ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । ପ୍ରତିଦିନ ପୂର୍ବଦିନ ଅପେକ୍ଷା କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 11,499 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 11,499 fresh covid cases) । ଗତକାଲି ଏହି ସଂଖ୍ୟା 13,166 ଥିଲା । ସଂକ୍ରମଣ କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଦେଶରେ ଦିନକରେ 255 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 23,598 ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,21,881ଟି ସକ୍ରିୟ ମାମଲା ରହିଛି । ଆଜି ଦୈନିକ ପଜିଟିଭ ହାର 1.01% ରହିଛି । ଏଯାବତ୍ ଭାରତରେ ମୋଟ 4,22,70,482 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,13,481 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,77,17,68,379 କୋଟି ଡୋଜ୍ ଟୀକାକରଣ କରାଯାଇଛି । କେବଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୫ ଲକ୍ଷ ଡୋଜ୍ ଟିକା ନେଇଛନ୍ତି ହିତାଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ