ETV Bharat / bharat

ବିହାରରେ ସାମ୍ବାଦିକଙ୍କୁ ହତ୍ୟା: ଘରେ ପଶି ଗୁଳି କଲେ ଦୁର୍ବୃତ୍ତ, ଭାଇ ହତ୍ୟାର ଥିଲେ ମୁଖ୍ୟ ସାକ୍ଷୀ - ଘରେ ପଶି ସାମ୍ବାଦିକଙ୍କୁ ହତ୍ୟା

ବିହାରର ଅରରିୟାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବିମଳ କୁମାର ଯାଦବ ନାମକ ଜଣେ ସାମ୍ବାଦିକଙ୍କୁ ଘରେ ପଶି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Journalist Vimal Kumar Yadav Shot Dead
ବିହାରରେ ସାମ୍ବାଦିକଙ୍କୁ ହତ୍ୟା
author img

By

Published : Aug 18, 2023, 11:58 AM IST

Updated : Aug 18, 2023, 1:08 PM IST

ପାଟନା: ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବିହାରର ଅରରିୟାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଖବରକାଗଜ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଗୁଳି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଛି ବର୍ଷ ପୂର୍ବେ ବିମଳ କୁମାର ଯାଦବଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଯାହାର ଏକମାତ୍ର ସାକ୍ଷୀ ଥିଲେ ବିମଳ । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଅରରିୟା ଜିଲ୍ଲା ରାନିଗଞ୍ଜରେ ବିମଲ କୁମାର ଯାଦବଙ୍କ ଘର । ଆଜି ସକାଳୁ କିଛି ଦୁର୍ବୃତ୍ତ ଅଚାନକ ତାଙ୍କ ଘରକୁ ପଶିଥିଲେ । ବିମଳଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସାମ୍ବାଦିକ ବିମଳ ଯାଦବଙ୍କ ଛାତିରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ବ୍ୟକ୍ତିଗତ ନା ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ ।

ଭୋର 5ଟାରୁ କିଛି ଦୁର୍ବୃତ୍ତ ସାମ୍ବାଦିକଙ୍କ ଘରେ ପସି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ପରେ ସାମ୍ବାଦିକ ବିମଳ ଯାଦବଙ୍କ ପରିବାର ଶୋକରେ ବୁଡିଛନ୍ତି । ଭୟଭୀତ ମଧ୍ୟ ଅଛନ୍ତି ପରିବାର ଲୋକ । ଘଟଣାକୁ ନେଇ ଏସପି କହିଛନ୍ତି, ''ପ୍ରଶାସନ ପୀଡିତଙ୍କ ପରିବାର ସହିତ ଅଛନ୍ତି । ପ୍ରତି କ୍ଷଣ ପରିବାର ସହ ପ୍ରଶାସନ ରହିଛନ୍ତି । ତାଙ୍କୁ ଭୟଭୀତ ହେବାର ଆବଶ୍ୟକ ନାହିଁ ।’’

ଏହା ବି ପଢନ୍ତୁ...ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ସାମ୍ବାଦିକ, ଧମକ ପରେ 5 ଜଣଙ୍କ ଇସ୍ତଫା

ସିଏମଙ୍କ ଇସ୍ତଫା ଦାବି କଲେ ସାଂସଦ: ଅରରିୟା ସାଂସଦ ପ୍ରଦୀପ କୁମାର ସିଂହ କହିଛନ୍ତି, ବିହାରରେ ଜଙ୍ଗଲ ରାଜ ଚାଲିଛି । 3 ଦିନ ତଳେ ଜଣେ କନଷ୍ଟେବଳଙ୍କୁ ହତ୍ୟା କରାଯାଇଥିଲା ଏବେ ଜଣା ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ବିହାରରେ ଭଗବାନଙ୍କ ଭରସାରେ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇସ୍ତଫା ଦିଅନ୍ତୁ । 4 ବର୍ଷ ପୂର୍ବେ ସାମ୍ବାଦିକ ବିମଳ କୁମାର ଯାଦବଙ୍କ ଭାଇଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଅପରାଧିଙ୍କୁ ଦଣ୍ଡ ମିଳିଥିଲେ ଆଜି ଏହି ଘଟଣା ଘଟି ନଥାନ୍ତା । ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭର ହତ୍ୟା କରାଯାଇଛି । ବିହାରରେ ଏବେ ନୀତିଶ ମଡେଲ ନୁହେଁ ଯୋଗୀ ମଡେଲର ଆବଶ୍ୟକତା ରହିଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଅପରାଧିକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏ ଘଟଣା ପରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏବେ ସୁ୍ଦ୍ଧା ହତ୍ୟାର କାରଣ ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

Last Updated : Aug 18, 2023, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.