ETV Bharat / bharat

ପତ୍ନୀକୁ ଆତଙ୍କବାଦୀ ସଜାଇଲା ସ୍ୱାମୀ, ପିଛା ଛଡାଇବା ଲାଗି କରିଥିଲା ଯୋଜନା

author img

By

Published : Jul 28, 2023, 10:57 PM IST

ଉତ୍ତରପ୍ରଦେଶ ଆଲିଗଡ଼ଠାରେ ନିଜ ପତ୍ନୀଙ୍କୁ ଆତଙ୍କବାଦୀ ସଜାଇଲା ସ୍ବାମୀ । ପିଛା ଛଡାଇବା ଲାଗି କରିଥିଲା ଯୋଜନା । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଯେତେବେଳେ ଦାମ୍ପତ୍ୟ ଜୀବନରେ ତିକ୍ତତା ଆସେ, ସବୁ କିଛି ପୂର୍ବ ପରି ରହେ ନାହିଁ । ସେତେବେଳେ ପତି ପତ୍ନୀ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି । ଅଥିଲାଗି ଆଇନ ବ୍ୟବସ୍ଥା ମଧ୍ୟ ରହିଛି । ହେଲେ ଏଠାରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପତ୍ନୀଙ୍କଠାରୁ ପିଛା ଛଡ଼ାଇବା ଲାଗି ନିଜ ସ୍ତ୍ରୀକୁ ଆତଙ୍କବାଦୀ ସଜାଇଲେ ସ୍ବାମୀ । ଏପରିକି ଏସଏସପି ଓ ଏଟିଏସ ନିକଟରେ ଯାଞ୍ଚ ପାଇଁ ଦାବି ମଧ୍ୟ କରିଛି ସ୍ବାମୀ । ଏଭଳି ଘଟଣା ଉତ୍ତରପ୍ରଦେଶ ଆଲିଗଡ଼ ଅଞ୍ଚଳରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ସ୍ବାମୀ ନିଜ ସ୍ତ୍ରୀର ଅର୍ଥ ଖର୍ଚ୍ଚ କରିଥିଲେ । ଏହି ଅର୍ଥ ଫେରସ୍ତ କରିବା ଲାଗି ପତ୍ନୀ ବାରମ୍ବାର ଦାବି କରିଆସୁଥିଲେ । ଏଣୁ ପତ୍ନୀଙ୍କଠାରୁ ପିଛା ଛଡ଼ାଇବା ଲାଗି ଏଭଳି ରାସ୍ତା ଆପଣାଇଛନ୍ତି ବ୍ୟକ୍ତି ଜଣକ । ବୁଲନ୍ଦସହରର ମୂଳ ବାସୀ ସିରାଜ ଅଲ୍ଲୀ ଏବେ ଆଲିଗଡ଼ ଅଞ୍ଚଳରେ ରହୁଛନ୍ତି । ଗୁରୁବାର ସେ ନିଜ ପତ୍ନୀ ବିରୋଧରେ ଏସଏସପି ନିକଟରେ ଅଭିଯୋଗ ପହଞ୍ଚାଇଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଫେସବୁକରେ ଫ୍ରେଣ୍ଡ ହେବା ପରେ ସେ ହସିନାଙ୍କୁ ୨୦୨୧ ମେ ୧୪ ତାରିଖରେ ବିବାହ କରିଥିଲେ । ଏହା ପୂର୍ବରୁ ହସିନା ବିବାହିତ ଥିବା ବେଳେ ତାଙ୍କର ୧୨ ବର୍ଷର ଝିଅଟିଏ ମଧ୍ୟ ଅଛି । ଏହି ଝିଅ ଡେରାଡୁନରେ ପାଠ ପଢୁଛି ।

ଏହା ବି ପଢନ୍ତୁ- ପତ୍ନୀଙ୍କୁ ତିନି ତଲାକ ଦେଲା ସ୍ୱାମୀ, ପରେ ସାନଭାଇ ଓ ବନ୍ଧୁଙ୍କ ଦୁଷ୍କର୍ମ !

ଫେସବୁକରେ ଯୋଗାଯୋଗ ଆସିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହେବା ପରେ ହସିନାଙ୍କୁ ସେ ବିବାହ କରିଥିଲେ । ଏହାପରେ ଆଲିଗଡ଼ ନଗଲା ପଟୱାରିରେ ରହୁଥିଲେ । ବିବାହର କିଛି ଦିନ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିଥିଲା । ସିରାଜ ଅଭିଯୋଗ କରିଛନ୍ତି ଯେ ହସିନାଙ୍କ ନିକଟରେ ପୁଣେ ଓ ଦିଲ୍ଲୀ ଠିକଣାରେ ୨ଟି ଆଧାର କାର୍ଡ ରହିଛି । ସେଥିରେ ଗୋଟିଏରେ ହସିନାଙ୍କ ନାମ ମନୀଷା ଥିବା ବେଳେ ଅନ୍ୟଟିରେ ପୂଜା ରହିଛି । ତେବେ ହସିନା ISISର ଏଜେଣ୍ଟ ବୋଲି ଅଭିଯୋଗ ଆଣିଛନ୍ତି । ହସିନା ଚେର କୋଲକାତା, ପୁଣେ, ଦିଲ୍ଲୀ, ନୋଏଡା ଓ ଡେରାଡୁନ ପର୍ଯ୍ୟନ୍ତ ବ୍ୟାପିଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି ।

ହସିନା କୌଣସି ମିଶନରେ ଥିବା ବେଳେ ସେ ଆମ ଦେଶ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ କରିବାକୁ ଆସିଛି । ତା' ନିକଟରେ ୪ଟି ମୋବାଇଲ ଥିବା ମଧ୍ୟ ସୁରକ୍ଷା ଏଜେନ୍ସିକୁ କହିଛି ସିରାଜ । ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ ହସିନାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ସେ ଛାଡ଼ପତ୍ର ନେଇଥିବା ବେଳେ ତାଙ୍କଠାରୁ ଭରଣ ପୋଷଣ ଲାଗି ୨୧ ଲକ୍ଷ ଟଙ୍କା ମିଳିଥିଲା । ସିରାଜ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ଲାଗିଥିଲା । ଏହାପରେ ଏହି ସମସ୍ତ ଅର୍ଥ ସରିଯାଇଥିଲା ।

ଏହାପରେ ହସିନା ସିରାଜକୁ ଅର୍ଥ ଫେରସ୍ତ ଲାଗି ବାରମ୍ବାର ଦାବି କରୁଥିଲା । ତେବେ ସିରାଜ ଏହି ଅର୍ଥ ଫେରସ୍ତ ପାଇଁ ସକ୍ଷମ ନଥିବା ବେଳେ ପତ୍ନୀଠାରୁ କିପରି ଭାବେ ପିଛା ଛଡ଼ାଇବ ସେଥିଲାଗି ଯୋଜନା କରୁଥିଲା । ଏଥିଲାଗି ହସିନା ବିରୋଧରେ ଆତଙ୍କବାଦୀ ଅଭିଯୋଗ ଆଣିଛି ସିରାଜ । ତେବେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.