ETV Bharat / bharat

ଅମିତ ଶାହାଙ୍କ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ, 5 ମାସ ପରେ ମାମଲା ରୁଜୁ - ଅମିତ ଶାହା

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ 6 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ..

ଅମିତ ଶାହାଙ୍କ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ, 6 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

author img

By

Published : Jun 19, 2021, 10:13 AM IST

ବେଙ୍ଗାଲୁରୁ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ମାମଲା ରୁଜୁ । କର୍ଣ୍ଣାଟକ ବେଲାଗଭି ପୋଲିସ ବୈଠକ ଆୟୋଜିତ କରିଥିବା 6 ଜଣଙ୍କ ବିରୁଦ୍ଧରେ FIR ଦାଖଲ କରିଛି ।

ଗତକାଲି(ଶୁକ୍ରବାର) ବେଲଗାଭି ପୋଲିସ କମିଶନର ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରି କହିଛନ୍ତି ଯେ ଉକ୍ତ ସଭାର ଆୟୋଜନ କରିଥିବା 6 ଜଣଙ୍କ ବିରୁଦ୍ଧରେ FIR ଦାୟର କରାଯାଇଛି । ସୂଚନାଥାଉ କି, ଗତ ଜାନୁୟାରୀରେ ଏହି ବୈଠକ ବସିଥିଲା । ଏହାର 5 ମାସ ପରେ ଜୁନ୍ 14 ତାରିଖ ଦିନ 6 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ସରକାରୀ ଓକିଲାମାନେ ମୁଖ୍ୟ ବିଚାରପତି ଏଏସ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ପାଇଁ ଆଫିଡେଭିିଟ ଦାଖଲ କରିଛନ୍ତି । ଯିଏ କି ଜନହିତ ପିଟିସନ ଉପରେ ଶୁଣାଣି କରୁଛନ୍ତି ।

ଆଡଭୋକେଟ ଜେନେରାଲ କୋର୍ଟର ନିର୍ଦ୍ଦେଶାନୁଯାୟୀ ବୈଠକର ଆୟୋଜକଙ୍କ ବିରୁଦ୍ଧରେ ଗତ 14 ତାରିଖ ଦିନ ମାମଲା ଦାୟର ହୋଇଥିବା କୋର୍ଟକୁ କହିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କୋର୍ଟ । ବୈଠକରେ ବହୁସଂଖ୍ୟକ ଲୋକ ଉପସ୍ଥିତ ଥିବାବେଳେ କେବଳ 6 ଜଣଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜୁ ହୋଇଛି ବୋଲି କୋର୍ଟ ପ୍ରଶ୍ନ କରିଛି । ଏଥିସହ ଯେଉଁମାନେ ବି ମାସ୍କ ପିନ୍ଧି ନଥିଲେ ସେମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ପାଇଁ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯିବା ସହଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.