ETV Bharat / bharat

Honor killing in Muzaffarnagar: ନିଜ ଝିଅକୁ ହତ୍ୟା କଲେ ପିତାମାତା, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Aug 27, 2023, 5:27 PM IST

ବିହାର ମଜ୍ଜଫରନଗରରେ ନିଜ ଝିଅର ତଣ୍ଟି ଚିପି ହତ୍ୟା କଲେ ପିତାମାତା । ଖବର ପାଇବା ପରେ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଜ୍ଜଫରନଗରରେ ନିଜ ଝିଅକୁ ହତ୍ୟା କଲେ ପିତାମାତା । ପ୍ରେମ ବ୍ୟାପାରକୁ ନେଇ ଉତ୍ତରପ୍ରଦେଶରେ ଏହି ଅନର କିଲିଂ ଦେଖିବାକୁ ମିଳିଛି । ପିତାମାତା ନିଜ ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତଦେହକୁ ଜବତ କରିବା ସହ ପିତାମାତାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ପ୍ରେମିକଙ୍କ ପକ୍ଷରେ ବୟାନ ଦେବାକୁ ସ୍ଥିର କରିଥିଲେ । ଏ ନେଇ ପିତାମାତା ନିଜ ଝିଅକୁ ବି ହତ୍ୟା କରିବାକୁ ପଛାଇ ନାହାନ୍ତି । ପରିବାରର ସମ୍ମାନ ଉଦ୍ଦେଶ୍ୟରେ ଶେଷରେ ରକ୍ଷକ ସାଜିଛି ଭକ୍ଷକ । ଦମ୍ପତି ନିଜ ଝିଅକୁ ଶେଷରେ ହତ୍ୟା କରିଛନ୍ତି । ମୁଜ୍ଜଫରନଗର ଗୋୟଲା ଗାଁର ମୁଖିଆ ଧର୍ମପାଲ ହତ୍ୟା ସମ୍ପର୍କରେ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ମୃତଦେହକୁ ଜବତ କରି ଦମ୍ପତିଙ୍କୁ ଗିରଫ କରିଛି ।

କଣ ଥିଲା ଘଟଣା ?:- ଗୋୟଲା ଗାଁର ଦମ୍ପତି ବିଜେନ୍ଦ୍ର ଓ କୁସୁମ ନିଜ 19 ବର୍ଷୀୟ ଝିଅକୁ ହତ୍ୟା କରିବା ପରେ ନଦୀରେ ମୃତଦେହକୁ ଭସାଇ ଦେଇଥିଲେ । ତେବେ ପୋଲିସ ଶନିବାର ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି । ରତନପୁରୀ ଗାଁର ଭନବାଡାରୁ ମୃତଦେହକୁ ଜବତ କରାଯାଇଛି । ଯୁବତୀ ଜଣକ ମେରଠ ମବାନା ଅଞ୍ଚଳର ଯୁବକ ରାହୁଲଙ୍କ ପ୍ରେମରେ ପଡ଼ିଥିଲେ । ରାହୁଲ ଯୁବତୀଙ୍କୁ ଗତ ବର୍ଷ ଉଠାଇ ନେଇଥିଲା । ଏନେଇ ଶାହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ- Honor Killing: ପ୍ରେମିକ ସହ କଥା ହେବାରୁ ନାବାଳିବାକୁ ହତ୍ୟା କଲେ ପରିବାର ଲୋକେ

ପୋଲିସ 8 ମାସ ପରେ ଯୁବତୀଙ୍କୁ ଉଦ୍ଧା କରି ପିତାମାତାଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ଯୁବକଙ୍କୁ ଗିରଫ କରାଯାଇଥିଲା । ଏବେ ରାହୁଲ ଜେଲରେ ରହିଛି । ତେବେ ଶନିବାର ଏହି ମାମଲାର ସାକ୍ଷ୍ୟ ପ୍ରଦାନ କରିବା ଲାଗି ଯୁବତୀ ଜଣକ ବାହାରିଥିଲେ । ଯୁବତୀ ଜଣକ ନିଜ ପ୍ରେମିକ ସପକ୍ଷରେ ବୟାନ ଦେବା ଜାଣିବା ପରେ ନିଜ ଝିଅକୁ ରାସ୍ତାରୁ ହଟାଇବା ଲାଗି ପିତାମାତା ମନସ୍ଥ କରିଥିଲେ । ଏ ନେଇ ଦମ୍ପତି ନିଜ ଝିଅକୁ ହତ୍ୟା କରିଥିଲେ । ପୋଲିସ ଏବେ ପିତା ବିଜେନ୍ଦ୍ର ଓ ମାଆ କୁସୁମଙ୍କୁ ଗିରଫ କରି ପଚରାଉଚରା କରୁଛି । ସେପଟେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରିବା ଲାଗି ହସ୍ପିଟାଲକୁ ପଠାଯାଇଛି ।

ସୂଚନା ଥାଉ କି ଗତକାଲି କୌଶମ୍ବି ଜିଲ୍ଲା ସରାୟ ଥାନା ଅଞ୍ଚଳର ଏକ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । 17 ବର୍ଷୀୟ ନାବାଳିକାଙ୍କର ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପ୍ରାୟତଃ ଦୁଇ ଜଣ ଉଭୟ ଉଭୟଙ୍କୁ ଦେଖା ହେବା ସହ ମୋବାଇଲରେ କଥା ହେଉଥିଲେ । ତେବେ ପ୍ରେମିକ ଜଣକ ଅନ୍ୟ ଜାତିର ଥିଲେ । ଉଭୟଙ୍କ ପରିବାର ଲୋକ 2 ଜଣଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ସେମାନଙ୍କୁ କଥା ହେବା ପାଇଁ ବିରୋଧ କରିଥିଲେ । ତଥାପି ଦୁହେଁ ପରିବାରଠାରୁ ଲୁଚିଛପି ମୋବାଇଲରେ କଥା ହେଉଥିଲେ । ଏନେଇ ପରିବାର ନାବାଳିକାଙ୍କୁ ହତ୍ୟା କରିଥିଲେ । ପୋଲିସ ଯୁବତୀଙ୍କ ଭାଇ ସହ ଅନ୍ୟ 3 ଜଣଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.