ETV Bharat / bharat

ଦେଶବାସୀଙ୍କୁ ମାଗଣାରେ ମିଳିବ କୋରୋନା ଟିକା: ସ୍ବାସ୍ଥ୍ୟମନ୍ତ୍ରୀ - ଡ୍ରାଏ ରନ

ଦେଶରେ ଆଜି ଠାରୁ କୋରୋନାର ଟିକାର ଡ୍ରାଏ ରନ ଆରମ୍ଭ ହୋଇୟାଇଛି । ଏହାର ସମୀକ୍ଷା କରି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସାରା ଦେଶବାସୀଙ୍କୁ ମାଗଣାରେ ମିଳିବ କୋରୋନା ଟିକା

author img

By

Published : Jan 2, 2021, 2:11 PM IST

ନୂଆଦିଲ୍ଲୀ: କୋଭିଡ ଟିକାକୁ ନେଇ ସାରା ଦେଶ ଆଶାବାଦୀ ଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ବଡ ଘୋଷଣା । ଆଜି ସାରା ଦେଶରେ କୋରୋନା ଟିକାର ଡ୍ରାଏ ରନ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଏହାର ସମୀକ୍ଷା କରି ସ୍ବାସ୍ଥ୍ୟମନ୍ତ୍ରୀ ସାରା ଦେଶରେ ମାଗଣାରେ କୋଭିଡ ଟିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ସାରା ଦେଶବାସୀଙ୍କୁ ମାଗଣାରେ ମିଳିବ କୋରୋନା ଟିକା

ଦେଶରେ ପ୍ରକୃତ ଟିକା ଆସିବା ପୂର୍ବରୁ ଡ୍ରାଏ ରନ ଆରମ୍ଭ ହୋଇଯାଇଛି । ଟିକା ଆସିଲେ ସୁରୁଖୁରରେ ଟିକା ଦେବାକୁ ନେଇ ଏହି ଡ୍ରାଏ ରନ କରାଯାଉଛି । ଦେଶର 116 ଜିଲ୍ଲାର 256ଟି ସ୍ଥାନରେ ଡ୍ରାଏ ରନ କରାଯାଉଛି । ଏହାର ସମୀକ୍ଷା କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ଜିଟିବି ହସ୍ପିଟାଲରେ ପହଞ୍ଚିଥିଲେ ।

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜେନ ଦିଲ୍ଲୀବାସୀଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଯଦି ଦିଲ୍ଲୀରେ କୋଭିଡ ମାଗଣା ଦିଆଯାଏ ସବୁ ଭାରତୀୟଙ୍କୁ ମଧ୍ୟ ମାଗଣା ଟିକା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏହା ସହ ସେ ଦେଶବାସୀଙ୍କୁ ଅଯଥା ଗୁଜବରେ ବିଶ୍ବାସ କରନ୍ତୁ ନାହିଁ ହସ୍ପିଟାଲରୁ ବାହାରି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ । ଭ୍ୟାକସିନର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା । ପୋଲିଓ ଭ୍ୟାକସିନ ସମୟରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ଲୋକମାନେ ପୋଲିଓ ଟିକା ଲଗାଇଥିଲେ । ଏହା ଦ୍ବାରା ସାରା ଦେଶ ପୋଲିଓ ମୁକ୍ତ ହୋଇପାରିଛି ।

ସେହିଭଳି ସରକାର ଦେଶକୁ କୋରୋନା ମୁକ୍ତ କରିବାକୁ ଚାହୁଁଛନ୍ତି । ଟିକା ବିକାଶ ଏବଂ ଟିକାକରଣ ଏହାର ଅଂଶ । ତେଣୁ ଗୁଜବରେ ବିଶ୍ବାସ ନ କରିବାକୁ ସେ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.