ETV Bharat / bharat

ମଣି କପ୍ପନଙ୍କୁ ସୁବିଧାବାଦୀ ରାଜନେତା କହିଲେ ସିପିଏମ ନେତା

author img

By

Published : Feb 15, 2021, 7:32 AM IST

କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଏନସିପିକୁ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ମଣି ସି କପ୍ପନ ଦଳ ଛାଡି ୟୁଡିଏଫରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ମଣି ସି କପ୍ପନ
ମଣି ସି କପ୍ପନ

ଥିରୁଅନନ୍ତପୁରମ୍‌: କେରଳ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ଆରମ୍ଭ ହୋଇଗଲାଣି ଦଳ ଡିଆଁ ପର୍ବ । ବିଧାନସଭା ବାଜି ଜିତିବା ପାଇଁ ଗୋଟି ଚଳାଇଲେଣି ନେତା । ଏହି ପରିପ୍ରେକ୍ଷୀରେ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ମଣି ସି କପ୍ପନ ଦଳ ଛାଡି ୟୁଡିଏଫ(ୟୁନାଇଟେଡ ଡେମୋକ୍ରାଟିକ୍‌ ଫ୍ରଣ୍ଟ)ରେ ଯୋଗଦେଇଛନ୍ତି । ଯାହାକୁ ସୁବିଧାବାଦୀ ରାଜନୀତି କହିବା ସହ ଜନତା ଏହାର ଜବାବ ଦେବେ ବୋଲି ସିପିଏମ କହିଛି ।

କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ଏମ୍‌)ର ବରିଷ୍ଠ ନେତା ଏମଭି ଗୋବିନ୍ଦନ ରବିବାର କପ୍ପନଙ୍କ ଉପରେ ବର୍ଷିବା ପାଲା ବିଧାନସଭା ମଣ୍ଡଳୀର ଜନତା ଏହାର ଜବାବ ଦେବେ ବୋଲି କହିଛନ୍ତି । ସିପିଆଇ ସାଂସଦ ବିନୋଏ ବିଶ୍ବାମଙ୍କ ନେତୃତ୍ବରେ ବିକାଶନ ମୁନ୍ନେତା ଯାତ୍ରାର ଉଦଘାଟନୀ ସଭାରେ ସେ ଏପରି କହିଛନ୍ତି ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପାଲା ବିଧାନସଭାର ଜନତା ମଣି ସି କପ୍ପନଙ୍କୁ ଉଚିତ୍‌ ଶିକ୍ଷା ଦେବେ ବୋଲି ସେ କହିଛନ୍ତି । ଯିଏ ସୁବିଧାବାଦୀ ରାଜନୀତି କରିବ ସେ ନିଶ୍ଚିନ୍ତ ଭାବେ ଅସୁବିଧାର ସମ୍ମୁଖୀନ ହେବ ବୋଲି ସିପିଏମ ନେତା କହିଛନ୍ତି ।

ସେପଟେ କପ୍ପାନଙ୍କ ନିଷ୍ପତ୍ତିରେ ଏନସିପି ମଧ୍ୟରେ ନୈରାଶ ଖେଳିଯାଇଥିବା ଏନସିପି କେରଳ ମୁଖ୍ୟ ଟିପି ପିଥାମ୍ବରନ କହିଛନ୍ତି । କେରଳ ଏନସିପିର କୌଣସି ନେତା କପ୍ପନଙ୍କ ନିଷ୍ପତ୍ତିରେ ଖୁସି ନଥିବା ସେ କହିଛନ୍ତି । ଏହାସହ ଏନସିପି ବାମ ମେଣ୍ଟ ସହ ରହିଛି ଓ ରହିବ ବୋଲି ସେ ଜଣାଇଛନ୍ତି ।

କଂଗ୍ରେସ ନେତା ତଥା କେରଳର ବିରୋଧୀ ଦଳ ନେତା ରମେଶ ଚେନ୍ନିଥାଲାଙ୍କ ଅଶ୍ବୋର୍ଯ୍ୟ କେରଳ ଯାତ୍ରା କାର୍ଯ୍ୟକ୍ରମରେ କପ୍ପନ ୟୁଡିଏଫରେ ଯୋଗ ଦେଇଥିଲେ । ତେବେ ସେ ନିଜ ସୁରକ୍ଷିତ ଆସନ ପାଲାରୁ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ଏଲଡିଏଫ(ଲେଫ୍ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ) ଏହାକୁ କେରଳ କଂଗ୍ରେସକୁ ଦେଇଛି(ଯେକି ଏଲଡିଏଫର ନୂଆ ଭାଗିଦାରୀ) । ସେଥିପାଇଁ ସେ ଦଳ ଛାଡିଥିବା ଦର୍ଶାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.