ETV Bharat / bharat

ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କନେଷ୍ଟବଳ ନିଲମ୍ବିତ

author img

By

Published : Aug 20, 2022, 1:13 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କ୍ରାଇମବ୍ରାଞ୍ଚ କନେଷ୍ଟବଳ ନିଲମ୍ବିତ । ଅଧିକ ପଢନ୍ତୁ

ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କନେଷ୍ଟବଳ ନିଲମ୍ବିତ
ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କନେଷ୍ଟବଳ ନିଲମ୍ବିତ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ କନେଷ୍ଟବଳ । ଏହି କନେଷ୍ଟବଳ ହେଉଛନ୍ତି ଅଜୟ ଗୁପ୍ତା(Ajay Gupta) । ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଏବଂ ଜଣେ ମହିଳା ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଏକାଧିକ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ତାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାଯୋଗ୍ୟ, ଅଜୟ ଗୁପ୍ତା ଦୀର୍ଘ ଦିନ ହେଲା କାନପୁର କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ଅଛନ୍ତି । ମୋଦି ଏବଂ ଜଣେ ମହିଳା ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ସେ ଏକାଧିକ ବିବାଦୀୟ ଟ୍ବିଟ୍ କରିଥିଲେ । ଏଥିରେ ଆସୁଥିବା ପ୍ରଶ୍ନଗୁଡିକର ମଧ୍ୟ ଅଶୋଭନୀୟ ଭାବେ ଉତ୍ତର ଦେଇଥିଲେ । କିଛି ସମୟ ପରେ ଏସବୁର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଘୁରି ବୁଲିଥିଲା ।

ଏହାପରେ ଅଜୟ ନିଜ ଆକାଉଣ୍ଟକୁ ଡିଲିଟ୍ କରିଦେଇଥିଲେ । ଏହି ଘଟଣା ଅଧିକାରୀଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ କନେଷ୍ଟବଳ ଅଜୟ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଛି ।

ଗତ ଅଗଷ୍ଟ ୧୪ ତାରିଖରେ ପୋଲିସ ମେଡାଲ ଘୋଷଣା କରାଯାଇଥିଲା । ଲିଷ୍ଟରେ ଅଜୟ ଗୁପ୍ତାଙ୍କ ନାଁ ନଥିବାରୁ ମେଡାଲ ଲିଷ୍ଟକୁ ନେଇ ସେ କମିଶନର ଏବଂ ଡିଜିପିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ । କମିଶନରେଟ ପୋଲିସ ମଧ୍ୟ ତାଙ୍କର ଜବାବ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.