ETV Bharat / bharat

ଓମିକ୍ରନ BA.2 ଠାରୁ XE ଭ୍ୟାରିଆଣ୍ଟ ୧୦ ଗୁଣ ଅଧିକ ସଂକ୍ରମିତ: WHO - ଓମିକ୍ରନ BA.2 ଠାରୁ XE ଭ୍ୟାରିଆଣ୍ଟ ୧୦ ଗୁଣ ଅଧିକ ସଂକ୍ରାମକ

ବିଶ୍ବବ୍ୟାପି BA.2 ଭ୍ୟାରିଆଣ୍ଟର ଭୟ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(World Health Organization (WHO) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଆକଳନ । XE ଓମିକ୍ରନର ସବଭାରିଆଣ୍ଟ BA.2 ଠାରୁ ୧୦ ଗୁଣ ଅଧିକ ସଂକ୍ରମିତ ବୋଲି କହିଛି WHO । ଅଧିକ ପଢନ୍ତୁ

ଓମିକ୍ରନ BA.2 ଠାରୁ XE ଭ୍ୟାରିଆଣ୍ଟ ୧୦ ଗୁଣ ଅଧିକ ସଂକ୍ରାମିତ: WHO

author img

By

Published : Apr 2, 2022, 7:10 PM IST

ନୂଆଦିଲ୍ଲୀ: ବିଶ୍ବବ୍ୟାପି BA.2 ଭ୍ୟାରିଆଣ୍ଟର ଭୟ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(World Health Organization (WHO) ପକ୍ଷରୁ ଆସିଛି ଏକ ଚିନ୍ତାଜନକ ଆକଳନ । କରୋନା ଭୂତାଣୁର ଏକ ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ହେଉଛି XE । XE ଓମିକ୍ରନର ସବଭାରିଆଣ୍ଟ BA.2 ଠାରୁ ୧୦ ଗୁଣ ଅଧିକ ସଂକ୍ରମିତ ବୋଲି କହିଛି WHO ।

ସୂଚନାଅନୁସାରେ, ଗତ ୧୯ ଜାନୁଆରୀରେ ବ୍ରିଟେନରେ XE ଷ୍ଟ୍ରେନ୍ ପ୍ରଥମେ ଚିହ୍ନଟ ହୋଇଥିଲା । ସେବେଠାରୁ ୬୦୦ରୁ ଅଧିକ XE ମାମଲା ସାମ୍ନାକୁ ଆସିଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (HSA) ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁଜାନେ ହପକିନ୍ସ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣ କିମ୍ବା ସେମାନଙ୍କ ବିରୋଧରେ COVID-19 ଟୀକାକରଣର ଫଳପ୍ରଦତା ବିଷୟରେ ସିଦ୍ଧାନ୍ତ ନେବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

WHOର ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ଯେ, ଏହା XE ପରି ରେକମ୍ବିନାଣ୍ଟ ପ୍ରକାରର ବିପଦ ଉପରେ ନଜର ଏବଂ ମୂଲ୍ୟାଙ୍କନ ଜାରି ରହିବ । XE ବ୍ୟତୀତ, WHO ଅନ୍ୟ ଏକ ରେକମ୍ବିନାଣ୍ଟ XD ଉପରେ ମଧ୍ୟ ନଜର ରଖିଛି, ଯାହା ଡେଲଟା ଏବଂ ଓମିକ୍ରନ୍ ର ହାଇବ୍ରିଡ୍ । ଏହାର ଅଧିକାଂଶ ମାମଲା ଫ୍ରାନ୍ସ, ଡେନମାର୍କରେ ଏବଂ ବେଲଜିୟମରେ ଦେଖିବାକୁ ମିଳିଛି ।

WHO ରିପୋର୍ଟରେ କହିଛି ଯେ ଯଦି ଏହାର ସଂକ୍ରମଣ ହାର ଏବଂ ରୋଗରେ ବିଶେଷ ପରିବର୍ତ୍ତନ ନ ହୁଏ, ତେବେ ଏହାକୁ ଏକ ଓମିକ୍ରନ୍ ଭାରିଆଣ୍ଟ ଭାବରେ ବିବେଚନା କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.