ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଅଲିଗଡରେ ଜଣେ 11 ମାସର ଶିଶୁକନ୍ୟା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜଣେ 12 ବର୍ଷୀୟ ନାବାଳକ ଏପରି ଜଘନ୍ୟକାଣ୍ଡ ଭିଆଇଥିବା ଶିଶୁକନ୍ୟାର ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ମାମଲା ଏବେ ଥାନାରେ ପହଞ୍ଚିଛି । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାର ଅବସ୍ଥା ସଙ୍କଟାପନ୍ନ ଥିବା ପରିବାର ସଦସ୍ଯ ସୂଚନା ଦେଇଛନ୍ତି । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛି । ସମ୍ପୃକ୍ତ ବାବାଳକକୁ ମଧ୍ଯ ପୋଲିସ ଜେପାଜତକୁ ନେଇ ଜେରା ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଲିଗଡ ରୋରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଶିଶୁକନ୍ୟାର ପରିବାର ସଦସ୍ୟ କରିଥିବା ଅଭିଯୋଗ ଅନୁସାରେ, ଘରର ଜଣେ ସମ୍ପର୍କୀୟ ଶିଶୁକନ୍ୟାକୁ ଧରିଥିବା ବେଳେ କୌଣସି କାର୍ଯ୍ୟ ପାଇଁ ବାରଣ୍ଡାରେ ଶୁଆଇଦେଇ ଘର ଭିତରକୁ ଆସିଥିଲେ । ଏହି ସମୟରେ ନିକଟରେ ଥିବା ଜଣେ 12 ବର୍ଷୀୟ ନାବାଳକ ଶିଶୁକନ୍ୟାକୁ ଏକାକୀ ପାଇ ସହ ଏପରି କୁକର୍ମ କରିଥିଲା । ଶିଶୁକନ୍ୟାର କାନ୍ଦିବା ଶବ୍ଦ ଶୁଣି ପରିବାର ସଦସ୍ୟ ଧାଇଁ ଆସିବା କାରଣରୁ ନାବାଳକ ଘଟଣାସ୍ଥଳରୁ ଫରାର ହୋଇଯାଇଥିଲା । ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାର ଅବସ୍ଥା ଗମ୍ଭୀର ରହିଛି ।
ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଏକ ମମଲା ରୁଜୁ କରି ସମ୍ପୃକ୍ତ ନାବାଳକକୁ ଥାନାକୁ ଆଣି ଜେରା କରିଛି । ତାକୁ ବାଳସୁଧାର ଗୃହକୁ ପଠାଯିବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଜଣେ ନାବାଳକ ଶିଶୁକନ୍ୟା ସହ ଏପରି କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜାନୁଆରୀ 12 ତାରିଖରେ ଉତ୍ତର ପ୍ରଦେଶରେ ସମାନ ଧରଣର ମାମଲା ସାମ୍ନାକୁ ଆସିଥିଲା ।ବିଜନୌରରେ ଜଣେ ନାବାଳିକାକୁ ଅନ୍ୟ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକାଟି ନିଜ ପିତା ମାତାଙ୍କ ସହ କ୍ଷେତକୁ ଯାଉଥିବା ବେଳେ ତାକୁ ନାବାଳକଜଣଙ୍କ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ନାବାଳକ ହୋଇଥିବା କାରଣରୁ ବାଳସୁଧାର ଗୃହକୁ ପଠାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ