ETV Bharat / bharat

ଉତ୍ତରାଖଣ୍ଡ ଜଳ ପ୍ରଳୟ; ସଂସଦରେ ଆଲୋଚନା ପାଇଁ ସିପିଆଇ ସାଂସଦଙ୍କ ନୋଟିସ - Uttrakhand flood

ଉତ୍ତରାଖଣ୍ଡ ଜଳ ପ୍ରଳୟ ଉପରେ ରାଜ୍ୟସଭାରେ ଆଲୋଚନା ପାଇଁ ନୋଟିସ ଦେଲେ ସିସିଆଇ ସାଂସଦ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଜଳ ପ୍ରଳୟ
ଉତ୍ତରାଖଣ୍ଡ ଜଳ ପ୍ରଳୟ
author img

By

Published : Feb 8, 2021, 8:39 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଉତ୍ତରାଖଣ୍ଡରେ ଦେଖା ଦେଇଥିବା ଜଳ ପ୍ରଳୟ ଉପରେ ଆଲୋଚନା ପାଇଁ ଦାବି । ଏନେଇ ନୋଟିସ ଆଣିଛନ୍ତି ସିପିଆଇ ସାଂସଦ ବିନୟ ବିଶ୍ବାମ । ରାଜ୍ୟସଭାର କାର୍ଯ୍ୟ ସ୍ଥଗିତ କରି ଉତ୍ତରାଖଣ୍ଡ ଉପରେ ଆଲୋଚନା କରିବାକୁ ସେ ନୋଟିସ ଆଣିଛନ୍ତି ।

ଧାରା 267 ଅନୁଯାୟୀ ସାଂସଦ ଏହି ନୋଟିସ ଆଣିଛନ୍ତି । ସୂଚନାଥାଉକି, ଋଷିଗଙ୍ଗାର ଉପର ମୁଣ୍ଡରେ ହିମସ୍ଖଳନ ଯୋଗୁଁ ଦେବଭୂମିରେ ଦେଖିବାକୁ ମିଳିଛି ଜଳ ପ୍ରଳୟ । ଘଟଣାରେ ପାଖାପାଖି 14 ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଏବେ ସୁଦ୍ଧା 150 ଜଣ ନିଖୋଜ ରହିଛନ୍ତି ।

2013ରେ ଉତ୍ତରାଖଣ୍ଡ ମହାପ୍ରଳୟ ପରେ କ୍ଷୟକ୍ଷତିର ଚିହ୍ନ ଏବେ ବି ଲିଭିନଥିବା ବେଳେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେବଭୂମି ସମେତ ସାରା ଭାରତବର୍ଷକୁ ସ୍ତବ୍ଧ କରିଦେଇଛି । 2013 ମସିହା ଜୁନ 16 ତାରିଖରେ ଜଳ ପ୍ରଳୟ ହୋଇଥିଲା । ଏଥିରେ ପ୍ରାୟ 4400 ଜୀବନ ଯାଇଥିଲା । 4200ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏଥିରେ 11091 ଗୋରୁଙ୍କର ମୃତ୍ୟୁ ଘଟିଛି ଏବଂ 991 ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.