ETV Bharat / bharat

କୋରୋନାକୁ ରୋକିବା ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ, ବଢିବ କଣ୍ଟେନମେଣ୍ଟ ଜୋନ

author img

By

Published : Nov 25, 2020, 5:24 PM IST

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ, ସର୍ଭିଲାନ୍ସ ଓ ସତର୍କତାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କୋରୋନାକୁ ରୋକିବା ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ, ବଢିବ କଣ୍ଟେନମେଣ୍ଟ ଜୋନ
କୋରୋନାକୁ ରୋକିବା ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ, ବଢିବ କଣ୍ଟେନମେଣ୍ଟ ଜୋନ

ନୂଆଦିଲ୍ଲୀ: ଅନେକ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ, ସର୍ଭିଲାନ୍ସ ଓ ସତର୍କତାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କଣ୍ଟେନମେଣ୍ଟ ଜୋନ ବୃଦ୍ଧି ସହ ନିୟମ ଲାଗୁ କରାଯିବ ବୋଲି ଏହି ଗାଇଡଲାଇନରେ ଦର୍ଶାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର 1ରୁ ଡିସେମ୍ବର 31 ପର୍ଯ୍ୟନ୍ତ ଲାଗୁ ରହିବ । ଏଥିସହ ବିଭିନ୍ନ କାର୍ଯ୍ୟକଳାପ ପାଇଁ ପ୍ରୋଟୋକଲ ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ କହିଛି ଯେ କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟର ଅନୁମତି ଦିଆଯିବ। କଣ୍ଟେନମେଣ୍ଟ ଜୋନରେ ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ସ୍ଥାନୀୟ ଜିଲ୍ଲା, ପୋଲିସ ଏବଂ ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ବ। ଏଥିସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସମ୍ପୃକ୍ତ ଅଧିକାରୀଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରିବେ।

ସେହିପରି ସର୍ଭିଲାନ୍ସ ଟିମ ଘର ଘର ବୁଲି ସ୍ଥିତି ଯାଞ୍ଚ କରିବେ । କୋଭିଡ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। କୋରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାର ସ୍ଥାନୀୟ ସ୍ତରରେ ରାତ୍ରି କର୍ଫ୍ୟୁ ସମେତ ପ୍ରତିବନ୍ଧକ ଲଗାଇବାକୁ ଅନୁମତି ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.