ETV Bharat / bharat

ରାଧାଷ୍ଟମୀରେ ଅଘଟଣ: ବରସାନା ସ୍ଥିତ ରାଧା ମନ୍ଦିରରେ ଅତ୍ୟଧିକ ଭିଡରେ 2 ଶ୍ରଦ୍ଧାଳୁ ମୃତ !

ଉତ୍ତର ପ୍ରଦେଶରେ ରାଧାଷ୍ଟମୀରେ ଅଘଟଣ । ବରସାନା ସ୍ଥିତ ରାଧା ମନ୍ଦିରରେ ଅତ୍ୟଧିକ ଭିଡରେ 2 ଶ୍ରଦ୍ଧାଳୁ ମୃତ । ମୃତକଙ୍କ ମଧ୍ୟରେ ଜଣେ ମହିଳା । ଅଧିକ ପଢନ୍ତୁ

Radha Ashtami: ବରସାନାରେ ଅତ୍ୟଧିକ ଭିଡରେ 2 ଶ୍ରଦ୍ଧାଳୁ ମୃତ

author img

By ETV Bharat Odisha Team

Published : Sep 23, 2023, 9:59 PM IST

ଲକ୍ଷ୍ନୌ: ଆଜି ରାଧାଷ୍ଟମୀରେ ଅଘଟଣ । ମାତ୍ରାଧିକ ଭିଡରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ପରି ଘଟଣା ସାମ୍ନାକୁ ଆସିଛି । ମଥୁରା ରାଧାରାଣୀଙ୍କ ଜନ୍ମସ୍ଥାନ ବାରସାନାରେ ଆଜି (ଶନିବାର) ରାଧାଷ୍ଟମୀଙ୍କ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି । ଦୂର ଦୂରାନ୍ତରୁ ଲକ୍ଷାଧିକ ଭକ୍ତ ବାରସାନା ସ୍ଥିତ ଶ୍ରୀ ଲଡଲି ଜୀ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ। ଜନସମାଗମ ହେତୁ ମନ୍ଦିର କମ୍ପ୍ଲେକ୍ସ ନିକଟ ସୁଦାମା ଚୌକ ନିକଟରେ ହଠାତ୍ ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । 2 ଅସୁସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବଳ ଭିଡରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା କାରଣରୁ ଉଭୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିବା ଓ ପରେ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

ଆଜି (ଶନିବାର) ରାଧା ଅଷ୍ଟମୀ ପର୍ବ ବାରସାନାରେ ଅତି ଉତ୍ସାହର ସହ ପାଳନ ବେଳେ ଏହି ଅଘଟଣ ଘଟିଥିଲା । ତୁରନ୍ତ ସୂଚନା ପାଇବା ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଦ୍ଧା ସେମାନଙ୍କ ମୃତ୍ୟୁ ହୋଇଛି । ମୃତଦେହଗୁଡିକୁ ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ମଧ୍ୟରେ ଜଣେ ଆହ୍ଲାବାଦ ନିବାସୀ ରଜନୀ ନାମ୍ନୀ 60 ବର୍ଷୀୟା ମହିଳା ରହିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ପରିଚୟ ସ୍ପଷ୍ଟ କରାଯାଇପାରିନି ।

ଏହା ମଧ୍ୟ ପଢନ୍ତୁ :- କାଶୀ ବିଶ୍ବନାଥ ମନ୍ଦିରରେ ଦିଗଜ କ୍ରିକେଟରଙ୍କ ପୂଜାର୍ଚ୍ଚନା

ବରିଷ୍ଠ ପୋଲିସ ଅଧୀକ୍ଷକ ଶିଲେଶ କୁମାର ପାଣ୍ଡେ କହିଛନ୍ତି, ଶନିବାର ସକାଳେ ବାରସାନାରେ ରାଧା ଅଷ୍ଟମୀ ପର୍ବ ପାଳନ କରାଯାଉଥିଲା । ଲକ୍ଷ ଲକ୍ଷ ଭକ୍ତ ମନ୍ଦିର ପରିସରରେ ଦର୍ଶନ ପାଇବାକୁ ପହଞ୍ଚିଥିଲେ । ସୁଦାମା ଚୌକ ନିକଟରେ ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ସୂଚନା ମିଳିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ଉଭୟ ଭକ୍ତଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ଶ୍ରଦ୍ଧାଳୁଙ୍କ ନାମ ରଜନୀ ଓ ସେ ଆହ୍ଲାବାଦର ବୋଲି କୁହାଯାଉଛି । ଅନ୍ୟ ଜଣେ ମୃତ ପୁରୁଷ ଶ୍ରଦ୍ଧାଳୁଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ । ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ । ଉଭୟ ପରିବାର ସହ ଯୋଗାଯୋଗ କରାଯାଉଛି । ବ୍ୟବଚ୍ଛେଦ ପରେ ପରିଜନକୁ ମୃତଦେହ ହସ୍ତାନ୍ତର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.