ETV Bharat / bharat

UP: ସବୁଦିନ କଜିଆ କରୁଥିଲେ ଶାଶୂ-ବୋହୂ, ମା’କୁ ହତ୍ୟା କଲା ପୁଅ !

author img

By

Published : Aug 7, 2023, 9:40 PM IST

ଘରୋଇ କଳିର କରୁଣ ପରିଣତି । ମା’ ଓ ସ୍ତ୍ରୀ ମଧ୍ୟରେ କଳିରୁ ମା’କୁ ହତ୍ୟା କଲା ପୁଅ । ଅଭିଯୁକ୍ତ ପୁଅ ଓ ବୋହୂ ଗିରଫ । ଅଧିକ ପଢନ୍ତୁ

UP: ମା’ ଓ ସ୍ତ୍ରୀ ମଧ୍ୟରେ କଳିରୁ ମା’କୁ ହତ୍ୟା କଲା ପୁଅ !

ଲକ୍ଷ୍ନୌ: ସ୍ତ୍ରୀ ଓ ମା’ ମଧ୍ୟରେ ଲାଗି ରହିଥିଲା ଝଗଡା । ଘରୋଇ କଳିରୁ ମା’କୁ ହତ୍ୟା କଲା ପୁଅ । ଏପରି ଏକ ସଙ୍ଗୀନ ଅଭିଯୋଗ ଉତ୍ତର ପ୍ରଦେଶ କାନପୁର ସହରରୁ ଆସିଛି । ମୃତକ ଜଣଙ୍କ 55 ବର୍ଷୀୟା ମହିଳା । ପୋଲିସ ଅଭଯୁକ୍ତ ପୁଅ ଓ ତାର ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁସାରେ, କାନପୁର ସହର ନାବାସ୍ତା ପୋଲିସ ଷ୍ଟେସନ ଅଧୀନରେ ରାଜୀବ ନଗର କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା 55 ବର୍ଷୀୟା ମୁନୀ ଦେବୀ । ଏହି ମହିଳାଜଣଙ୍କ ନିଜ ପୁଅ ଓ ବୋହୂଙ୍କ ସହ ଏକ ଭଡା ଘରେ ରହୁଥିଲେ । ନିକଟରେ ତାଙ୍କର ଆଉ ଜଣେ ପୁଅ ମଧ୍ୟ ସପରିବାର ଭଡା ଘରେ ରହୁଥିଲେ । ନିଜ ବୋହୂ ରୋଶନୀଙ୍କ ସହ ମୁନୀ ଦେବୀଙ୍କର ବିବାଦ ଲାଗି ରହିଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ଫଳରେ ପୁଅ ଅଜୟ ଅତିଷ୍ଠ ହୋଇଯାଇଥିଲା ।

ବଡ ପୁଅ ବିଜୟଙ୍କ କହିବା ଅନୁସାରେ, ଗତକାଲି (ରବିବାର) ରାତିରେ ସମସ୍ତେ ତାଙ୍କ ମା’ଙ୍କ ଘରକୁ ଧାଇଁବାକୁ ଲାଗିଥିବା ସେ ଦେଖିବାକୁ ପାଇଥିଲେ । ସେ ମଧ୍ଯ ସେଠାରେ ପହଞ୍ଚିଥିଲେ । ତାଙ୍କ ମା’ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କର ମୃତ୍ୟୁ ହୋଇସାରିଥିଲା । ସାନ ଭାଇ ଅଜୟ ଓ ତାର ପତ୍ନୀ ମା’ଙ୍କୁ ହତ୍ୟା କରିଥିବା ନେଇ ବିଜୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ସାନ ପୁଅ ଓ ତାର ପତ୍ନୀକୁ ପୋଲିସ ଥାନାକୁ ନେଇ ଜେରା କରିଥିଲା । ତେବେ ଥାନାରେ ଦମ୍ପତି ନିଜ ଅପରାଧ ସ୍ବୀକାର କରିଥିଲେ ।

ଅଭିଯୁକ୍ତ ପୁଅ ଅଜୟ ସ୍ବୀକାର କରିଛି ଯେ, ମା’ ଓ ପତ୍ନୀ ରୋଶନୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଯାହା ଫଳରେ ସେ ଅତିଷ୍ଠ ହୋଇପଡିଥିଲା । ସେ ରବିବାର ସଂଧ୍ୟାରେ ଘରକୁ ଫେରିବା ପତ୍ନୀ ଓ ମା’ ମଧ୍ୟରେ ଝଗଡା ଲାଗିଥିବା ଦେଖି ଉତ୍ତେଜିତ ହୋଇପଡିଥିଲା । ନିକଟରେ ପଡିଥିବା ଏକ ଲୁହାରଡରେ ସେ ମା’ ମୁନୀ ଦେବୀଙ୍କ ମୁଣ୍ଡକୁ ଆଘାତ କରିଥିଲା । ଘଟଣାସ୍ଥଳରେ ମୁନୀଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ଘଟଣା ସମ୍ପର୍କରେ ଦକ୍ଷିଣ ଏଡିସିପି ଅଙ୍କିତା ଶର୍ମା କହିଛନ୍ତି, ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ଅଭିଯୋଗ କ୍ରମେ ମହିଳାଙ୍କ ପୁଅ ଅଜୟ ଓ ତାର ପତ୍ନୀଙ୍କୁ ଗିରଫ କରାଯାଇଛି । ହତ୍ୟା ଅଭିଯୋଗରେ ଏକାଧିକ ଆକ୍ଟ ଅନୁସାରେ ଉଭୟଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.