ETV Bharat / bharat

ମହାମାରୀର ନୂଆ ଷ୍ଟ୍ରେନ: ଅନ୍ତର୍ଜାତୀୟ ବିମାନଯାତ୍ରା ପାଇଁ ନୂଆ ଗାଇଡଲାଇନ ଜାରି - ଅନ୍ତର୍ଜାତୀୟ ବିମାନଯାତ୍ରା ପାଇଁ ନୂଆ ଗାଇଡଲାଇନ ଜାରି

ବିଦେଶରେ ମହାମାରୀର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଅନ୍ତର୍ଜାତୀୟ ବିମାନଯାତ୍ରା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅଧିକ ପଢନ୍ତୁ...

Covid variants: Centre issues new guidelines for international arrivals
ମହାମାରୀର ନୂଆ ଷ୍ଟ୍ରେନ: ଅନ୍ତର୍ଜାତୀୟ ବିମାନଯାତ୍ରା ପାଇଁ ନୂଆ ଗାଇଡଲାଇନ ଜାରି
author img

By

Published : Feb 18, 2021, 9:14 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ନୂଆ ଷ୍ଟ୍ରେନ SARS-CoV-2 ସମଗ୍ର ବିଶ୍ବରେ ବ୍ୟାପିଥିବାରୁ କେନ୍ଦ୍ର ନୂତନ ଅନ୍ତର୍ଜାତୀୟ ଆଗମନ ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି । ତେବେ ମହାମାରୀ ପାଇଁ ଗତବର୍ଷ ଅଗଷ୍ଟ 2ତାରିଖରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଏଗୁଡିକ ବଦଳାଇବ ବୋଲି ସୂଚନା ମିଳିଛି ।

ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ କୋରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି । ଏହି ନୂଆ ଷ୍ଟ୍ରେନ ସଂକ୍ରମଣରୁ ଭାରତକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି । ତେବେ ଏହି ଗାଇଡଲାଇନକୁ 3ଟି ଶ୍ରେଣୀଭୁକ୍ତ କରାଯାଇଛି । ୟୁକେ, ୟୁରୋପରୁ ଆସୁଥିବା ବିମାନଯାତ୍ରୀଙ୍କୁ ଛାଡି ଅନ୍ୟ ଯାତ୍ରୀମାନେ 'ଏୟାର ସୁବିଧା' ପୋର୍ଟାଲରେ ବିମାନ ଯାତ୍ରା ପୂର୍ବରୁ ଅନଲାଇନରେ ଆତ୍ମ-ଘୋଷିତ ଫର୍ମ ଦାଖଲ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।

ତେବେ ଏହି ବିମାନଯାତ୍ରୀଙ୍କୁ କୋଭିଡ-19 ମହାମାରୀର ନେଗେଟିଭ ରିପୋର୍ଟ ଓ ପିସିଆର ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି । ଏହି ରିପୋର୍ଟ ଯାତ୍ରାର 72 ଘଣ୍ଟା ପୂର୍ବରୁ ଦାଖଲ ହେବା ଆବଶ୍ୟକ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ଯାତ୍ରୀ ରିପୋର୍ଟର ସତ୍ୟତା ସମ୍ବନ୍ଧରେ ଏକ ଘୋଷଣା ମଧ୍ୟ ଦାଖଲ କରିବେ ଏବଂ ଯଦି ଏହି ରିପୋର୍ଟ ମିଛ ପ୍ରମାଣିତ ହୁଏ ତେବେ ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଯାତ୍ରୀ ଦାୟୀ ରହିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ଗାଇଡଲାଇନ ଅନୁଯାୟୀ ବ୍ରିଟେନ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀମାନେ ଯେଉଁ ବିମାନ ବନ୍ଦରରେ ଅବତରଣ କରିବେ ସେଠାରେ ସେମାନଙ୍କୁ ନମୁନା ଦେବାକୁ ପଡିବ ଏବଂ ରିପୋର୍ଟ ନେଗେଟିଭ ଆସିବ ପରେ ସେମାନଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି । ତେବେ ଏହି ରିପୋର୍ଟ ଆସିବାକୁ 6-8 ଘଣ୍ଟା ଲାଗିପାରେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.