ETV Bharat / bharat

ଅନାବିଳ ପ୍ରେମ, ନାତି ମୃତଦେହ ସହ 10ଦିନ କାଟିଲେ ବୃଦ୍ଧା - ଜେଜେ ମାଆ

ବୃଦ୍ଧାଙ୍କ ନାତି ପ୍ରତି ଅତୁଟ ସ୍ନେହ ଭଲ ପାଇବା । ମୃତ୍ୟୁ ପରେ ବି ନାତିକୁ ଛାଡିବାକୁ ନାରାଜ । ମୃତଦେହ ସହ ବିତାଇଲେ 10 ଦିନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 26, 2023, 10:09 PM IST

Updated : Jun 26, 2023, 10:27 PM IST

ଲକ୍ଷ୍ନୌ: ନାତି ନାତୁଣୀଙ୍କୁ ଜେଜେବାପା ଜେଜେମାଆ ବେଶ ଭଲ ପାଇଥାନ୍ତି । ସେମାନେ ଯେପରି ତାଙ୍କ ଆଖିର ତାରା ପାଲଟିଛନ୍ତି । ନିଜ ସନ୍ତାନଙ୍କଠାରୁ ନାତି ନାତୁଣୀଙ୍କୁ ଅଧିକ ପ୍ରେମ କରିଥାନ୍ତି ଜେଜେବାପା ଜେଜେମାଆ । ଏଠାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ନିଜ ନାତିକୁ ବୃଦ୍ଧା ଜଣକ ଏତେ ପ୍ରେମ କରନ୍ତି ଯେ ମୃତ୍ୟୁ ପରେ ମଧ୍ୟ ସେ ନିଜ ନାତିକୁ ଛାଡ଼ିବାକୁ ନାରାଜ ଥିଲେ । ଏଣୁ ନାତିର ମୃତଦେହ ସହିତ ସେ 10 ଦିନ କାଟିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ବାରବଙ୍କି ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଯେତେବେଳେ ମୃତଦେହରୁ ଦୁର୍ଗନ୍ଧ ବାହାରିଥିଲା, ସେତେବେଳେ ଘଟଣାଟି ସାମ୍ନାକୁ ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ନଗର କୋତବାଲି ମୌହରିୟାର ନୂଆ ବସ୍ତିରୁ ଗତ ୨ ଦିନ ଧରି ଦୁର୍ଗନ୍ଧ ବାହାରୁଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ରବିବାର ଯେତେବେଳେ ଦୁର୍ଗନ୍ଧ ବ୍ୟାପିଥିଲା, ସେତେବେଳେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଯେତେବେଳେ ପୋଲିସ କବାଟ ଖୋଲିବାକୁ ଉଦ୍ୟମ କରିଥିଲା, ସେତେବେଳେ ବୃଦ୍ଧା ଜଣକ ତାଙ୍କୁ ରୋକିଥିଲେ । ବୁଝାସୁଝା ପରେ ଶେଷରେ ଘର କବାଟ ଖୋଲିଥିଲା ପୋଲିସ ।

ଏହା ବି ପଢନ୍ତୁ- ମୋଦିଙ୍କ ଶତାୟୁ ଫ୍ୟାନ୍ ! ଜମିଦାନ ପାଇଁ ୧୦୦ ବର୍ଷୀୟା ବୃଦ୍ଧାଙ୍କ ଜିଦ୍‌, ଅଛନ୍ତି ୧୪ ସନ୍ତାନ

ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପଡୋଶୀଙ୍କ କହିବା ଅନୁସାରେ ବୃଦ୍ଧା ଜଣକ ନିଜ ନାତିକୁ ବହୁତ ଭଲ ପାଉଥିଲେ । ସେ ନିଜ ନାତିକୁ ବାହାରକୁ ବି ଛାଡୁନଥିଲେ । ଏପରିକି ନିଜେ ବାହାରୁ ସମସ୍ତ ସାମଗ୍ରୀ କିଣୁଥିଲେ । ମୃତ୍ୟୁ ପରେ ସେ ନିଜ ନାତିକୁ ଓଦା କପଡ଼ାରେ ପୋଛୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ମୃତକ ଜଣକ ୧୭ ବର୍ଷୀୟ ପ୍ରିୟାଂଶୁ ବୋଲି ଜଣାପଡ଼ିଛି । ସେ ଗତ ୧୦ ବର୍ଷ ଧରି ନିଜ ଜେଜେମାଆଙ୍କ ସହିତ ରହିଆସୁଥିଲେ । ହେଲେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ଖବର ସାମ୍ନାକୁ ଆସିବା ପରେ ମୃତ ପ୍ରିୟାଂଶୁଙ୍କ ମଉସା ମାଉସୀ ହସ୍ପିଟାଲରେ ପହଞ୍ଚିଥିଲେ । ପ୍ରିୟାଂଶୁଙ୍କ ମାଉସୀ ମମତାଙ୍କ କହିବା ଅନୁସାରେ ଗତ ୫ ବର୍ଷ ପୂର୍ବରୁ ପ୍ରିୟାଂଶୁଙ୍କ ପିତାମାତାଙ୍କ ଦେହାନ୍ତ ଘଟିଥିଲା । ମୃତ ଯୁବକଙ୍କ ପିତା ରାଜୀବ ଜଣେ ଆରପିଏଫ ଯବାନ ଥିଲେ । ତାଙ୍କର ଲକ୍ଷ୍ନୌକୁ ଟ୍ରାନ୍ସଫର ହେବା ପରେ ସେମାନେ ସମସ୍ତେ ମିଶି ରହୁଥିଲେ । ହେଲେ ଗତ ୫ବର୍ଷ ପୂର୍ବେ ପ୍ରିୟାଂଶୁଙ୍କ ମାତାପିତାଙ୍କ ଦେହାନ୍ତ ପରେ ସେ ନିଜ ଜେଜେମାଆଙ୍କ ସହିତ ରହୁଥିଲେ । ରାଜୀବ ଓ ପତ୍ନୀ ରଜନୀଙ୍କ ମୃତ୍ୟୁ ପରେ ଘରେ ପ୍ରିୟାଂଶୁ ଓ ବୃଦ୍ଧା ଜଣକ ଏକାକି ରହୁଥିଲେ । ନିଜ ପୁଅବୋହୂଙ୍କୁ ହରାଇବା ପରେ ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ ନଥିଲା ବୋଲି କହିଛନ୍ତି ମୃତ ପ୍ରିୟାଂଶୁଙ୍କ ମାଉସୀ ମମତା ।

Last Updated : Jun 26, 2023, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.