ETV Bharat / bharat

ଟୀକାକରଣର ପାର୍ଶ୍ବ ପ୍ରତିକ୍ରିୟା: 447 ଅସୁସ୍ଥ, 3 ହସ୍ପିଟାଲରେ ଭର୍ତ୍ତି - ଟିକାକରଣର ପାର୍ଶ୍ବପ୍ରତିକ୍ରିୟା

ଟୀକାକରଣ ପରେ ବର୍ତ୍ତମାନ ସୁଦ୍ଧା 447 ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ 3 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଟିକାକରଣର ପାର୍ଶ୍ବପ୍ରତିକ୍ରିୟା: 447 ଅସୁସ୍ଥ, 3 ହସ୍ପିଟାଲରେ ଭର୍ତ୍ତି

author img

By

Published : Jan 17, 2021, 10:29 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇସାରିଛି ଟୀକାକରଣ । ହେଲେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଟିକା ନେବା ପରର ପାର୍ଶ୍ବ ପ୍ରତିକ୍ରିୟା । କୋରୋନା ଟୀକାକରଣ ପରେ ବର୍ତ୍ତମାନ ସୁଦ୍ଧା 447 ଜଣଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ 3 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଏହା ପୂର୍ବରୁ 52 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ଟିକା ଲଗାଇବା ପରେ ସାମାନ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ପରିଲକ୍ଷିତ ହୋଇଥିଲା । ଏମାନଙ୍କ ମଧ୍ୟରୁ କିଛି ଜଣ ଆଲର୍ଜିର ଶିକାର ହୋଇଥିଲେ । ତେବେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଏଇଏଫଆଇ ସେଣ୍ଟର ପଠାଇବାକୁ ପଡିଥିଲା ।

ରବିବାର ଦ୍ବିତୀୟ ଦିନରେ 17,072 ଜଣଙ୍କୁ କୋରୋନା ଭ୍ୟାକ୍ସିନର ଡୋଜ ଦିଆଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 24 ହଜାର 301 ଜଣଙ୍କୁ କୋଭିଡ ଟିକାର ଡୋଜ ଦିଆଯାଇସାରିଲାଣି । ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି କିଛି ସମୟ ପରେ ଡିସଚାର୍ଜ କରିଦିଆଯାଇଛି ।

ଉଭୟ ଡୋଜ ଟିକାକରଣ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ନେଇ ଆଶଙ୍କା କରୁଛି । କୋଭିସିଲ୍ଡ ଡୋଜର ଇଞ୍ଜେକ୍ସନ ଦେବା ସ୍ଥାନରେ କିଛି ଯନ୍ତ୍ରଣା ହୋଇପାରେ । ଯେପରିକି ମୁଣ୍ଡବିନ୍ଧା ଏବଂ ଥକ୍କାପଣ ହୋଇପାରେ ବୋଲି କୁହାଯାଇଛି । କୋଭାକ୍ସିନ ଡୋଜ ପରେ ମୁଣ୍ଡବିନ୍ଧା, ସାମାନ୍ୟ ଜ୍ବର, ଥକ୍କାପଣ, ସାମାନ୍ୟ ପେଟ ଯନ୍ତ୍ରଣା ଓ ବାନ୍ତି ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.