ଚଣ୍ଡିଗଡ଼: ପଞ୍ଜାବର ପଟିଆଲାରେ ଥିବା ସରକାରୀ ମେଡିକାଲ କଲେଜର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବା ପରେ ଅଧିକ ସଂକ୍ରମଣ ପରିସ୍ଥିତିକୁ ଏଡ଼ାଇବା ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ହଷ୍ଟେଲକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି ।
ହଷ୍ଟେଲରେ ହଠାତ୍ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଓ କଲେଜ ପରିଚାଳନା କମିଟି ମଧ୍ୟରେ ବୈଠକ ବସିଛି । ଏହି ଛାତ୍ରଛାତ୍ରୀ ନୂଆ ଭାଇରସ ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିକୁ ଦେଖି ଆଗକୁ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ବୋଲି ଡାକ୍ତର ଆଶଙ୍କା କରିଛନ୍ତି ।
ଏହା ବି ପଢନ୍ତୁ: Covid Scare: ଦିନକରେ ୧୦୦ରୁ ଊର୍ଦ୍ଧ୍ବ ଡାକ୍ତର କୋରୋନା ପଜିଟିଭ
ସେପଟେ ବିହାରରେ ମଧ୍ୟ ୧୫୯ ଜଣ ଡାକ୍ତର ଗତ ଶନିବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଡାକ୍ତର ଡିସେମ୍ବର ୨୭ ଓ ୨୮ ତାରିଖରେ ପାଟନାରେ ଆୟୋଜିତ ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA)ର 96 ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଥିଲେ ।
ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୩୭୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାକି ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷ ୮ ହଜାର ୮୮୬ରେ ପହଞ୍ଚିଛି । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୧୮୯୨ ଓମିକ୍ରନ ଆକ୍ରାନ୍ତ ଚିହ୍ଟଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇଛନ୍ତି ।
ମହାରାଷ୍ଟ୍ରରେ ୫୬୮ଟି ଓମିକ୍ରନ ଆକ୍ରାନ୍ତ ଚିହ୍ଟନ ହୋଇଥିବା ବେଳେ ଦିଲ୍ଲୀରେ ୩୮୨ ଓ କେରଳରେ ୧୮୫ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ଏବେ ୧ ଲକ୍ଷ ୭୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ