ETV Bharat / bharat

ତାଉ'ତେ ତାଣ୍ଡବ: ଆଜି ରାତି ସୁଦ୍ଧା ମୁମ୍ବାଇରେ ସ୍ଥାନାନ୍ତର ହେବେ 580 ଆକ୍ରାନ୍ତ

author img

By

Published : May 16, 2021, 9:51 AM IST

ବାତ୍ୟା ପାଇଁ ମୁମ୍ବାଇ ମହାନଗର ନିଗମ 500ରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବାତ୍ୟା ତାଉ'ତେ: ଆଜି ରାତି ସୁଦ୍ଧା ମୁମ୍ବାଇରେ ସ୍ଥାନାନ୍ତର ହେବେ 580 ଆକ୍ରାନ୍ତ

ମୁମ୍ବାଇ: ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ'ତେ । ଏହାକୁ ଦୃଷ୍ଟିରେ ରଖି ଗ୍ରେଟର ମୁମ୍ବାଇର ମହାନଗର ନିଗର 580 କୋରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ରବିବାର ରାତି ସୁଦ୍ଧା ସ୍ଥାନାନ୍ତର କରିବ ବୋଲି ଜଣାପଡିଛି ।

ଏହି ଆକ୍ରାନ୍ତଙ୍କୁ ଜମ୍ବୋ ସେଣ୍ଟରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ପାଲଘଡ, ରାୟଗଡ, ରତ୍ନଗିରି ଓ ସିନ୍ଧୁଗର୍ଗ ଅଞ୍ଚଳର ଜିଲ୍ଲା ପ୍ରଶାସନ, ଡିଭିଜନାଲ କମିଶନର, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମଧ୍ୟ ପଶ୍ଚିମତଟ ରେଳପଥର କିଛି ଟ୍ରେନକୁ ବାତିଲ କରିଛି । ଏ ସମ୍ପର୍କରେ ପଶ୍ଚିମ ଲୋକ ସମ୍ପର୍କ ଅଧିକାରୀର ମୁଖ୍ୟ ସୁମିତ ଠାକୁର ସୂଚନା ଦେଇଛନ୍ତି । ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟ ପାଇଁ 16ଟି ଏୟାରକ୍ରାଫ୍ଟ ଓ 18ଟି ହେଲିକପ୍ଟରକୁ ପ୍ରସ୍ତୁତ କରି ରଖିଛି । ବାତ୍ୟା ମହାରାଷ୍ଟ୍ର ସମେତ କେରଳ, ତାମିଲନାଡୁ, କର୍ଣ୍ଣାଟକ ଓ ଗୁଜୁରାଟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏହାର ମୁକାବିଲା କରିବା ପାଇଁ 5ଟି ରାଜ୍ୟର ସରକାର ପ୍ରସ୍ତୁତ ହୋଇ ରହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.