ETV Bharat / bharat

ଧରାପଡିଲା ମୋଷ୍ଟୱାଣ୍ଟେଡ ଗୋ-ମାଫିଆ ଆକବର, ମୁଣ୍ତ ଉପରେ ଥିଲା 2 ଲକ୍ଷର ପୁରସ୍କାର - ମିରଟ ନ୍ୟୁଜ

ବନ୍ଧା ହେଲା ଗୋ ମାଫିଆ ଆକବର ବଞ୍ଜାରା । ମିରଟ ଏସଓଜି(SOG) ଓ ଫାଲାବାଡା ପୋଲିସ (falavada police)ର ମିଳିତ ଚଢାଉ କରି ତାକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ବନ୍ଧା ହେଲା ଗୋ ମାଫିଆ ଆକବର ବଞ୍ଜାରା : ମୁଣ୍ତ ଉପରେ ଥିଲା 2 ଲକ୍ଷର ପୁରସ୍କାର ରାଶି

author img

By

Published : Apr 16, 2022, 10:24 AM IST

ଲକ୍ଷ୍ନୌ: ବନ୍ଧା ହେଲା ଗୋ-ମାଫିଆ ଆକବର ବଞ୍ଜାରା । ମିରଟ ଏସଓଜି(SOG) ଓ ଫାଲାବାଡା ପୋଲିସ (falavada police)ର ମିଳିତ ଚଢାଉ କରି ତାକୁ ଗିରଫ କରାଯାଇଛି । ଏହାସହ ଏ ରାକେଟରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ବି ଧରିଛି ପୋଲିସ । ତେବେ ଆକବର ବଞ୍ଜାରା ଉପରେ ଆସାମ ପୋଲିସ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।

ଅକବର ବଞ୍ଜାରା ଦେଶର ଉତ୍ତର-ପୂର୍ବ ରାଜ୍ୟ ଗୁଡିକଲେ ଗୋ ଚାଲାଣ କରି ଆସୁଥିଲେ । କୁହାଯାଉଛି ଯେ ମାଫିଆ ଆକବର ତା ଗ୍ୟାଙ୍ଗ ସଦସ୍ୟଙ୍କ ସହ ମିଶି ଆସାମ, ମେଘାଳୟ, ମିଜୋରାମ ସମେତ ବାଂଲାଦେଶକୁ ଗୋ ଚାଲାଣ କରୁଥିଲେ । ଏହି କାରବାର କରି ମାଲେ ମାଲ ହେଉଥିଲା ଆକବର । ବହୁ ଦିନ ଧରି ଏ ଅଭିଯୁକ୍ତକୁ ଖୋଜୁଥିଲା ଆସାମ ପୋଲିସ । ହେଲେ ଶୁକ୍ରବାର ଦିନ ମେରଟ ପୋଲିସ ତାକୁ ଗିରଫ କରିଛି । ମାଫିଆ ଆକବର ବଞ୍ଜାରା ମେଘାଳୟ ଦେଇ ବାଂଲାଦେଶକୁ ମଧ୍ୟ ଗୋ ଚାଲାଣ କରୁଥିଲେ ।

ମାଫିଆ ଆକବର ବଞ୍ଜାର ସହିତ ତାର ଭାଇ ଓ ଗ୍ୟାଙ୍ଗର ସଦସ୍ୟ ସଲମାନ ଏବଂ ସମିମଙ୍କୁ ଗିରଫ କରିଛି। ଏହି ସମସ୍ତ ଅଭିଯୁକ୍ତ ଫାଲାବାଡା ଥାନା ବଞ୍ଜାରାମ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ତେବେ, ଆକବରକୁ ଗିରଫ କରିବା ପାଇଁ ଆସାମ ପୋଲିସ ମେରଟରେ ଏକାଧିକ ଥର ଚଢାଉ ମଧ୍ୟ କରିଛି । କିନ୍ତୁ ସେଥିରେ ବିଫଳ ହୋଇଥିଲା ଆସାମ ପୋଲିସ । ମେରଟ ପୋଲିସ ଆକବର ବନଜାରା ଏବଂ ଅନ୍ୟ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରି ଆସାମ ପୋଲିସକୁ ହସ୍ତାନ୍ତର କରିଛି। ଆସାମ ପୋଲିସ ତାକୁ ବି-ୱାରେଣ୍ଟ(B-warrant)ରେ ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.