ETV Bharat / bharat

Covid Scare: ଦେଶରେ ୨୪ ଘଣ୍ଟାରେ ୩୭ ହଜାର ନୂଆ ଆକ୍ରାନ୍ତ, ୨ହଜାର ମୁହାଁ ଓମିକ୍ରନ

author img

By

Published : Jan 4, 2022, 7:03 PM IST

ଦେଶରେ ପୁଣି ଚିନ୍ତା ବଢାଉଛି କୋରୋନା । ନୂଆ ଭ୍ୟାରିଏଣ୍ଟ ସହ ବଢୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସୂଚନା ଦେଲା ସ୍ବାସ୍ଥ୍ଯ ମନ୍ତ୍ରଣାଳୟ । ଅଧିକାଂଶ ରାଜ୍ୟରେ ଜାରି ହେବାରେ ଲାଗିଛି କଟକଣା । ଅଧିକ ପଢନ୍ତୁ

DF
Covid scare: ଦେଶରେ ୨୪ ଘଣ୍ଟାରେ ୩୭ ହଜାର ନୂଆ ଆକ୍ରାନ୍ତ, ୨ହଜାର ମୁହାଁ ଓମିକ୍ରନ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କୋଭିଡ ସଂକ୍ରମଣ ବିସ୍ଫୋରକ ସ୍ଥିତି ଆଡକୁ ମୁହାଁଇଲାଣି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,379 ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ ମଧ୍ୟ ୨ ହଜାରର ନିକଟବର୍ତ୍ତୀ ହେବାକୁ ବସିଲାଣି । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ, ଦେଶର ମୋଟ କୋଭିଡ ମାମଲା 3,48,08,886କୁ ବୃଦ୍ଧି ପାଇଛି । ଏପରି ସ୍ଥିତି ପୁଣି ଚିନ୍ତାଜନକ ହେବାରେ ଲାଗିଲାଣି ।

ସରକାରୀ ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଓମିକ୍ରନ ସଂକ୍ରମଣର 192ଟି ମାମଲା ଚିହ୍ନଟ ହେବା ସହ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 1892କୁ ବୃଦ୍ଧି ପାଇଛି । ମୋଟ ନୂଆ ଭ୍ଯାରିଏଣ୍ଟ ଆକ୍ରାନ୍ତଙ୍କ ମଧ୍ୟରୁ 766 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଅବଶିଷ୍ଟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରାଜ୍ଯଓ୍ବାରୀ ତଥ୍ୟ ଆଧାରରେ ମହାରାଷ୍ଟ୍ରରେ ସର୍ବାଧିକ 568 ଓମିକ୍ରନ୍ ମାମଲା ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ 382 ଆକ୍ରାନ୍ତଙ୍କ ସହ ଦିଲ୍ଲୀ ରହିଛି । ସେହିପରି କ୍ରମାନ୍ବୟ ଭାବେ କେରଳରେ 185 ରାଜସ୍ଥାନରେ 174, ଗୁଜୁରାଟରେ 152 ଏବଂ ତାମିଲନାଡୁରେ 121 ନୂଆ ଭ୍ୟାରିଏଣ୍ଚ ମାମଲା ସାମ୍ନାକୁ ଆସିଛି ।

ସେହିପରି ଦେଶରେ ସକ୍ରିୟ କୋଭିଡ ସଂକ୍ରମଣ 1,71,830ରେ ଅଛି, ଯାହା ଦେଶର ମୋଟ ମାମଲାର 1 ପ୍ରତିଶତ ଅଟେ । ସାପ୍ତାହିକ ସଂକ୍ରମଣ ହାର 2.05 ପ୍ରତିଶତରେ ଥିବାବେଳେ ଦୈନିକ ସଂକ୍ରମଣ 3.24 ପ୍ରତିଶତରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ 11,007 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 3,43,06,414 କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନର ମୋଟ ସୁସ୍ଥ ହାର 98.13 ପ୍ରତିଶତରେ ଅଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 124ଟି ନୂତନ କୋଭିଡ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 4,82,017 ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.