ETV Bharat / bharat

ଦୁର୍ଘଟଣାରେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ, ଟିଏମସି ନାଁରେ ହତ୍ୟା ଅଭିଯୋଗ ଆଣିଲା ଦଳ - tmc

ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋନକାଲରେ କାର ଧକ୍କାରେ ଜଣେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ସିପିଆଇଏମ । ଅଧିକ ପଢନ୍ତୁ...

ଗାଡି ଧକ୍କାରେ ସିପିଏମ କର୍ମୀଙ୍କ ମୃତ୍ୟୁ
ଗାଡି ଧକ୍କାରେ ସିପିଏମ କର୍ମୀଙ୍କ ମୃତ୍ୟୁ
author img

By

Published : Apr 29, 2021, 11:10 AM IST

Updated : Apr 29, 2021, 11:51 AM IST

କୋଲକାତା: ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋନକାଲରେ କାର ଧକ୍କାରେ ଜଣେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କେଦାର ଅଲ୍ଲୀ ମଣ୍ଡଳ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ସିପିଆଇଏମ ।

ସିପିଆଇଏମ କର୍ମୀଙ୍କ ଗାଡି ଧକ୍କା ଏକ ଦୁର୍ଘଟଣା ନୁହେଁ । ଏହା ଟିଏମସି କର୍ମୀଙ୍କ ଚାଲ । ଜାଣିଶୁଣି ଗାଡି ଧକ୍କା କରାଇ ସିପିଆଇଏମ କର୍ମୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଛି ଟିଏମସି ବୋଲି ଅଭିଯୋଗ କରିଛି ସିପିଏମ ।

ପ୍ରକାଶ ଥାଉ କି, ପୂର୍ବରୁ ଟିଏମସି ବିରୁଦ୍ଧରେ ଅନେକ ବାର ଏପରି ହତ୍ୟା ଅଭିଯୋଗ ଆସିଛି । ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ଭୋଟ ଗ୍ରହଣ । 9ଟା ସୁଦ୍ଧା 16.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2021, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.