ETV Bharat / bharat

ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପତ୍ନୀ ସହ 2 ଶିଶୁକୁ ଜୀବନ୍ତ ଜାଳିଦେଲେ ଯବାନ - ବିହାର ଖବର

ବିହାର ମୁଜାଫରପୁରରେ ଅବୈଧ ସମ୍ପର୍କରୁ ଜଘନ୍ୟକାଣ୍ଡ । ପତ୍ନୀ ସହ 2 ଶିଶୁକୁ ଜୀବନ୍ତ ଜାଳିଦେଲେ ଯବାନ । 2 ମୃତ , ଜଣେ ଗୁରୁତର ଶିଶୁ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପତ୍ନୀ ସହ 2 ଶିଶୁକୁ ଜୀବନ୍ତ ଜାଳିଦେଲେ ଯବାନ

author img

By

Published : Jul 6, 2023, 10:44 PM IST

ପାଟନା: ବିହାରର ମୁଜାଫରପୁରରୁ ଏକ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି । ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ଯବାନ ନିଜ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ପତ୍ନୀ ଏବଂ ଦୁଇ ମାସର ପୁଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ 8 ବର୍ଷୀୟ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଅହିୟାପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗାଁର ଘଟିଛି । ଏହି ଜଘନ୍ୟକାଣ୍ଡ ପଛରେ ପରକୀୟା ପ୍ରୀତି ଥିବା ପ୍ରାଥମିକ ଭାବେ ଜଣାପଡିଛି । ପଡୋଶୀ ଓ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଅଭିଯୁକ୍ତଜଣଙ୍କ ହିମାଂଶୁ କୁମାର ଓ ଭାରତୀୟ ସେନାରେ ଜଣେ ଯବାନ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି ।

କଣ ଥିଲା ଦମ୍ପିତଙ୍କ ମଧ୍ୟରେ ବିବାଦ:-

ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନଥିବା ବେଳେ ପଡୋଶୀ ଓ ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ଯବାନଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏକଥା ଯବାନଙ୍କ ପତ୍ନୀ ମଧ୍ୟ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଥିଲା । ଯବାନଜଣଙ୍କ ପତ୍ନୀଙ୍କୁ ଛାଡପତ୍ର ମଧ୍ୟ ଦେବାକୁ ଚାପ ପକାଉଥିଲେ । ହେଲେ ଉଭୟଙ୍କର ଦୁଇ ସନ୍ତାନ ଥିବାରୁ ଛାଡପତ୍ର ପ୍ରକ୍ରିୟା ଏତାଟା ସହଜ ହୋଇନଥିଲା । ହେଲେ ଏହି ଘଟଣାକୁ ନେଇ ଆଜି ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଯବାନଜଣଙ୍କ ନିଜର ଦୁଇ ସନ୍ତାନଙ୍କ ସହ ପତ୍ନୀଙ୍କ ଉପରେ ପାଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :-Shocker from Australia: ପ୍ରେମ ପାଇଁ ପ୍ରତିଶୋଧ, ଭାରତୀୟ ଛାତ୍ରୀଙ୍କୁ ଜୀଅନ୍ତା ପୋତି ଦେଇଥିଲା ପୂର୍ବତନ ପ୍ରେମିକ

ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଯବାନଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ମହିଳା ଜଣେ ବ୍ୟାଙ୍କ କର୍ମଚାରୀ । ସେ ମଧ୍ୟ ଯବାନଙ୍କ ସହ ଏହି ଗଣହତ୍ୟାରେ ସାମିଲ । ସେ ନିଜେ ଯବାନଙ୍କ ଆସି ହତ୍ୟାକାଣ୍ଡରେ ସାହାଯ୍ୟ କରିଥିଲା । ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାର ଏକ ଗଣହତ୍ୟା ମାମଲା ଦାଏର କରି ଅଭିଯୁକ୍ତ ଫେରାର ଯବାନ ଓ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.