ETV Bharat / bharat

ଅକ୍ଟୋବରରେ ଶିଖର ଛୁଇଁବ ତୃତୀୟ ଲହର, ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ

author img

By

Published : Aug 23, 2021, 12:10 PM IST

ଅକ୍ଟୋବର ମାସରେ ଶିଖର ଛୁଇଁବ କୋରୋନାର ତୃତୀୟ ଲହର । ଲହର କୋପରେ ଦୈନିକ ୫ ଲକ୍ଷ ସଂକ୍ରମିତ ହୋଇପାରନ୍ତି । ଓଡ଼ିଶାରେ ଦୈନିକ 14 ହଜାର ସଂକ୍ରମିତ ଚିହ୍ନଟ ହେବେ । ଏନେଇ ସୂଚନା ଦେଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ NIDM । ଅଧିକ ପଢନ୍ତୁ...

ଅକ୍ଟୋବରରେ ଶିଖର ଛୁଇଁବ ତୃତୀୟ ଲହର
ଅକ୍ଟୋବରରେ ଶିଖର ଛୁଇଁବ ତୃତୀୟ ଲହର

ଭୁବନେଶ୍ବର: ଦ୍ବିତୀୟ ଲହର କୋପ ଏଯାଏଁ କମିନଥିବା ବେଳେ ଡରାଇଲାଣି ତୃତୀୟ ଲହର । ଅକ୍ଟୋବର ମାସରେ ଶିଖର ଛୁଇଁବ କୋରୋନାର ତୃତୀୟ ଲହର । ଲହର କୋପରେ ଦୈନିକ ୫ ଲକ୍ଷ ସଂକ୍ରମିତ ହୋଇପାରନ୍ତି । ଓଡ଼ିଶାରେ ଦୈନିକ 14 ହଜାର ସଂକ୍ରମିତ ଚିହ୍ନଟ ହେବେ । ଏନେଇ ସୂଚନା ଦେଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନ NIDM ।

ଅକ୍ଟୋବରରେ ଶିଖର ଛୁଇଁବ ତୃତୀୟ ଲହର

ତୃତୀୟ ଲହର ଶିଶୁମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ଏହା ସହିତ ବୟସ୍କଙ୍କ ପାଇଁ ମଧ୍ୟ । ତୃତୀୟ ଲହର ଆଶଙ୍କା ନେଇ ଡାକ୍ତର, ଷ୍ଟାଫ, ଉପକରଣ ଯେପରି ଭେଣ୍ଟିଲେଟର, ଆମ୍ବୁଲାନ୍ସ ଆଦି ସମସ୍ତ କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ପଡିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସତର୍କ କରାଇଛି NIDMର ବିଶେଷଜ୍ଞ ଦଳ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗତ ସପ୍ତାହରେ କହିଥିଲେ ଯେ ପିଲାମାନଙ୍କୁ ଖୁବ୍ ଶୀଘ୍ର ଟୀକାକରଣ ଆରମ୍ଭ ହେବ । ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆଶା କରିଛନ୍ତି ଯେ 2-18 ବର୍ଷ ବୟସର ସମସ୍ତଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣରୁ ତଥ୍ୟ ସେପ୍ଟେମ୍ବରରେ ପହଞ୍ଚିବ ।

ଅଗଷ୍ଟ 20 ରେ, ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ 12ରୁ ଅଧିକ ବର୍ଷ ବୟସର ଲୋକଙ୍କ ପାଇଁ ଅହମ୍ମଦାବାଦ ସ୍ଥିତ ZyCoV-D ଦ୍ବାରା ପ୍ରସ୍ତୁତ କୋରୋନା ଟିକା ଅନୁମୋଦନ କରିଥିଲା ​ । ଭାରତରେ ଏହା ହେଉଛି ପ୍ରଥମ ଟିକା ଯାହାକି 18 ବର୍ଷରୁ କମ୍ ପିଲାଙ୍କ ପାଇଁ ଅନୁମୋଦିତ ହୋଇଛି ।

ତୃତୀୟ ଲହର ନେଇ କେତେକ ବିଶେଷ ଦିଗ ଉପରେ ଧ୍ୟାନ ଦିଆଯାଇଛି-

  • NIDM ରିପୋର୍ଟ ଅନୁସାରେ ଶିଶୁଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଶିଶୁଙ୍କୁ ଟୀକାକରଣ ସହିତ ଦିବ୍ୟାଙ୍ଗ ଶିଶୁଙ୍କୁ ଦିଆଯିବ ଅଧିକ ଗୁରୁତ୍ବ ।
  • ପିଲାଙ୍କ ପାଇଁ ଗଠନ ହେବ ସ୍ବତନ୍ତ୍ର କୋଭିଡ ୱାର୍ଡ ।

ଅନ୍ୟପଟେ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବ । କମିଟି ବିଶେଷଜ୍ଞ ରିପୋର୍ଟ ଆଧାରରେ ରାଜ୍ୟମାନଙ୍କୁ ଆବଶ୍ୟକ ପରାମର୍ଶ ଦେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.