ନୂଆଦିଲ୍ଲୀ: ଦେଶରେ ପୁଣି ଫଣା ଟେକୁଛି କୋରୋନା । ଦିନକୁ ଦିନ କାୟା ମେଲାଇ ଚାଲିଛି ମହାମାରୀ । ଆଜି ଦେଶରେ ପଜିଟିଭ ମାମଲା ୫ ହଜାର ଟପିଛି । ଯାହାକି ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ଗତ 24 ଘଣ୍ଟା ମଧ୍ୟରେ 5,233 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 5,233 fresh Covid Cases) । ଦିନକରେ 7 ଜଣଙ୍କର ମୁଣ୍ତ ନେଇଛି ମହାମାରୀ । ଏହାସହ 3,345 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 28 ହଜାର ଉପରେ ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 28,857ରେ ପହଞ୍ଚିଛି । ଦେଶରେ ଏଯାବତ 42,63,67,10 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,715 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,94,43,26,416 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 14,94,086 ଜଣଙ୍କୁ ଟିକା ଦିଆଯାଇଛି ।