ETV Bharat / bharat

ସାତ ଘଣ୍ଟାରେ ସାତ ଚିତ୍ରକର ମିଶି ଚିତ୍ର ଆଙ୍କି ବାଣ୍ଟିଲେ ସଚେତନତା ବାର୍ତ୍ତା - କୋରୋନା ଚିତ୍ର

ମହାମାରୀ ନେଇ ଲୋକଙ୍କୁ ସଚେତନ କରିବା ସହିତ ଲକଡାଉନର ଗୁରୁତ୍ବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ରାସ୍ତାରେ ଚିତ୍ର ଆଙ୍କି ସଚେତନତାର ବାର୍ତ୍ତା ଦେଇଛନ୍ତି ରାଜନ କୁମାର ନାମକ ଚିତ୍ରକର । ଅଧିକ ପଢନ୍ତୁ...

ରାସ୍ତାରେ ଚିତ୍ର ଆଙ୍କି ବାଣ୍ଟିଲେ ସଚେତନତା ବାର୍ତ୍ତା

author img

By

Published : May 30, 2021, 10:19 AM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା ହଇଚଇ ସୃଷ୍ଟି କରିଛି । କୋରୋନା ମହାମାରୀ କବଳରୁ ବର୍ତ୍ତମାନ ସଚେତନତା ହିଁ ଲୋକଙ୍କୁ ରକ୍ଷା କରି ପାରିବ । ମହାମାରୀ ନେଇ ଲୋକଙ୍କୁ ସଚେତନ କରିବା ସହିତ ଲକଡାଉନର ଗୁରୁତ୍ବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ରାସ୍ତାରେ ଚିତ୍ର ଆଙ୍କି ସଚେତନତାର ବାର୍ତ୍ତା ଦେଇଛନ୍ତି ରାଜନ କୁମାର ନାମକ ଜଣେ ଚିତ୍ରକର । ପୋଲିସ ସହାୟତା ହାଇଦ୍ରାବାଦର ଖାଇରତାବାଦ ରାସ୍ତାରେ ଚିତ୍ର ଅଙ୍କାଯାଇଛି ।

ରାସ୍ତାରେ ଚିତ୍ର ଆଙ୍କି ବାଣ୍ଟିଲେ ସଚେତନତା ବାର୍ତ୍ତା
ରାସ୍ତାରେ ଚିତ୍ର ଆଙ୍କି ବାଣ୍ଟିଲେ ସଚେତନତା ବାର୍ତ୍ତାc

କୋରୋନାର ଚିତ୍ର ଆଙ୍କିବା ସହିତ ସେଥିରେ ଲୋକଙ୍କୁ କୋରୋନା ଚେତାବନୀ ଦେଲା ଭଳି କଥା ଲେଖିଛନ୍ତି । ସେଥିରେ ଲେଖିଛନ୍ତି ଯେ ସମସ୍ତେ'ଘରେ ରୁହ' ନଚେତ କୋରୋନା ତୁମ ଘରେ ପହଞ୍ଚିଯିବ । ଗତ 33ବର୍ଷ ଧରି ରାଜନ କୁମାର ଚିତ୍ରକର ଭାବରେ କାର୍ଯ୍ୟ କରି ଆସୁଛନ୍ତି । କୋରୋନାର ପ୍ରଥମ ଲହରରେ ଜୁବଲୀ ହିଲ ଚେକ ପୋଷ୍ଟରେ ଏହି ପରି ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଥିବା କହିଛନ୍ତି ରାଜନ । ମାତ୍ର ତାଙ୍କୁ ଅନୁମତି ମିଳିନଥିଲା । ମାତ୍ର ଚଳିତ ବର୍ଷ ହାଇଦ୍ରାବାଦ ପୋଲିସ ସହାୟତାରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଛୁ ବୋଲି କହିଛନ୍ତି ରାଜନ ।

ସେ ଆହୁରି କହିଛନ୍ତି ଏହି ଚିତ୍ର ମାଧ୍ୟମରେ ଲକଡାଉନର ଗୁରୁତ୍ବ ବିଷୟରେ ଲୋକଙ୍କୁ ସଚେତନ କରିବା ଆମ ମୁଖ୍ୟ ଲକ୍ଷ୍ୟ । ଲୋକଙ୍କୁ ଅନୁରୋଧ କରୁଛୁ ଯେ କୋରୋନାର ସମସ୍ତ ଗାଇଡଲାଇନକୁ ପାଳନ କରନ୍ତୁ । ଏହି ଚିତ୍ର କରିବାକୁ ରାଜନଙ୍କୁ ପ୍ରାୟ ସାତଘଣ୍ଟା ସମୟ ଲାଗିଥିଲା । ଏଥିର ସାତଜଣ ଚିତ୍ରକର ସାମିଲ ହୋଇଥିଲେ । କୋରୋନା ସଚେତନତା ସହିତ ଲୋକମାନଙ୍କ ସୁରକ୍ଷା ପାଇଁ ପୋଲିସ ବିଭାଗ କିପରି ଦିନରାତି କାର୍ଯ୍ୟ କରୁଛି ତାହା ମଧ୍ୟ ଦର୍ଶାଯାଇଛି । ରାଜନଙ୍କ ଏହି କାମକୁ ହାଇଦ୍ରାବାଦ ପୋଲିସ ପକ୍ଷକୁ ପ୍ରଶଂସା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.