ETV Bharat / bharat

ପାରୋଲରେ ଆସି କଏଦୀ ଫେରାର ! ରାଜଧାନୀରେ ସଂକ୍ରମଣ ସହ ବଢୁଛି ଅପରାଧିକ କାର୍ଯ୍ୟକଳାପ

author img

By

Published : Apr 17, 2021, 11:36 AM IST

ରାଜଧାନୀ ଦିଲ୍ଲୀରେ ବିସ୍ତାର କରୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ସେପଟେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଗତବର୍ଷ ପାରେଲରେ ଆସି 3 ହଜାରରୁ ଅଧିକ କଏଦୀ ଫେରାର । ଅଧିକ ପଢନ୍ତୁ...

ରାଜଧାନୀରେ ସଂକ୍ରମଣ ସହ ବଢୁଛି ଅପରାଧିକ କାର୍ଯ୍ୟକଳାପ

ନୂଆଦିଲ୍ଲୀ: ଦେଶରେ କୋରୋନାର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ପୂର୍ବ ବର୍ଷ ଅପେକ୍ଷା ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କୋରୋନା । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ ପାଇଛି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଥମିବାର ନାଁ ଧରୁନି । ବଢୁଥିବା ସଂକ୍ରମଣ ସମୟରେ ଏବେ ଦିଲ୍ଲୀରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ସଂକ୍ରମଣ ସମୟରେ ଏବେ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଲ୍ଲୀ ପୋଲିସ ପାଇଁ ଛିଡା କରିଛି ବଡ ଆହ୍ବାନ ।

ଗତ ବର୍ଷ କୋରୋନା ବଢିବାରୁ ଦେଶବ୍ୟାପୀ ଲକଡାଉନ କରାଯାଇଥିଲା । ସ୍ଥିତିକୁ ସୁଧାରିବାକୁ ସରକାର ସମସ୍ତ ପ୍ରକାରର ପ୍ରୟାସ ମଧ୍ୟ କରିଥିଲେ । କଣ୍ଟେନମେଣ୍ଟ ଜୋନ ଠାରୁ କଡାକଡି କଟକଣା । ତେବେ ଏହା ଭିତରେ ଜେଲର ଓ କଏଦୀ ମଧ୍ୟ ଧୀରେ ଧୀରେ ସଂକ୍ରମିତ ହେବାରେ ଲାଗିଥିଲା। ଦିଲ୍ଲୀରେ ସାମାଜିକ ଦୂରତା ପାଳନ କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ 65 ଶହରୁ ଅଧିକ କଏଦୀଙ୍କୁ ପାରୋଲ ଓ ଅନ୍ତରୀଣ ଜାମିନ ଦେଇଥିଲା । ପରେ 1184 ଜଣଙ୍କ ଜରୁରୀକାଳିନ ଭାବେ ଜାମିନ ଦେଇଥିଲା ତିହାର ଜେଲ । ସେହି ସମୟରେ ବିଚାରଧୀନ ଥିବା 5556 ଜଣ କଏଦୀଙ୍କୁ ମଧ୍ୟ ବାଧ୍ୟ ଛାଡିବାକୁ ପଡିଥିଲା । ଯାହା ବର୍ତ୍ତମାନ ସମୟରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ସମେତ ଦିଲ୍ଲୀ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଦେଶରେ ଡିସେମ୍ବର ଶେଷ ବେଳକୁ ଧୀରେ ଧୀରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଥିଲା । ପାରୋଲ ତଥା ଅନ୍ତରୀଣ ଜାମିନରେ ଯାଇଥିବା ପୁଃନ ଜେଲକୁ ଫେରିବାକୁ ନିର୍ଦ୍ଦେଶ ମିଳିଥିଲା । ତେବେ ସେଥିମଧ୍ୟରୁ ଆଜି ପର୍ଯ୍ୟନ୍ତ ମାତ୍ର 50 ପ୍ରତିଶତ କଏଦୀ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟ 50 ଜଣ ଫେରାର ରହିଛନ୍ତି ।

ତିହାର ଜେଲରୁ ଅନ୍ତରୀଣ ଜାମିନରେ କଏଦୀଙ୍କୁ ବେଲ ମିଳିଥିଲା । ସେମାନଙ୍କ ମଧ୍ୟରେ କେତେକଙ୍କ ସଙ୍ଗୀନ ଅପରାଧ ରହିବା ସହ ଅନ୍ୟ କେତେକ ହତ୍ୟା ଅଭିଯୋଗରେ ଜଡିତ ରହିଛନ୍ତି । ଏମାନଙ୍କୁ 45 ଦିନର ଅନ୍ତରୀଣ ଜାମିନ ଦିଆଯାଇଥିଲା । କିନ୍ତୁ କୋରୋନା ସ୍ଥିତିରେ ସୁଧାର ନ ଆସିବାରୁ ପୁଣି ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ବୋଲି ତିହାର ଜେଲର ପୂର୍ବତନ ଆଇନ ଅଧିକାରୀ ସୁନୀଲ ଗୁପ୍ତା । ସେମାନଙ୍କ ମଧ୍ୟରୁ କେତେକ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ କିମ୍ବା ବେଲ ଅବଧିକୁ ବଢାଇଛନ୍ତି । ତେବେ ଏ ସମ୍ପର୍କରେ ତିହାର କର୍ତ୍ତୃପକ୍ଷ ଅବଗତ ନ ଥାଇପାରନ୍ତି । ଆଉ କେତେକ କଏଦୀ ଏହାର ସୁଯୋଗ ନେଇ ସେମାନେ ଫେରାର ହୋଇପାରିଥାନ୍ତି ବୋଲି ସୁନୀଲ ଗୁପ୍ତା କହିଛନ୍ତି ।

ସେପଟେ, ଜେଲରେ ବାହାରେ ରହିଥିବା ଅଧିକାଂଶ କଏଦୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଗୋଟିଏ ପରେ ଅପରାଧ କରି ଚାଲିଛନ୍ତି । ଆତ୍ମସମର୍ପଣ ନ କରିବାର ଏକ ମାତ୍ର ଏହା ହୋଇପାରେ ବୋଲି ଦିଲ୍ଲୀ ପୋଲିସର ପୂର୍ବତନ ଏସିପି ବେଦଭୂଷଣ କହିଛନ୍ତି । ଯାହା ଏବେ ସେମାନଙ୍କୁ ଧରିବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ରାଜଧାନୀରେ ପୁଣି ଥରେ କୋରୋନା ବ୍ୟାପିବାରେ ଲାଗିଛି । ନିକଟରେ 300ରୁ ଅଧିକ ପୋଲିସ କର୍ମଚାରୀ ସଂକ୍ରମିତ ମଧ୍ୟ ହୋଇଛନ୍ତି । ତେଣୁ 3 ହଜାରରୁ ଅଧିକ କଏଦୀଙ୍କୁ ସନ୍ଧାନ ଏବେ କାଠିକର ପାଠ ସଦୃଶ୍ୟ । ଅନ୍ୟପଟେ, ପାରୋଲରେ ଯାଇଥିବା ଅଧିକାଂଶ ଅପରାଧୀ ତିହାର ଜେଲ ଫେରି ଆସିଛନ୍ତି । ବିଚରାଧୀନ କଏଦୀ ଏବେ ବି ବାହାରେ ବୁଲୁଛନ୍ତି । ଯାହା ଫଳରେ ଦିଲ୍ଲୀରେ ଏବେ ଅପରାଧ ବଢିବାରେ ଲାଗିଛି । 3 ହଜାରରୁ ଅଧିକ କଏଦୀ ବାହାରେ ଥିବାରୁ ଦିଲ୍ଲୀ ପୋଲିସ ପାଇଁ ଆଗକୁ ବଡ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି ।

ତିହାର ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ...

ଜରୁରୀକାଳୀନ ପାରୋଲରେ 1185 ଜଣ କଏଦୀଙ୍କୁ ମୁକ୍ତ କରାଯାଇଥିଲା । ସେଥିମଧ୍ୟରୁ 1073 ଜଣ ଫେରିଛନ୍ତି । ଦୋଷୀ ସାବ୍ୟସ୍ତ 112 କଏଦୀମାନେ ଜରୁରୀକାଳୀନ ପାରୋଲରେ । ସେହିପରି ବିଚାରଧୀନ 5556 କଏଦୀ ଦିଆଯାଇଥିଲା ଅନ୍ତରୀଣ ଜାମିନ । ସେଥିମଧ୍ୟରୁ ମାତ୍ର 2200 ଜଣେ ଜେଲକୁ ଫେରିଛନ୍ତି ।

2318 ଜଣ ଗୁରୁତର ଅପରାଧ ଲିପ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ମଧ୍ୟ ତିହାର ଜେଲ ଛାଡିବାକୁ ବାଧ୍ୟ ହୋଇଥିଲା । 2907 କମ ଛୋଟମୋଟ ଅପରାଧି ପାଇଥିଲେ ଅନ୍ତରୀଣ ବେଲ। 356 କଏଦୀଙ୍କୁ କୋର୍ଟ ପକ୍ଷରୁ ଦିଆଯାଇଥିଲା ଅନ୍ତରୀଣ ବେଲ ।

ନଜର ପକାନ୍ତୁ ଦିଲ୍ଲୀର କ୍ରାଇମ ଉପରେ...

2019 ଲୁଟ ମାମଲା 1956 ରହିଥିବାବେଳେ 2020 ଏହା 1963କୁ ବୃଦ୍ଧି ପାଇଥିଲା ।

ଲୁଟ ମାମଲାରେ 2019ରେ 3535 ଜଣଙ୍କୁ ଗିରଫ କରାଯାଇଥିଲା । ବର୍ଷ 20ରେ 3594 ଜଣ ଧରାପଡିଥିଲେ ।

ସେହିପରି 2019ରେ ଛିନତାଇରେ ମାମଲାରେ 6266ଟି ମାମଲା ରହିଥିବାବେଳେ ବର୍ଷ 20 ଏହା ବଢି 7965 ଟି ମାମଲା ରେକର୍ଡ କରାଯାଇଛି ।

ହତ୍ୟା ଘଟଣା 242 ରୁ 258ରେ ପହଞ୍ଚିଛି ।

କେମିତି ମିଳେ ପାରୋଲ ....

ଅନ୍ତରୀଣ ଜାମିନ ପାଇବାକୁ ହେଲେ କୌଣସି ଏକ କାରଣ ଦର୍ଶାଇ ପ୍ରଥମେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିବାକୁ ହୁଏ । ଅନ୍ତେବାସୀ ମୁଖ୍ୟତଃ ପାରୋଲ ବିବାହ, ଚିକିତ୍ସା , କିଛି ଉତ୍ସବରେ ଯୋଗଦେବାକୁ ପାରୋଲ ମାଗିଥାନ୍ତି । ଏହା ପରେ ଜେଲ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ଅନୁମୋଦନ ମାଗି ଆବେଦନ କରନ୍ତି । ଯଦି ସରକାର ଅନୁମତି ନ ଦିଅନ୍ତି ତେବେ ତାଙ୍କୁ ଛୁଟ ମିଳେ ନାହିଁ।

କ’ଣ ଏହି ଜରୁରୀକାଳୀନ ପାରେଲ

ଜେଲଗୁଡିକରେ ଜରୁରୀକୀଳୀନ ପାରୋଲ ଦେବାରୁ ପ୍ରାବଧାନ ରହିଛି । କୋଭିଡ ଭଳି ମହାମାରୀ ସ୍ଥିତିରେ ଏପରି ଜରୁରୀକାଳୀନ ପାରୋଲ ଦିଆଯାଏ । ଏହି ଜରୁରୀକାଳୀନ ପାରୋଲରେ ଜେଲରୁ ବାହାରୁଥିବା କଏଦୀଙ୍କ ଦଣ୍ଡରେ ମଧ୍ୟ ଯୋଡା ଯାଇଥାଏ। ଜରୁରୀକାଳୀନ ପାରୋଲର ଅବଧି ସାଧାରଣତଃ ସର୍ବାଧିକ 45 ଦିନ ପାଇଁ ମିଳେ ।

ଅନ୍ତରୀଣ ଜାମିନ କଣ ଓ କିପରି ମିଳେ ?

ଅନ୍ତରୀଣ ଜାମିନ ପାଇବାକୁ ହେଲେ କଏଦୀକୁ ଅଦାଲତରେ ଯାଚିକା ଆବେଦନ କରିବାକୁ ହୁଏ । ଏଥିପାଇଁ ନିର୍ଦ୍ଦିଷ୍ଟ କାରଣ ରହିବା ଜରୁରୀ । ତେବେ ଗତ ବର୍ଷ କୋରୋନା ପାଇଁ ଏକଦୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଏହାପରେ ବିଚାରଧୀନ କଏଦୀଙ୍କୁ ଜାମିନ ଦିଆଯିବ ନା ନାହିଁ ସେନେଇ କୋର୍ଟ ନିଷ୍ପତ୍ତି ନିଅନ୍ତି ।

କଏଦୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ...

ଅନେକ କଏଦୀ ଫେରାର ଥିବା ନେଇ ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ଦିଲ୍ଲୀ ପୋଲିସ ସମସ୍ତ କଏଦୀଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇ ପୁଣି ଜେଲ ପଠାଯିବ । ଭବିଷ୍ୟତରେ ପାରୋଲ ମଧ୍ୟ ମିଳିନପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.