ETV Bharat / bharat

Maharashtra Politics: 'ସତ୍ତାରେ ରହିବାକୁ ବିଜେପି ସବୁ ପ୍ରକାର ଉଦ୍ୟମ କରୁଛି'

author img

By

Published : Jul 2, 2023, 9:39 PM IST

ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିପିଆଇ ନେତା ଡି ରାଜା । ସତ୍ତାରେ ବିଜେପି ରହିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ହାଇଡ୍ରାମାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିପିଆଇ ନେତା ଡି ରାଜା । ବିଜେପି ସତ୍ତାରେ ରହିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ବୋଲି କହିଛନ୍ତି ରାଜା । ଆଜି ଏନସିପି ବରିଷ୍ଠ ନେତା ଅଜିତ ପାୱାର ପ୍ରାୟ 40 ଜଣ ବିଧାୟକଙ୍କ ସହିତ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଏହାପରେ କିଛି ସମୟ ମଧ୍ୟରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ମଧ୍ୟ କରିଛନ୍ତି ।

ଏ ନେଇ ଡି ରାଜା କହିଛନ୍ତି, "ଆମମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏନଡିଏରେ ଅଜିତ ପାୱାରଙ୍କ ଯୋଗଦାନ ମହାରାଷ୍ଟ୍ର ରାଜନୀତି ଓ ଦେଶ ଉପରେ କିଭଳି ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ । ବିଜେପି ଆଗାମୀ 2024 ଲୋକସଭା ନିର୍ବାଚନରେ ପୁଣି ଥରେ କେନ୍ଦ୍ରରେ ସରକାର ଗଢିବା ଲାଗି ସମସ୍ତ ପ୍ରକାର ଉଦ୍ୟମ କରୁଛି ।" ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏବେ ବିଜେପି ତାର ୱାଶିଂ ମେସିନ ଚଲାଇବା ପ୍ରକ୍ରିୟା ଆରମ୍ଭ କରିଛି । ପୂର୍ବରୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ ବୋଲି ବିଜେପି କହୁଥିଲା ଏବେ ସେମାନେ ଏନଡିଏ ମେଣ୍ଟରେ ସାମିଲ ହେବା ପରେ ସେମାନଙ୍କୁ କ୍ଲିନଚିଟ୍‌ ମିଳିଯାଇଛି ।

ଏହା ବି ପଢନ୍ତୁ- Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ଅନ୍ୟପଟେ ଅଜିତ ପାୱାରଙ୍କୁ ମହାମେଣ୍ଟକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, "ଏବେ ମହାରାଷ୍ଟ୍ରରେ ଟ୍ରିପଲ ସରକାର ଆସିଛି । ଆମେ ଏବେ ଏକାଠି ହୋଇଛୁ । ଆମ ମଧ୍ୟରେ କେହି ବି ସତ୍ତା ପାଇଁ କାମ କରୁନାହିଁ । ଆମର ଉଦ୍ଦେଶ୍ୟ ହେଉଛି ମହାରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ । ମହାରାଷ୍ଟ୍ରର ବିକାଶ ଦିଗରେ ଆମେ ଏକାଠି ହୋଇ କାମ କରିବୁ । ଏବେ ବୁଲେଟ ବେଗରେ ରାଜ୍ୟରେ ବିକାଶ କାର୍ଯ୍ୟ ଆଗେଇବ ।"

ଏହା ବି ପଢନ୍ତୁ- ଅଜିତ ପାଓ୍ବାରଙ୍କ ବିଦ୍ରୋହ: ପାର୍ଟିର ପୁନଃନିର୍ମାଣ କରି ଦେଖାଇବି କହିଲେ ଶରଦ

ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଆଗକୁ ବହୁତ କିଛି ବଦଳିବାର ଅଛି । ଶରଦ ପାୱାର ନିଜର ଅସଲି କାର୍ଡ ଏପର୍ଯ୍ୟନ୍ତ ଖୋଲିନାହାନ୍ତି । ଭବିଷ୍ୟତରେ ଅନେକ କିଛି ବଦଳିବ । ମହାରାଷ୍ଟ୍ରର ରାଜନୀତି ଆଗକୁ ଆହୁରି ରୋଚକ ହେବ । ପୂର୍ବରୁ ଶିବସେନା ଭାଙ୍ଗିଥିଲା, ଏବେ NCP ଦୁଇ ଫାଳ ହୋଇଛି । ମହାରାଷ୍ଟ୍ରରେ କୌଣସି ଟ୍ରିପଲ ଇଞ୍ଜିନ ସରକାର ଆସିନାହିଁ, ବରଂ ଗୋଟିଏ ରିକ୍ସାର ତିନୋଟି ଚକ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.