ମୁମ୍ବାଇ: ମହାରାଷ୍ଟ୍ରର ପୁଣେଠାରେ କୋଭିସିଲ୍ଡ ଟିକା ଉତ୍ପାଦନ ସୁରୁଖୁରୁରେ ଚାଲିଛି ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ଶନିବାର ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଇନଷ୍ଟିଚ୍ୟୁଟର ପାର୍ଟନର ଓ ଷ୍ଟେକହୋଲ୍ଡରଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଟିକା ଉତ୍ପାଦନର ସମୀକ୍ଷା କରିବା ପାଇଁ କିଛି ଦିନ ମଧ୍ୟରେ ସିଇଓ ପୁନାୱାଲା ଲଣ୍ଡନରୁ ଭାରତକୁ ଫେରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।
-
Had an excellent meeting with all our partners & stakeholders in the U.K. Meanwhile, pleased to state that COVISHIELD’s production is in full swing in Pune. I look forward to reviewing operations upon my return in a few days.
— Adar Poonawalla (@adarpoonawalla) May 1, 2021 " class="align-text-top noRightClick twitterSection" data="
">Had an excellent meeting with all our partners & stakeholders in the U.K. Meanwhile, pleased to state that COVISHIELD’s production is in full swing in Pune. I look forward to reviewing operations upon my return in a few days.
— Adar Poonawalla (@adarpoonawalla) May 1, 2021Had an excellent meeting with all our partners & stakeholders in the U.K. Meanwhile, pleased to state that COVISHIELD’s production is in full swing in Pune. I look forward to reviewing operations upon my return in a few days.
— Adar Poonawalla (@adarpoonawalla) May 1, 2021
ପୁନାୱାଲା ଭାରତ ଫେରୁଛନ୍ତି ବୋଲି ନିଜ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ପୁନାୱାଲା କୋଭିସିଲ୍ଡ ଟିକାର ମୂଲ୍ୟକୁ 400ଟଙ୍କାରୁ 300ଟଙ୍କାକୁ ହ୍ରାସ କରାଯାଇଛି । ପୂର୍ବରୁ କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ପୁନାୱାଲାଙ୍କୁ ବିଭିନ୍ନ ଦଳ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ପୁନାୱାଲାଙ୍କୁ ସିଆରପିଏଫ ଯବାନଙ୍କ ଯୋଗେ 'y' ସିକ୍ୟୁରିଟି ଯୋଗାଇ ଦେଇଛନ୍ତି ।
ସେପଟେ କୋଭିସିଲ୍ଡ ଟିକା ଉତ୍ପାଦନର ପରିମାଣ ବଢାଇବା ସମ୍ପର୍କରେ ଯୋଜନା କରିବା ପାଇଁ ସେ ଲଣ୍ଡନ ଯାଇଥିବା କହିଛନ୍ତି । ଉତ୍ପାଦନ କ୍ଷମତା ବଢାଇବା ପାଇଁ ଦେଶ ବାହାରେ ମଧ୍ୟ ଉତ୍ପାଦନ କରିବା ପାଇଁ ସେ ଯୋଜନା କରିଥିଲେ । ସେରମ ଇନଷ୍ଟିଚ୍ୟୁଟ ଚଳିତ ବର୍ଷ ଜାନୁଆରୀ ମାସରେ ଅକ୍ସଫୋର୍ଡ ଓ ଆସ୍ଟ୍ରାଜେନିକା ଟିକା ଉତ୍ପାଦନ କ୍ଷମତାକୁ 1.5 ବିଲିୟନରୁ 2.5 ବିଲିୟନ ବା 25 କୋଟିକୁ ବୃଦ୍ଧି କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ