ରାଜସ୍ଥାନ: ବର୍ତ୍ତମାନ ସମୟରେ ଲୋକଙ୍କୁ ଧରିଛି ରେକର୍ଡ କରିବାର ନିଶା । କିଏ ଆକାଶରେ ଉଡିତ ଆଉ କିଏ ପାହାଡ ଚଢି ବିଶ୍ବ ରେକର୍ଡ କରୁଛନ୍ତି । କିନ୍ତୁ ରାଜସ୍ଥାନରେ ଜଣେ ବିଜେପି ନେତାଙ୍କ ଜନ୍ମ ଦିନରେ ବିଶାଳକାୟ ରୁଟି ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି । ଏହାକୁ ବିଶ୍ବର ସର୍ବବୃହତ ରୁଟି ଦାବି କରାଯାଇ ଗିର୍ନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦବା ପାଇଁ ଆବେଦନ କରାଯିବା ସହ ଇଣ୍ଟରନ୍ୟାସନାଲ ବୁକ ଅପ ରେକର୍ଡ ମଧ୍ୟ ସ୍ଥାନିତ କରିବା ପାଇଁ ଆବେଦନ କରାଯାଇଛି । ଏହାର ନାମ 'ମହାରୁଟି' ରଖାଯାଇଛି । ଏହି ମହାରୁଟିର ଓଜନ ପ୍ରାୟ ୧୭୧ କିଲୋ , ଏହାକୁ ୨୧ ଜଣ ପ୍ରସ୍ତୁତ କରିଥିବା ଜଣାପଡିଛି । ଏହାକୁ ତିଆରି କରିବା ପାଇଁ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଏହାକୁ ବିଜେପି ମୁଖପାତ୍ର ତଥା ରାଜସ୍ଥାନୀ ଜନମଞ୍ଚ ଜିଲ୍ଲା ସଭାପତି କୈଳାସ ଶୋନିଙ୍କ ଜନ୍ମ ଦିନରେ ପ୍ରସ୍ତୁତ କରାଯାଇଛି । ଏହି ମହାରୁଟିକୁ ହରି ସେବା ଉଦାସିନ ଆଶ୍ରମରେ ପ୍ରସ୍ତୁତ କରାଯାଇଥିବା ବେଳେ ସେଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ରୂପେ ବଣ୍ଟନ କରାଯାଇଛି । ଏଥିରେ ୧୧୦ ଅଟା, ୧୦ ମଇଦା ,୧୦ ଦେଶି ଘିଅର ବ୍ୟବହାର କରାଯାଇଛି । ଏହାକୁ ଏକ ସ୍ବତନ୍ତ୍ର ପାତ୍ରରେ ତିଆରି କରାଯାଇଥିଲା । ଏଥିରେ ମହାରାଷ୍ଟର, ମଧ୍ୟପ୍ରଦେଶ ,ଏବଂ ରାଜସ୍ଥାନର କାରିଗର ମାନେ ନିୟୋଜିତ ଥିବା ସୂଚନ ମିଳିଛି ।
ଏହା ମଧ୍ୟ ପଢନ୍ତୁ....ଇତିହାସ ରଚିଲେ ଭାରତୀୟ ମହିଳା, ବିଶ୍ବର ଉଚ୍ଚତମ ରାସ୍ତା ଉମଲିଙ୍ଗ ଲା ଅତିକ୍ରମ କରି ବିଶ୍ବ ରେକର୍ଡ
କୈଳାସ ଶୋନି କହିଛନ୍ତି," ମୋର ଜନ୍ମଦିନରେ ଏକ ବଡ ରୋଟି ତିଆରି କରାଯାଇଥିଲା । ଏହି ମହାରୁଟିକୁ ସ୍ବତନ୍ତ୍ର କାରିଗରଙ୍କୁ ଦ୍ବାରା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନର ଯୁବପିଢି ସେମାନଙ୍କ ଜନ୍ମଦିନରେ କେକ୍ କାଟି ପାଳନ କରୁଥିବା ବେଳେ ପୁରୁଣା ସଂସ୍କୃତିକୁ ଭୁଲି ଯାଇଛନ୍ତି । ସେଥିପାଇଁ ମୁଁ ଏହି ମହାରୁଟି ପ୍ରସ୍ତୁତ କରି ଏକ ଅଭିନବ ପ୍ରୟାସ କରିଛି |"
ପୂର୍ବରୁ ଗୁଜୁରାଟର ଜାମନଗରରେ ଏହି ଭଳି ଏକ ବୃହତ ରୁଟି ପ୍ରସ୍ତୁତ କରାଯାଇଥିଲା । ଯାହାର ଓଜନ ପ୍ରାୟ ୧୪୫ କିଲୋ ରହିଥିଲା ଏହା ଗିର୍ନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏହା ପରେ ବର୍ତ୍ତମାନ ରାଜସ୍ଥାନର ଭିଲୱାରା ଠାରେ କୈଳାସ ଶୋନିଙ୍କ ଜନ୍ମ ଦିନରେ ପ୍ରସ୍ତୁତ ହୋଇଥିବା ଏହି ୧୭୧ କିଲୋର ମହାରୁଟି ବିଶ୍ବ ରେକର୍ଡ କରିବ ବୋଲି ଆଶା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ