ୍ରରେ ଆଶ୍ରୟ...

ଓଡିଶାରେ ସାଙ୍ଘାତିକ ଅପରାଧ ଆଉ ଆଶ୍ରୟସ୍ଥଳୀ ପାଲଟିଛି ମହାରାଷ୍ଟ୍ର । ପୁଣି କେତେବେଳେ ମହାରାଷ୍ଟ୍ରକୁ ରୋଜଗାର ସନ୍ଧାନରେ ଆସି ମୋବଷ୍ଟର ପାଲଟୁଛନ୍ତି ଅପରାଧୀ । ଅଧିକ ପଢନ୍ତୁ:

ଓଡିଶାରେ ଅପରାଧ ଓ ମହାରାଷ୍ଟ୍ରରେ ଆଶ୍ରୟ
ଓଡିଶାରେ ଅପରାଧ ଓ ମହାରାଷ୍ଟ୍ରରେ ଆଶ୍ରୟ
author img

By

Published : Apr 13, 2021, 7:19 PM IST

Updated : Apr 13, 2021, 7:25 PM IST

ହାଇଦ୍ରାବାଦ: ମହାରାଷ୍ଟ୍ର-ମୋବଷ୍ଟର ଆଉ ଅପରାଧ । ବାଣିଜ୍ୟିକ ସହର ଭାବେ ପରିଚିତ ମହାରାଷ୍ଟ୍ରର ମୁମ୍ବାଇ ଆଜି ପାଲଟିଛି ଅପରାଧୀଙ୍କ କ୍ରାଇମ କ୍ୟାପିଟାଲ । ପ୍ରତିଦିନ ପେଟପାଟଣା ପାଇଁ ଓଡିଶା ସମେତ ବିକଶିତ ଓ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରମୁହାଁ ହେଉଛନ୍ତି ଅନେକ ରାଜ୍ୟବାସୀ । ମାତ୍ର ମହାରାଷ୍ଟ୍ରକୁ ଆଶ୍ରୟସ୍ଥଳୀ ଭାବେ ଏବେ ବାଛିନେଇଛନ୍ତି ମୋଷ୍ଟ ୱାଣ୍ଟେଡ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଅନୁସାରେ 2019ରେ ଦେଶରେ ସର୍ବମୋଟ 32.3 ଲକ୍ଷ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିବାବେଳେ ମହାରାଷ୍ଟ୍ର 10.6 ପ୍ରତିଶତ ମାମଲା ସହିତ ଦ୍ବିତୀୟରେ ରହିଛି । ପୋଲିସ ପ୍ରଶାସନ ଆଖିରେ ଧୂଳି ଦେଇ କେତେବେଳେ ଅପରାଧ ଘଟାଇ ଅପରାଧୀ ମହାରାଷ୍ଟ୍ରରେ ନେଉଛନ୍ତି ଆଶ୍ରୟ ତ କେତେବେଳେ ଅନ୍ୟରାଜ୍ୟରୁ ଆସି ମହାରାଷ୍ଟ୍ରରେ ପାଲଟୁଛନ୍ତି ମୋବଷ୍ଟର । ନଜର ପକାନ୍ତୁ ସେମିତି କିଛି ଘଟଣାକ୍ରମ:

ଭୁବନେଶ୍ବର ଭାୟା ନାଗପୁର

ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର । ଗତ ଶନିବାର ଦିନ କମିଶନରେଟ ପୋଲିସକୁ ଚକମା ଦେଇ ଏସସିବି ମେଡିକାଲରୁ ଚମ୍ପଟ ମାରିଛି ଏହି ହାର୍ଡକୋର ଅପରାଧୀ । ଦାଦାବଟି, ଲୁଟ, ହତ୍ୟା, ଅପହରଣ ଆଦିରେ ସାମ୍ରାଜ୍ୟ ବିସ୍ତାର କରିଥିବା ହାଇଦର ଖୋଲାଖୋଲି ଭାବେ ପୋଲିସକୁ ଦେଇଛି ଚ୍ୟାଲେଞ୍ଜ । କାରଣ 2005ରେ ଏହି ହାଇଦରକୁ ଧରିବା ପାଇଁ ନାକେଦମ ହୋଇଥିଲା ପୋଲିସ । 4 ରାଜ୍ୟରେ ଖୋଜାଖୋଜି ପରେ ଶେଷରେ ମହାରାଷ୍ଟ୍ରର ନାଗପୁରରୁ ମିଳିଥିଲା ହାଇଦରର ପତ୍ତା । ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇକୁ ରାଜଧାନୀର ଷ୍ଟୁଆର୍ଟ ସ୍କୁଲ ସାମନାରେ ଗୁଳିକରି ହତ୍ୟା ପରେ ଫେରାର ହୋଇଯାଇଥିଲା ହାଇଦର । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପୁଣିଥରେ ଆଶ୍ରୟ ନେବା ପାଇଁ ମହାରାଷ୍ଟ୍ରରେ ପହଞ୍ଚି ଯାଇନି ତ ହାଇଦର ? ପୁଣିଥରେ ହାଇଦର ମୁଣ୍ଡ ଉପରେ ସୁରକ୍ଷାଛାତ ହେଉନି ତ ମହାରାଷ୍ଟ୍ର ?

ଭୁବନେଶ୍ବର ଭାୟା ପୁଣେ

1999 ମସିହାରେ ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁର୍ଷ୍କମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ 2021ରେ ଗିରଫ କରିଥିଲା କମିଶନରେଟ ପୋଲିସ । ଦୀର୍ଘ 22ବର୍ଷର ଲୁଚକାଳି ଖେଳ ପରେ ପୋଲିସକୁ ମିଳିଥିଲା ସଫଳତା । ରାଜଧାନୀରେ ଅପରାଧ ଘଟାଇ ମହାରାଷ୍ଟ୍ରରେ ମୁଣ୍ଡ ଗୁଞ୍ଜିଥିଲା ଅଭିଯୁକ୍ତ । ପୁଣେ ଜିଲ୍ଲାର ଆମ୍ବାଭାଲିରେ ପାଇପ ମିସ୍ତ୍ରୀ ଭାବେ ପେଟ ପୋଷୁଥିଲା ବିବନ । ନା ସେଠାରେ ବିବନକୁ କେହି ସନ୍ଦେହ ଚକ୍ଷୁରେ ଦେଖିଥିଲେ ନା କେହି ଜାଣିଥିଲେ ତା ପ୍ରକୃତ ପରିଚୟ । ଓଡିଶା ପୋଲିସ ସମେତ ସିବିଆଇ ରାଡାରରୁ ବର୍ତ୍ତିବା ପାଇଁ ପୁଣେ ସୁରକ୍ଷା ବଳୟ ଭିତରେ ଲୁଚିଥିଲା ଦୁଷ୍କର୍ମକାରୀ ରାକ୍ଷସ । ପୀଡିତା ନିଜ ବନ୍ଧୁଙ୍କ ସହ ଯାଉଥିବାବେଳେ ବାରଙ୍ଗ ରାସ୍ତାରେ କାର ଅଟକାଇ ଦୁଇ ସହଯୋଗୀଙ୍କ ସହ ଗଣଦୁଷ୍କର୍ମ କରିଥିଲା ବିବନ ।

ଭୁବନେଶ୍ବର ଭାୟା ପୁଣେ

ରାଜଧାନୀ ପଳାଶୁଣି ସାଇଫୁନ ନିକଟରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମାଦିତ୍ୟକୁ ପୋଲିସ ନିକଟରେ ଗିରଫ କରିଛି । ଦୀର୍ଘ ୧୩ ବର୍ଷ ଧରି ଭୁବନେଶ୍ବରରୁ ଫେରାର ହୋଇ ମହାରାଷ୍ଟ୍ରର ପୁଣେକୁ କରିଥିଲା ନିଜ ନୂଆ ଠିକଣା । 2008ରେ ହତ୍ୟା ପରେ ପୁଣେ ପଳାଇଥିଲା ଅଭିଯୁକ୍ତ । ସେଠାରେ ନିଜର କିଛି ପୁରୁଣା ସହଯୋଗୀଙ୍କ ସହ ରହିବା ପରେ ଜିମ ଟ୍ରେନର ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିଲା ବିକ୍ରମାଦିତ୍ୟ । ସେ ଆଇବିଏମର ଟ୍ରେନିଂ ନେବା ସହ ହାଇଦ୍ରାବାଦରେ ପଢିଥିଲା । ହେଲେ ଅପରାଧ ଘଟାଇ ନିଜ ସୁରକ୍ଷିତ ସ୍ଥାନ ଭାବେ ସେ ପୁଣେକୁ ବାଛିଥିଲା । ପୂର୍ବ ଶତୃତାକୁ ନେଇ ସହଯୋଗୀଙ୍କ ସହ ମିଶି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିକୁ ହତ୍ୟା କରିଥିଲା ଅଭିଯୁକ୍ତ ବିକ୍ରମାଦିତ୍ୟ ।

ସ୍ମଗଲିଂର ସିକନ୍ଦର ସୁଲତାନ ମିର୍ଜା

ଷାଠିଏ ଦଶକରୁ ଅଶୀ ଦଶକ ମଧ୍ୟରେ ମୁମ୍ବାଇରେ ସୁନା ସ୍ମଗଲିଂରେ ବେଶ ସକ୍ରିୟ ଥିଲା ସୁଲତାନ ମିର୍ଜା ଓରଫ ହାଜି ମସ୍ତାନ । ବଡ ବଡ ରାଜନେତା ଓ ମହାରାଷ୍ଟ୍ର ପୋଲିସକୁ ପକେଟରେ ଧରି ବୁଲିବା ନେଇ ସେ ସମୟରେ ବେଶ ଚର୍ଚ୍ଚା ହୋଇଥିଲା । ଏକଦା ଶିଶୁ ଶ୍ରମିକ ସାଜି ଜାହାଜର ଡକ୍‌ରୁ ଜିନିଷପତ୍ର ବୋହୁଥିବା ସୁଲତାନ ମୁମ୍ବାଇରେ କରିଥିଲା ରାଜ୍‌ । ତାମିଲନାଡୁର ଏକ ତାମିଲ ମୁସଲିମ ପରିବାରରେ ଜନ୍ମ ନେଇଥିବା ସୁଲତାନ ବଡଲୋକ ହେବା ଆଶାରେ ଚାଲିଆସିଥିଲା ମୁମ୍ବାଇ । ସତୁରୀରୁ ଅଶୀ ଦଶକ ମଧ୍ୟରେ ମୁମ୍ବାଇରେ ମାତିଥିଲେ ସୁନା ସ୍ମଗଲର । ଏସବୁରେ ସହାୟକ ହୋଇଥିଲା ଆରବ ସାଗର । କମ ବୟସର ହୋଇଥିବାରୁ ଜାହାଜର ଡକ୍‌ରେ କାମ କରୁଥିବା ସୁଲତାନକୁ ସୁନା ତସ୍କରୀରେ ଲଗାଇ ଦେଇଥିଲେ ସ୍ମଗଲର । ସମୟକ୍ରମେ ପାଟିରେ ସୁନା ଚୋରି କରୁକରୁ ସ୍ମଗଲିଂର ସିକନ୍ଦର ସାଜିଲା ସୁଲତାନ ।

ମୁମ୍ବାଇର ବାଦଶାହ ବରଧା

ମୁମ୍ବାଇର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାରରେ ରହିଛି ବରଧା ଭାଇ ଓରଫ ବରଧାରାଜନ ମୁଦାଲିଆରର ନାଁ । ତାମିଲନାଡୁରେ ଜନ୍ମିତ ବରଧା ସିପିଂରେ କାମ କରିବା ପାଇଁ ଚାଲିଆସିଥିଲା ମୁମ୍ବାଇ । କିନ୍ତୁ ଷ୍ଟେସନରେ କୁଲି କାମକରି ପେଟ ପୋଷୁଥିଲା ଏହି ମାଫିଆ । ହେଲେ ସମୟକ୍ରମେ ସୁଲତାନ ମିର୍ଜାର ସହଯୋଗୀ ସାଜି ମୁମ୍ବାଇର ବାଦଶାହ ସାଜିଥିଲା ବରଧା । ଧୀରେଧୀରେ ସୁଲତାନର କଳା ଦୁନିଆ ସମ୍ଭାଳୁଥିବା ବରଧା ମୁମ୍ବାଇରେ ପ୍ରତିଷ୍ଠା କରିଥିଲା ସୁତା କଳ । ହେଲେ ଏହି ସାମ୍ରାଜ୍ୟ ବି ବେଶୀଦିନ ତିଷ୍ଠି ପାରିନଥିଲା । ଏହା ବୁଡିବା ସହ ଅଶୀ ଦଶକ ମଧ୍ୟଭାଗରେ ବରଧା ପ୍ରତିଷ୍ଠା କରୁଥିବା ମହାରାଷ୍ଟ୍ରର ପ୍ରସିଦ୍ଧ ଗଣେଷ ପୂଜା ପେଣ୍ଡାଲକୁ ବେଆଇନ ଦର୍ଶାଇ ନୋଟିସ ଜାରି କରିଥିଲା ମୁମ୍ବାଇ ପୋଲିସ । ସେହି ସମୟରେ ଗ୍ୟାଙ୍ଗର ଅଧିକାଂଶ ସଦସ୍ୟ ଜେଲରେ ଥିବାବେଳେ ଆଉ କେତେକ ବମ୍ବେରୁ ଫେରାର ହେବାପାଇଁ ବାଧ୍ୟ ହୋଇଥିଲେ । ନିଜ କଳା ସାମ୍ରାଜ୍ୟ ଆଖି ଆଗରେ ଧ୍ବଂସ ହେଉଥିବା ଦେଖି ଜାନୁଆରୀ 1988 ହୃଦଘାତରେ ପ୍ରାଣ ହରାଇଥିଲା ବରଧା ।

କଳା କାରବାରର କିଙ୍ଗପିନ କରିମ

ମୁମ୍ବାଇର ତିନି ମାଫିଆ ଡନଙ୍କ ମଧ୍ୟରେ ବେଶ ପରିଚିତ ଥିଲା କରିମ ଲାଲା । ଆଫଗାନିସ୍ତାନର କୁନର ପ୍ରୋଭିନ୍ସରେ ଜନ୍ମିତ କରିମ 20 ବର୍ଷ ଧରି ମୁମ୍ବାଇରେ ସ୍ଥାପିତ କରିଥିଲା କଳା ସାମ୍ରାଜ୍ୟ । ଦକ୍ଷିଣ ମୁମ୍ବାଇର ଡୋଙ୍ଗରି, ନାଗପଡା, ଭିଣ୍ଡି ବଜାରରେ ବେଶ ସକ୍ରିୟ ଥିଲା ଲାଲାର ପଠାନ ଗ୍ୟାଙ୍ଗ । ଜୁଆ, ମଦ ବ୍ୟାବସାୟ, ବେଆଇନ ଟଙ୍କା କାରବାର, ଜମି ଜବରଦଖଲ, ଅପହରଣ, ବଟି ଆଦାୟ, ସୁପାରୀ କିଲର ଏସବୁ କଳା କାରବାରର କିଙ୍ଗପିନ ସାଜିଥିଲା ଲାଲା । ତେବେ 2002ରେ 90 ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ଆଖି ବୁଜିଥିଲା ଲାଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2021, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.