ETV Bharat / bharat

କୋଭିଡ ଜନିତ ମୃତ୍ୟୁ ତଥ୍ୟ ଲୁଚାଉଛି ଗୁଜୁରାଟ: ଚିଦାମ୍ବରମ - ଚିଦାମ୍ବରମ

ଗୁଜୁରାଟ ସରକାର କୋରୋନା ଜନିତ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ବୋଲି କଂଗ୍ରେସ ନେତା ଚିଦାମ୍ବରମ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ଜନିତ ମୃତ୍ୟୁ ତଥ୍ୟ ଲୁଚାଉଛି ଗୁଜୁରାଟ
କୋଭିଡ ଜନିତ ମୃତ୍ୟୁ ତଥ୍ୟ ଲୁଚାଉଛି ଗୁଜୁରାଟ
author img

By

Published : Apr 19, 2021, 11:15 AM IST

ନୂଆଦିଲ୍ଲୀ: ଗୁଜୁରାଟରେ କୋଭିଡ ଜନିତ ମୃତ୍ୟୁର ହିସାବ ହୋଇନାହିଁ ବୋଲି କଂଗ୍ରେସ ନେତା ପି ଚିଦାମ୍ବରମ ସୋମବାର ଅଭିଯୋଗ କରିଛନ୍ତି । ତେବେ ଗୁଜୁରାଟ ସରକାର କୋଭିଡ ଜନିତ ମୃତ୍ୟୁକୁ ହୃଦଘାତ, ମଧୁମେହ ରୋଗ ଆଦିର ନାମ ଦେଇ ତଥ୍ୟ ଲୁଚାଯାଉଛି ବୋଲି ସେ ଅଭିଯୋଗ ଆଣିଥିବା ଜଣାପଡିଛି ।

ଗତ ଶୁକ୍ରବାର ଗୁଜୁରାଟରେ 78 ଜଣଙ୍କର କୋଭିଡ ଜନିତ ମୃତ୍ୟୁ ହୋଇଛି ବୋଲି ସରକାରୀ ସ୍ତରରୁ ପ୍ରକାଶ ପାଇଥିବା ବେଳେ ସେହି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ସହିତ ପ୍ରାୟ 689ଟି ମୃତଦେହର ଅନ୍ତିମ ସଂସ୍କାର କରାଯାଇଛି । ଗୁଜୁରାଟ ଏକ ମଡେଲ ରାଜ୍ୟ ହେଲେ ସରକାର ରାଜ୍ୟରେ ମୃତ୍ୟୁହାରର ସଠିକ ସୂଚନା ଦେଉନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଗତ 24 ଘଣ୍ଟାରେ ରାଜ୍ୟରେ ନୂଆ 2 ଲକ୍ଷ 61 ହଜାର 500 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 47 ଲକ୍ଷ 88 ହଜାର 109ରେ ପହଞ୍ଚିଛି ।

ଗତ କିଛି ଦିନ ଧରି ପ୍ରାୟ ପ୍ରତିଦିନ ଦେଶରେ 2 ଲକ୍ଷରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର 2 ଲକ୍ଷ 34 ହଜାର 692 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଓ ଶୁକ୍ରବାର ଯଥାକ୍ରମେ 2 ଲକ୍ଷ 739 ଓ 2 ଲକ୍ଷ 17 ହଜାର 353 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.