ETV Bharat / bharat

India Corona, ଦିନକରେ 15 ହଜାରରୁ ଅଧିକ ସଂକ୍ରମିତ - ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍

ଦେଶରେ ଉପରମୁହାଁ କୋରୋନା ଗ୍ରାଫ୍ । ଦିନକରେ 15,754 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona, ଦିନକରେ 15 ହଜାରରୁ ଅଧିକ ସଂକ୍ରମିତ

author img

By

Published : Aug 19, 2022, 9:39 AM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢୁଛି କୋରୋନା ସଂକ୍ରମଣ । ଦୁଇ ଦିନ ତଳେ ଦୈନିକ ସଂକ୍ରମଣ ମାମଲା 10 ହଜାର ତଳେ ଥିବାବେଳେ ଆଜି 15 ହଜାର ପାର୍ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 15,754 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 15,754 fresh Covid Cases) । ଗୋଟିଏ ଦିନରେ 47 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିନକରେ 15,220 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,36,85,535 କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,01,830ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 3.47% ରହିଛି । ଏବେ ସୁଦ୍ଧା ସମୁଦାୟ 5,27,253 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ 209 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 31,52,882 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.