ETV Bharat / bharat

କୋରୋନା ପ୍ରଭାବ; ଅମୃତସରକୁ ଫେରିଲା ନାଇଟ କର୍ଫ୍ୟୁ - କୋରୋନାର ଦ୍ବିତୀୟ ଲହରି

ଗୁରୁବାର ଗୋଟିଏ ଦିନରେ 230 ନୂତନ ସଂକ୍ରମିତ ଅମୃତସରରେ ଚିହ୍ନଟ ପରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି । ଅଧିକ ପଢନ୍ତୁ...

ଅମୃତସରକୁ ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ
ଅମୃତସରକୁ ଫେରିଲା ରାତ୍ରୀକାଳୀନ କର୍ଫ୍ୟୁ
author img

By

Published : Mar 19, 2021, 9:28 AM IST

ଅମୃତସର: ଦେଶରେ ମାରାତ୍ମକ ରୂପ ନେଉଛି କୋରୋନାର ଦ୍ବିତୀୟ ଲହରି । ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶରେ ବଢୁଛି ସଂକ୍ରମଣ । ଗତ 5 ଦିନ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଗୁରୁବାର ରାତିରେ ଅମୃତସରର ଲାଗୁ ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି 11ଟାରୁ ସକାଳ 5 ଟା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ।

ଗୁରୁବାର ଗୋଟିଏ ଦିନରେ 230 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲା । ଯାହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଅମୃତସରରେ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ସେପଟେ, ପଞ୍ଜାବରେ ରାତି 11 ପରିବର୍ତ୍ତେ 9 ଟାରୁ କଟକଣା ଆରମ୍ଭ ହୋଇଛି । ଜଳନ୍ଧର ଓ ଲୁଧିୟାନା ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି । ହୋଲି ପୂର୍ବରୁ ସଂକ୍ରମଣ ବୃଦ୍ଧି ବ୍ୟବସାୟ ଘାଟା ସାବ୍ୟସ୍ତ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ।

ସୂଚନାଯୋଗ୍ୟ, ଗୁରୁବାର ଗୋଟିଏ ଦିନରେ ପଞ୍ଜାବରେ 2387 ନୂତନ କୋଭିଡ ପଜିଟିଭ ରିପୋର୍ଟ ଆସିଛି । ମୋଟ ସଂକ୍ରମିତ ସଂଖ୍ୟା ଏବେ 2,05,418ରେ ପହଞ୍ଚିଛି । ଗୁରୁବାର 25 ହଜାର 833 ଜଣ ସଂକ୍ରମିତ ହୋଇଛନ୍ତି । ନଭେମ୍ବର ପର ଠାରୁ ଏହା ଦେଶର ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.