ETV Bharat / bharat

ଫୋକସରେ ଅକ୍ସିଜେନ, ଶିଳ୍ପାଞ୍ଚଳରେ ହେବ 10 ହଜାର ଅକ୍ସିଜେନ୍ ବେଡ ହସ୍ପିଟାଲ - covid situation in india

ମହାମାରୀ ସ୍ଥିତିରେ ଅକ୍ସିଜେନ ଅଭାବ ଏବଂ ଔଷଧ ଗଚ୍ଛିତ ଉପରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷଜ୍ଞଙ୍କ ସହ ବୈଠକ କରିବା ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ଦେଶରେ କୋରୋନା ସ୍ଥିତିନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା, ଅକ୍ସିଜେନ ଓ ଔଷଧର ଉପଲବ୍ଧତା ମୁଖ୍ୟ ପ୍ରସଙ୍ଗ

author img

By

Published : May 2, 2021, 7:55 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଦେଖାଯାଇଥିବା ମହାମାରୀ ସ୍ଥିତି, ଅକ୍ସିଜେନ ଅଭାବ ଏବଂ ଔଷଧ ଗଚ୍ଛିତ ଉପରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ଦିନ ବିଶେଷଜ୍ଞଙ୍କ ସହ ବୈଠକ କରିବା ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା ମଧ୍ୟ କରିଛନ୍ତି । ଏହି ସମୀକ୍ଷା ବୈଠକ ଭର୍ଚ୍ଚୁଆଲି ହୋଇଛି । ସେ କୋଭିଡ-19 ମହାମାରୀ ସମ୍ବନ୍ଧରେ ମାନବ ସମ୍ବଳର ଉପଯୋଗ ଏବଂ ଏହାକୁ ବୃଦ୍ଧି କରିବାର ଉପାୟ ମଧ୍ୟ ସମୀକ୍ଷା କରିଥିଲେ । ଏନେଇ ସରକରୀ ସୂତ୍ରରୁ ସୂଚନା ମିଳିଛି ।ଏହି ବୈଠକରେ କୋଭିଡ-19 ସମୟରେ କାର୍ଯ୍ୟରେ ଯୋଗ ଦେବା ପାଇଁ ମେଡିକାଲ ଏବଂ ନର୍ସିଂ ପାଠ୍ୟକ୍ରମର ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।

ଏହା ସହିତ ମୋଦି ବୈଠକରେ ନାଇଟ୍ରୋଜେନ୍ ପ୍ଲାଣ୍ଟକୁ ଅକ୍ସିଜେନ୍ ପ୍ଲାଣ୍ଟରେ କନଭର୍ଟ ଉପରେ ଗୁରୁତ୍ବାରୋପ କରିଥିଲେ । ସେହିପରି ସମସ୍ତ ଶିଳ୍ପାଞ୍ଚଳ ନିକଟରେ 10 ହଜାର ଅକ୍ସିଜେନ୍ ବେଡ୍ ବିଶିଷ୍ଟ ଅସ୍ଥାୟୀ ହସ୍ପାଟାଲ ନିର୍ମାଣ ପାଇଁ ଯୋଜନା ରହିଥିବା କହିଛନ୍ତି । ତେବେ କିଛି ଦିନ ତଳେ ମୁମ୍ବାଇ ଆଇଆଇଟିର ଏକ ଟିମ୍ ନାଇଟ୍ରୋଜେନ୍ ପ୍ଲାଣ୍ଟକୁ କିପରି ଅକ୍ସିଜେନ୍ ପ୍ଲାଣ୍ଟରେ ପରିବର୍ତ୍ତନ କରାଯାଇପାରିବ ସେନେଇ ମଡଡେଲ ପ୍ରଦର୍ଶନ କରିଥିଲେ ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକରେ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET) ପରୀକ୍ଷା ବିଳମ୍ବ ଏବଂ କୋଭିଡ ଡ୍ୟୁଟିରେ ଯୋଗଦେବା ପାଇଁ ଓ MBBS ଉତ୍ତୀର୍ଣ୍ଣ ହୋଇଥିବା ଶୀକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ମଧ୍ୟଉକ୍ତ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଏହା ସହ ଆବଶ୍ୟକ ପଡିଲେ ଅନ୍ତିମ ବର୍ଷର MBBS ଓ ନିର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ କାର୍ଯ୍ୟରେ ନିୟୋଜିତ କରାଯାଇପାରେ ବୋଲି ମଧ୍ୟ ସ୍ଥିର ହୋଇଛି । ସେହିପରି କୋଭିଡ ଡ୍ୟୁଟି କରୁଥିବା ମେଡିକାଲ କର୍ମଚାରୀଙ୍କୁ ସରକାରୀ ନିଯୁକ୍ତିରେ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବାନେଇ ଆଲୋଚନା ହୋଇଛି ।

ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ କୋରୋନା । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 3,92,488 ନୂତନ ସଂକ୍ରମିତ ମାମଲା ରିପୋର୍ଟ ହେବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.